୨୦୦୭ରେ ଫ୍ଲିପକାର୍ଟର ଶୁଭାରମ୍ଭ ସହିତ ଭାରତରେ ଇକମର୍ସ ବା ଇ-ବାଣିଜ୍ୟର ଆରମ୍ଭ ହୋଇଥିଲା ତାର ସଫଳତା ଦେଖି 2013 ରେ ଆନ୍ତର୍ଜାତୀୟ ଇ-କମର୍ସ ଆମାଜନ ଏଣ୍ଟ୍ରି କଲା। ଆଉ ଦେଖୁ ଦେଖୁ କିଛି ବର୍ଷ ଭିତରେ ଭାରତରେ ଏହି ଦୁଇଟି ଆପ୍ ନିଜର କାୟା ବିସ୍ତାର କରିଦେଲେ। ସମସ୍ତଙ୍କୁ ଲାଗିଲା ଭାରତରେ ଆଉ କୌଣସି ବି ଇ କମର୍ସ ବାଣିଜ୍ୟ ଏମାନଙ୍କୁ ପଛରେ ପକାଇପାରିବନାହିଁ। ବାସ୍ ତାର ଦୁଇବର୍ଷ ଅର୍ଥାତ୍ 2015ରେ ଲଞ୍ଚ ହେଲା ମିଶୋ। ଯେଉଁ କାମ ଫ୍ଲିପକାର୍ଟ ଏବଂ ଆମାଜନ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ କରିପାରୁନଥିଲେ ତାହା ମିଶୋ କିଛି ବର୍ଷ ମଧ୍ୟରେ କରିଦେଖାଇଲା । ସବୁଠାରୁ ଅଧିକ ଲାଭ ପାଇବାଠୁ ଆରମ୍ଭ କରି ଅଧିକରୁ ଅଧିକ ଗ୍ରାହକ ଏବଂ ବିକ୍ରେତାଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ଭଳି ଆହୁରି ଅନେକ ଦିଗରେ, ମିଶୋ ଏବେ ସବୁଠୁ ଆଗୁଆ।
ଅନେକ ଲୋକ ମିଶୋର ପ୍ରଡକ୍ଟକୁ ନକଲି ବି ଭାବନ୍ତି। କିନ୍ତୁ ତାସତ୍ତ୍ବେ ମିଶୋ ଏସବୁ କେମିତି କଲା? କଣ ଏହା ପଛରେ ମିଶୋର ସସ୍ତା ପ୍ରଡକ୍ଟ ଅଛି ନା ଆଉ କିଛି କାରଣ ଅଛି? ଜାଣନ୍ତୁ ମିଶୋ କେମିତି ଭାରତ ବଜାର ଉପରେ ଭାରି ପଡିଲା?
୨୦୨୦ ଆର୍ଥିକ ବର୍ଷରେ ଫ୍ଲିପକାର୍ଟ ୪୮୯୧ କୋଟି ଟଙ୍କା ଲସ୍ କରିଥିଲା ଆଉ ସେହି ସମାନ ବର୍ଷ ଆମାଜନ୍ ୪୮୫୪ କୋଟିର କ୍ଷତି ସହିଥିଲା। ଏହା କୌଣସି ନୂଆ କଥା ନଥଲା କାରଣ ଏହି ଦୁଇ କମ୍ପାନି ଭାରତରେ ଆରମ୍ଭରୁ କ୍ଷତି ସହୁଛନ୍ତି, ଏବଂ ପ୍ରତିବର୍ଷ ଏମାନଙ୍କର କ୍ଷତି ବଢିଚାଲୁଛି। କିନ୍ତୁ ମିଶୋ 2024 ଆର୍ଥିକ ବର୍ଷରେ 42 କୋଟି ଟଙ୍କା ଲାଭ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି କାରଣ ଯେଉଁ କାମ ଫ୍ଲିପକାର୍ଟ 17 ବର୍ଷ ଏବଂ ଆମାଜନ 11 ବର୍ଷରେ କରିପାରିନାହିଁ, ତାହା ମିଶୋ ମାତ୍ର ଆଠ ବର୍ଷ ମଧ୍ୟରେ କରିଦେଖାଇଛି। ଏବଂ କଥା କେବଳ ପ୍ରଫିଟ୍ ରେ ସିମୀତ ନୁହେଁ ବରଂ ଗ୍ରୋଥ୍ ରେ ମଧ୍ୟ ମିଶୋ ସେମାନଙ୍କୁ ପଛରେ ପକାଇଦେଇଛି।
