ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଅବସର ପୂର୍ବରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମୁମ୍ବାଇରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ ବହୁ ବରିଷ୍ଠ ବିଚାରପତି । ଆସନ୍ତା ନଭେମ୍ବର 11 ତାରିଖରେ ଅବସର ଗ୍ରହଣ କରିବେ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୁଡ଼ । ସୁପ୍ରିମକୋର୍ଟର 51 ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଂଜୀବ ଖାନ୍ନା । 13 ମେ 2025 ଯାଏ ସେ ସିଜେଆଇ ପଦରେ ରହିବେ । ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ପଦ ପାଇଁ ରାଷ୍ଟ୍ରପତିଙ୍କୁ ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନାମ ପ୍ରସ୍ତାବ ଦେଇଥିଲେ ଜଷ୍ଟିସ ଚନ୍ଦ୍ରଚୁଡ଼ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶରେ ଦୁଇଟି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ରଓ୍ବୋର ପିକ୍ନିକ୍ ସ୍ପଟ୍ ନିକଟରେ ଏକ ଦମ୍ପତିକୁ ଆକ୍ରମଣ କରାଯାଇଥିଲା। ସ୍ବାମୀଙ୍କୁ ଏକ ଗଛରେ ବାନ୍ଧି ତାଙ୍କ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଅପରାଧୀମାନେ ଏହି ବର୍ବରତା ଦୃଶ୍ୟର ଭିଡିଓ ଶୁଟିଂ ମଧ୍ୟ କରିଥିଲେ। ଏତିକିରେ ଥମି ନ ଥିଲା ବର୍ବରତା।
ପୋଲିସକୁ ଜଣାଇଥିଲେ ଅନ୍ଲାଇନରେ ଭିଡିଓ ରିଲିଜ୍ କରିଦେବୁ ବୋଲି ସେମାନେ ଧମକ ମଧ୍ୟ ଦେଇଥିଲେ। ଗତ ୨୧ରେ ଏହି ଗଣବଳାତ୍କାର ଘଟିଥିବାବେଳେ ଦିନକ ପରେ ପୋଲିସ ମାମଲା ରୁଜୁ କରିଥିଲା। ଏନେଇ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଇତିମଧ୍ୟରେ ଇନ୍ଦୋରରେ ଜଣେ ମାନସିକ ଦିବ୍ୟାଙ୍ଗ ମହିଳାଙ୍କୁ ଜଣେ ଦିନ ମଜୁରିଆ ଏକ ବର୍ଜ୍ୟବସ୍ତୁ ପରିଚାଳନା ସଂସ୍ଥାରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ପୀଡ଼ିତା ଜଣକଙ୍କ ଦେହରେ ବସ୍ତ୍ର ନାହିଁ। ରକ୍ତସ୍ରାବ ହେଉଛି। ସହରର ସଦର ବଜାର ଅଞ୍ଚଳରେ ମଙ୍ଗଳବାର ଭୋର ୩ଟା ୪୫ ମିନିଟ୍ର ଏହି ଦୃଶ୍ୟ ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି। ପୋଲିସ ଏହାକୁ ଅନୁଧ୍ୟାନ କରିବା ପରେ ଶ୍ରମିକ ସୋନୁଙ୍କୁ ଗିରଫ କରିଛି। ସୋନୁ ଦୁଷ୍କର୍ମ କରିଥିବା ସ୍ବୀକାର କରିଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ବୃଦ୍ଧି ହେଲା ମୁଦ୍ରା ଋଣ । ଦେଶରେ କ୍ଷୁଦ୍ର ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (PMMY) ଅଧୀନରେ ମୁଦ୍ରା ଋଣ ରାଶିର ସୀମାକୁ ଦ୍ୱିଗୁଣିତ କରି 10 ଲକ୍ଷରୁ 20 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।
ଏହି ବୃଦ୍ଧି ମୁଦ୍ରା ଯୋଜନାର ଉଦ୍ଦେଶ୍ୟକୁ ଆଗକୁ ବଢାଇବାକୁ ଲକ୍ଷ୍ୟ ରଖିଛି । ଏହି ବର୍ଦ୍ଧିତ ଋଣ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଆବଶ୍ୟକୀୟ ପାଣ୍ଠି ଯୋଗାଇବା । ଯାହା ଉଦୀୟମାନ ଉଦ୍ୟୋଗୀମାନଙ୍କ ପାଇଁ ବିଶେଷ ଲାଭଦାୟକ ହେବ । ଏହି ପଦକ୍ଷେପ ଏକ ଦୃଢ ଉଦ୍ୟୋଗୀ ଇକୋସିଷ୍ଟମ ପ୍ରତିଷ୍ଠା ପାଇଁ ସରକାରଙ୍କ ପ୍ରତିବଦ୍ଧତା ସାକାର କରିବ ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ପ୍ରେସ ବିବୃତ୍ତିରେ କୁହାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ 2024 କେନ୍ଦ୍ର ବଜେଟ୍ ଅଭିଭାଷଣରେ ଏହା ଘୋଷଣା କରିଥିଲେ ।
ଆହୁରି ପଢନ୍ତୁ ଭାରତ ଖବର...
ଅର୍ଗସ ବ୍ୟୁରୋ: ଅର୍ଥ ଅନର୍ଥର ମୂଳ କାରଣ ହୋଇଥାଏ। ଅଧିକ ପଇସା କାହାର ଜୀବନ ବି ନେଇପାରେ। ତାହା ନିକଟରେ ଆମେ ଦେଖିଲେ ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ କ୍ଷେତ୍ରରେ। ସେ ନିଜ ପୁଅର ଅଫିସରୁ ବାହାରକୁ ଆସିବା ପରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ୬ରାଉଣ୍ଡ ଗୁଳି ଚଳାଯାଇଥିବା ବେଳେ ୩ଟି ଗୁଳି ତାଙ୍କ ଦେହରେ ବାଜିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।
ତେବେ ଆଜି ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ହତ୍ୟାକୁ ନେଇ ଏକ ବଡ଼ ଅପଡେଟ ଆସିଛି। ପୋଲିସର ସୂଚନାନୁସାରେ, ବାବା ସିଦ୍ଦିକିଙ୍କୁ ଟାର୍ଗେଟ କରିବା ପୂର୍ବରୁ ରାଇଗଡ ଜିଲ୍ଲାର ଏକ ଜଳପ୍ରପାତ ନିକଟରେ ଥିବା ଏକ ଗଛରେ ଗୁଳି ଚଳାଇ ଅଭ୍ୟାସ କରିଥିଲେ। ଅଭ୍ୟାସ ସମୟରେ ଅଭିଯୁକ୍ତ ଗଛରେ ପାଞ୍ଚରୁ ଦଶ ଗୁଳି ଚଳାଇଥିଲା। ଏହି ଅଭ୍ୟାସ ଶୁଟରମାନେ ଚଳିତ ବର୍ଷ ସେପ୍ଟେମ୍ବରରୁ କରିଥିଲେ।
ଗ୍ୟାଙ୍ଗଷ୍ଟର ଲରେନ୍ସ ଗ୍ୟାଙ୍ଗ ଏହି ହତ୍ୟା ପାଇଁ ଦାୟୀ ବୋଲି ଦାବି କରାଯାଇଥିଲା। ବାବାଙ୍କ ହତ୍ୟା ପାଇଁ ଏହି ଗ୍ୟାଙ୍ଗ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ମଧ୍ୟ ଦାୟୀ କରିଥିଲା। କିନ୍ତୁ ଏବେ ଏହି ପୁରା ଘଟଣା ୧୦୦ percent କ୍ଲିୟର ହୋଇଗଲା। କାରଣ ସତ କେବେ ଲୁଚି ରହେନା। ବଲିଉଡରେ ହଇଚଇ ମଚାଇଥିଲା ବାବା ସିଦ୍ଦିକଙ୍କ ହତ୍ୟା। ସିଦ୍ଦିକଙ୍କ ହତ୍ୟାର କାରଣ ସଲମାନଙ୍କୁ କୁହାଗଲା। କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ। ଯେଉଁ ବଲିଉଡ ଆଙ୍ଗେଲ ଦେବାକୁ କିଛି ସାମ୍ବାଦିକ ଚେଷ୍ଟା କରିଥିଲେ ମୁମ୍ବାଇରେ ତାହା ମିଛ ଥିଲା।
