ଏହା ବ୍ୟତୀତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ପ୍ରଥମ ଥର ପାଇଁ ସଂସଦୀୟ ବ୍ୟାପାର କମିଟିରେ ସ୍ଥାନ ପାଇଛନ୍ତି। ସେହିପରି ନୀତୀନ ଗଡ଼କରୀଙ୍କୁ ୪ଟି କମିଟିରେ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦୁଇଟି କମିଟିରେ ନୁଯୁକ୍ତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅର୍ଥନୈତିକ ବ୍ୟାପାର କମିଟି ଏବଂ ନିଯୁକ୍ତି ଏବଂ ଦକ୍ଷତା ବିକାଶ କମିଟି ରେ ସାମିଲ ହୋଇଛନ୍ତି।
ସେହିପରି ପରିବେଶ ଓ ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ବନ୍ଦର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କୁ କେନ୍ଦ୍ରୀୟ ରାଜନୀତିକ ବ୍ୟାପାରରେ ସ୍ଥାନ ମିଳିଛି। ଯୁବ କେନ୍ଦ୍ର ମନ୍ତ୍ରୀମାନଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ କମିଟିରେ ସ୍ଥାନ ଦିଆଯାଇଛି।