ଅଧିକ ପଢନ୍ତୁ : ତୋଷାଳୀ ମେଳାରେ ଭିକ୍ଷୁକ ମହିଳାଙ୍କ ଷ୍ଟଲ୍
ତେବେ ଏହାକୁ ନେଇ ରଞ୍ଜିତା କହିଛନ୍ତି, ତାଙ୍କର ଯାତ୍ରୀମାନେ ମଧ୍ୟ ତାଙ୍କ ଉପରେ ବେଶ ଖୁସି ଅଛନ୍ତି । ତାଙ୍କୁ ଯେଉଁମାନେ ତାଙ୍କୁ ସମାଲୋଚନା କରୁଥିଲେ, ଏବେ ସେମାନେ ତାଙ୍କୁ ପ୍ରଶଂସା କରୁଛନ୍ତି । ସେ କହିଛନ୍ତି, ଯେତେବେଳେ ତାଙ୍କ ପରିବାରର ସାହାଯ୍ୟ ଦରକାର ଥିଲେ, ସେତେବେଳେ ସେ ତାଙ୍କ ସ୍ବାମୀଙ୍କ ସହ କାନ୍ଧରେ କାନ୍ଧ ମିଶାଇ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଥିଲେ । ହେଲେ ତାଙ୍କ ସ୍ବାମୀଙ୍କୁ ରାଜ୍ଯ କରାଇବା ଟିକେ କଠିନ ଥିଲା । ହେଲେ ପରେ ସେ ବୁଝି ଯାଇଥିଲେ ।
ରଞ୍ଜିତା ଏବେ ଜଣେ ସ୍ବାବଲମ୍ବୀ ମହିଳା । ନିଜେ ରୋଜଗାର କରିବା ସହ ଅନେକ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସେ କହିଛନ୍ତି ମହିଳାମାନେ କାହା ଉପରେ ନିର୍ଭର କରିବା କଥା ନୁହେଁ । ଯାହାକୁ ଯେଉଁ କାମ ଆଗ୍ରହ , ସେ ସେଇ କାମ ହିଁ କରିବା ଉଚିତ । ଏବେ ମହିଳାମାନଙ୍କ ପାଇଁ ସରକାରଙ୍କ ଦ୍ବାରା ଅନେକ ସୁବିଧା ଉପଲବ୍ଧ ରହିଛି । ସେ ସବୁକୁ ସେମାନେ ସଦୁପଯୋଗ କରିବା ଉଚିତ ।