କିଛି media ବଲିଉଡ ଲିଙ୍କ କରିଥିଲେ କେବଳ ନିଜର ଭ୍ୟୁଜ ବଢ଼ାଇବା ପାଇଁ। ବାବା ସିଦ୍ଦିକଙ୍କ ମୃତ୍ୟୁ ବଲିଉଡ କନେକ୍ସନ ପାଇଁ ନୁହେଁ। ସେ ବଲିଉଡକୁ ବହୁତ ଭଲ ପାଉଥିଲେ ସତ। ସଲମାନ ତାଙ୍କ ବନ୍ଧୁ ଥିଲେ। ସଲମାନଙ୍କୁ ସେ ସବୁଥିରେ ସାହାଯ୍ୟ କରୁଥିଲେ। କିନ୍ତୁ ମୃତ୍ୟୁର କାରଣ ହେଉଛି ସେ ଥିଲେ ଜଣେ ରିୟଲ ଇଷ୍ଟେଟ ଲର୍ଡ। କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କର ଆଉ ଏକ ପ୍ରପର୍ଟି ମାଲିକ ସହ ଗଣ୍ଡଗୋଳ ଚାଲିଥିଲା। ସେ ମଧ୍ୟ ଜଣେ ନେତା ଥିଲେ। ୫୦ ହଜାର କୋଟି ଟଙ୍କାର ପ୍ରପର୍ଟି ପାଇଁ ଉଭୟଙ୍କ ମଧ୍ୟରେ ବହୁତ ଦିନାରୁ ଡିଷ୍ଟର୍ବାନ୍ସ ଚାଲିଥିଲା। ଯେଉଁଥିପାଇଁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଗଲା। କାରଣ ମୁମ୍ବାଇରେ ସାମ୍ରାଜ୍ୟ ବିସ୍ତାର କରିବାକୁ ସମସ୍ତେ ଚାହାନ୍ତି। ମୁମ୍ବାଇ ସ୍ଲମ ଏରିଆର ରାଜା ହେବାକୁ ସ୍ବପ୍ନ ମଧ୍ୟ ସମସ୍ତେ ଦେଖନ୍ତି। ସିଦ୍ଦିକିଙ୍କ ସାମ୍ରାଜ୍ୟକୁ ଧ୍ବଂସ କରିବାକୁ କେବେଠୁ ଯୋଜନା ହୋଇ ସାରିଥିଲା। ଆଉ ନିଜ ଅଫିସ ବାହାରେ ହିଁ ୬ ରାଉଣ୍ଡ ଗୁଳି ବାଜିଥିଲା। ଗୁରୁତର ଭାବେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ଥିଲା ପୁରା ପ୍ରି ପ୍ଲାନଡ ମର୍ଡର। ଏହି ରିୟଲ ଇଷ୍ଟେଟ ଓ୍ବାର ଅଣ୍ଡର ଓ୍ବାର୍ଲ୍ଡ ଡନ ଏବଂ ମାଫିଆ ସହ କନେକ୍ସନ ରହିଛି ବୋଲି କୁହାଯାଉଛି।
କିନ୍ତୁ କାହିଁକି ମିଡିଆ ଏହି ସତକୁ ବାରମ୍ବାର ଲୁଚାଉଥିଲା ତାହା ହେଉଛି ସବୁଠୁ ବଡ଼ ପ୍ରଶ୍ନ
ସିଦ୍ଦିକିଙ୍କ ହତ୍ୟା ପାଇଁ ସଲମାନ ଦାୟୀ ବୋଲି ଗେମ ଖେଳାଯାଉଥିଲା କାହିଁକି
କାହିଁକି ଏହି ହତ୍ୟାରେ ସଲମାନଙ୍କ ଫ୍ରେଣ୍ଡସିପ ସହ ଇଣ୍ଟରଲିଙ୍କ କରାଯାଉଥିଲା?
ମିଡିଆ କଣ ରଙ୍ଗ ଇନଫରମେଶନ ଦେଇ ଲୋକଙ୍କ ଧ୍ୟାନ ହଟାଇବାକୁ ଚାହୁଁଥିଲା। ଏବେ ଏହାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। ଏକ ପ୍ରତିଷ୍ଠିତ ମିଡିଆ ଚ୍ୟାନେଲର ଜଣେ ବରିଷ୍ଠ ସାମ୍ବାଦିକ ସିଦ୍ଦିକିଙ୍କ ହତ୍ୟାକୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର