ଦେଶରେ କରୋନା ସଂକ୍ରମଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭିନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟତଃ ଅଧିକ ପ୍ରଭାବିତ ହୋଇଥିବା 10 ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଆଲୋଚନା ରେ ବିଭିନ୍ୟ ରାଜ୍ୟ ନିଜ ନିଜର ଦାବି ରଖିଥିଲେ।
ଦିଲ୍ଲୀକୁ କେନ୍ଦ୍ର ସରକାର ଅଧିକ ଗୁରୁତ ଦେଇ ଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେକେରିଓ୍ଵାଲ ଧନ୍ୟବାଦ ଜଣାଇଥିଲେ। ଏହାସହ ସେ ଦାବି କରିଛନ୍ତି ଯେ, ଦେଶର ବର୍ତ୍ତମାନ ପରିସ୍ଥିତି ରେ ସମସ୍ତ ଅକ୍ସିଜେନ କମ୍ପାନୀ ଗୁଡିକୁ ସେନା ହାତକୁ ଦିଆଯାଉ। ଦିଲ୍ଲୀକୁ ଯୁଦ୍ଧ କାଳୀନ ଭିତ୍ତିରେ ଅକ୍ସିଜେନ ପଂହଚାଇବାକୁ ସେ ଦାବି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀକୁ 350 ଟନ ଅମ୍ଳଜାନ ଗ୍ୟାସ ଆସିଛି। ସେଥିରୁ 100 ଟନ ଓଡିଶା ଏବଂ ବେଙ୍ଗଲରୁ ଆସିଛି। କ୍ସିଜେନ ଆସୁଥିବା ଗାଡ଼ି ରାସ୍ତା ଗୁଡିକରେ ଗ୍ରୀନ କରିଡର ତିଆରି କରାଯାଉ।
ଏହାସହ ସେ କହିଛନ୍ତି ଯେ ପୁରା ଦେଶରେ ଟିକାର ମୂଲ୍ୟ ଗୋଟିଏ ହେବା ଉଚିତ। ସମସ୍ତଙ୍କୁ ଔଷଧ ଏବଂ ଟୀକା ମଧ୍ୟ ଉପଯୁକ୍ତ ସମୟରେ ଦିଆଯାଉ ବୋଲି ସେ ଦାବି କରିଛନ୍ତି।
ଅକ୍ସିଜେନ ଗ୍ୟାସ ନିର୍ମାତଙ୍କ ସହ ମଧ୍ୟ ମୋଦି କଥା ହୋଇଛନ୍ତି। ବୈଠକରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, କେରଳ, ଛତିଶଗଡ଼ ଓ ଦିଲ୍ଲୀ ପରି ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ସେପଟେ ପଶ୍ଚିମବଙ୍ଗରେ ହେବାକୁ ଥିବା ରାଲିକୁ ମୋଦି ବାତିଲ କରିଛନ୍ତି। କରୋନାର ଭୟାବହତାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି।