ତୃତୀୟ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ସିଆଚୀନ ଗସ୍ତ କରିଛନ୍ତି। ଏହା ପୂର୍ବରୁ 2004ରେ ରାଷ୍ଟ୍ରପତି ଅବଦୁଲ କାଲାମ ଓ 2018ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସିଆଚୀନ ଗସ୍ତ କରିଥିଲେ । ସମୁଦ୍ର ପତନ ଠାରୁ ୨୦ ହଜାର ଫୁଟ୍ ଉଚ୍ଚରେ ଅବସ୍ଥିତ ଏହି କ୍ୟାମ୍ପରେ ଆମ ଦେଶର ଯବାନ ମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଥାନ୍ତି। ପ୍ରତି ମୁହୁର୍ତ୍ତରେ ସେମାନଙ୍କୁ ପ୍ରବଳ ପବନ ସହ ବରଫ ଝଡର ସାମ୍ନା କରିବାକୁ ପଡିଥାଏ ।
ଅଧିକ ପଢନ୍ତୁ ଭାରତ ଖବର