ଏହି ମାମଲାର ସମସ୍ତ ଦିଗକୁ ନିରପେକ୍ଷ ଭାବରେ ବିଚାର କରିବାକୁ ହାଇକୋର୍ଟଙ୍କୁ କହିଛନ୍ତି ସୁପ୍ରିମକୋର୍ଟ।
ସୂଚନାନୁସାରେ,ପରୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା। ନୟାଗଡ଼ ଜିଲ୍ଲାର ପାଞ୍ଚ ବର୍ଷୀୟା ଶିଶୁକନ୍ୟା ଅପହରଣ ପରେ ହତ୍ୟା କରଯାଇଥିବାର ଅଭିଯୋଗ ହୋଇଥିଲା । ଚାରିମାସ ବିତିଲା ପରେ ମଧ୍ୟ ହତ୍ୟାକାରୀ ଧରା ନପଡ଼ିବାରୁ ପରୀର ପିତାମାତା ଓଡ଼ିଶା ବିଧାନ ସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହା ପରେ ଘଟଣାଟି ଅଧିକ ଲୋକଲୋଚନକୁ ଆସିଥିଲା ଏବଂ ଓଡ଼ିଶା ବ୍ୟାପୀ ବିଭିନ୍ନ ସଂଗଠନ ତରଫରୁ ତୁରନ୍ତ ତଦନ୍ତ ଓ ବିଚାର ପାଇଁ ଦାବୀ ହୋଇଥିଲା ।