୨୦୨୩ ଆର୍ଥିକ ବର୍ଷରେ, ମିଶୋର ୟୁଜର ବେସ ବାର୍ଷିକ 32 ପ୍ରତିଶତ ବୃଦ୍ଧି ପାଇଛି। ଯେଉଁଠିକି ଫ୍ଲିପକାର୍ଟର 21 ପ୍ରତିଶତ ଏବଂ ଆମାଜନର ୧୩ ପ୍ରତିଶତ ଅଭିବୃଦ୍ଧି ହୋଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ତିନୋଟି କମ୍ପାନୀ ମଧ୍ୟରେ ମିଶୋର average order value (ହାରାହାରି ଅର୍ଡର ମୂଲ୍ୟ) ସବୁଠାରୁ କମ୍ । ଯେଉଁଠି ଫ୍ଲିପକାର୍ଟ ଏବଂ ଆମାଜନ ଉଭୟଙ୍କର ହାରାହାରି ଅର୍ଡର ମୂଲ୍ୟ ୧୬୦୦ ଟଙ୍କା ହୋଇଥିବାବେଳେ ମିଶୋର ହାରାହାରି ଅର୍ଡର ମୂଲ୍ୟ 350 ଟଙ୍କା ଅଟେ। ତାପରେ ବି ଫ୍ଲିପକାର୍ଟ ଏବଂ ଆମାଜନ ପ୍ରତିବର୍ଷ କ୍ଷତି ସହୁଛନ୍ତି ଏବଂ ମିଶୋ ବର୍ତ୍ତମାନ ଲାଭ ପାଇବା ଆରମ୍ଭ କରିଛି। କିନ୍ତୁ ପ୍ରଶ୍ନ ହେଉଛି କେମିତି?
ପ୍ରଥମେ ଏହା ଜାଣିବାକୁ ହେବ ଯେ ଆମାଜନ ଏବଂ ଫ୍ଲିପକାର୍ଟ ଦ୍ୱାରା ଏମିତି କଣ ଭୁଲ ହେଲା ଯାହାର ଫାଇଦା ମିଶୋ ଉଠାଇଲା। ବାସ୍ତବରେ ଆରମ୍ଭରୁ ହିଁ ଉଭୟ ଆମାଜନ ଏବଂ ଫ୍ଲିପକାର୍ଟ ବଡ ସହରଗୁଡିକ ଉପରେ ଫୋକସ କଲେ ଆଉ ଏହା ଠିକ୍ ବି ଥିଲା କାରଣ ବଡ଼ ସହରର ଲୋକମାନେ ଅଧିକ ସପିଙ୍ଗ୍ କରନ୍ତି। ସେମାନେ ଅଧିକ ନୂଆ ଏବଂ ମହଙ୍ଗା ଜିନିଷ ଟ୍ରାଏ କରିବାକୁ ଭଲପାଆନ୍ତି ତାସହିତ ସେଠାରେ ଟ୍ରାନସପୋର୍ଟେସନର ବି ସୁବିଧା ଥାଏ କିନ୍ତୁ ସେମାନେ ଗୋଟେ ଜିନିଷ ମିଶ୍ କରୁଥିଲେ, ତାହା ହେଉଛି ଭାରତରେ ମାତ୍ର ୮ ପ୍ରତିଶତ ଲୋକ ସହରରେ ବାସ କରନ୍ତି ଆଉ ବାକି ୯୨% ଲୋକ ଗ୍ରାମରେ ବାସ କରନ୍ତି । ଏବଂ ଏହା କେବଳ ଅନଲାଇନ୍ ସପିଂ କରୁଥିବା ଗ୍ରାହକଙ୍କ ବିଷୟରେ ନୁହେଁ, ବରଂ ଏହି ୯୨% ରେ ଭାରତର କୋଟି କୋଟି କ୍ଷୁଦ୍ର ଏବଂ ମଧ୍ୟମ ଆକାରର ବ୍ୟବସାୟ ଗୁଡିକ ମଧ୍ୟ ଅନ୍ତଭୁର୍କ୍ତ ଥିଲା ଯେଉଁମାନେ ଭାରତର E-Commerce revolutionର ଏକ ଅଂଶ ହେବାଠାରୁ ବହୁତ ଦୂରରେ ଥିଲେ। ଏହା ଏକ ବହୁତ ବଡ ଗ୍ୟାପ ଥିଲା ଯାହା ଆଇଆଇଟି ଦିଲ୍ଲୀରେ ପଢିଥିବା ଦୁଇ ଇଞ୍ଜିନିୟର ସଞ୍ଜୀବ ବର୍ନୱାଲ ଏବଂ ବିଦିତ୍ ଆତ୍ରେ ଚିହ୍ନଟ କରିଥିଲେ ଏବଂ ଏହି ସୁଯୋଗର ଫାଇଦା ଉଠାଇବା ପାଇଁ ଚିନ୍ତା ହିଁ କରୁଥିଲେ କି ସେତେବେଳେ ତାଙ୍କୁ ହ୍ବାଟସଆପ ଗ୍ରୁପରେ ହେଉଥିବା ଅନଲାଇନ ବିଜନେସ ବିଷୟରେ ଜଣାପଡିଲା।
ସଞ୍ଜୀବ ଏବଂ ଭିଦିତ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କି ଯେ ପୋଷାକ ଏବଂ ଫ୍ୟାଶନ୍ ଆସେସୋରିଜ୍ ବିକ୍ରି କରୁଥିବା ଅନେକ ଛୋଟ ସେଲରସ ମାନେ କେବଳ ହ୍ବାଟସଆପ ଗ୍ରୁପ୍ ମାଧ୍ୟମରେ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଯେହେତୁ ସଞ୍ଜୀବ ଏବଂ ବିଜୟ ଆମାଜନ ଏବଂ ଫ୍ଲିପକାର୍ଟ ଠାରୁ କିଛି ଅଲଗା କରିବାକୁ ଚାହୁଁଥିବାରୁ ସେମାନେ ହ୍ବାଟସଆପ ଗ୍ରୁପ୍ ଉପରେ ଆଧାର କରି ଏମିତି ଏକ ଷ୍ଟାର୍ଟଅପ୍ ଆରମ୍ଭ କଲେକରାଯିବ ଯାହାଦ୍ବାରା ଲୋକାଲ ସପ୍ ଗୁଡିକର ପ୍ରଡକ୍ଟ ଅନଲାଇନ ସେଲ କରାଯାଇପାରିବ। ଏହି ଭିଜନ ସହିତ ସେମାନେ ନିଜର ନୂଆ ଷ୍ଟାର୍ଟଅପ୍ ଆରମ୍ଭ କଲେ ଯାହାର ନାଁ ସିଏ ରଖିଲେ fashioneer.
fashioneer ରେ ଛୋଟରୁ ଛୋଟ ଦୋକାନୀ ରେଜିଷ୍ଟର କରି ଏକ ଲିମିଟେଡ ଏରିଆ ଭିତରେ ନିଜ ପ୍ରଡକ୍ଟକୁ ଅନଲାଇନ ବିକ୍ରି କରିବା ଆରମ୍ଭ କଲେ କିନ୍ତୁ ବର୍ଷେ ଭିତରେ ଏହା ଫେଲ ହୋଇଗଲା। ଏହା ପଛରେ ଦୁଇଟି କାରଣ ଥିଲା। ପ୍ରଥମ କାରଣ ହେଉଛି ଏଥିରେ ମାର୍ଜିନ ନଥିଲା ତାସହିତ ଲଜିଷ୍ଟିକ କଷ୍ଟ ଅଧିକ ହେଉଥିଲା ଏବଂ ଦ୍ବିତୀୟ ହେଉଛି ଚାହିଦାର ଅଭାବ ଥିଲା । ସଞ୍ଜୀବ ଏବଂ ବିଦିତ୍ ବୁଝିପାରିଲେ କି ଭାରତୀୟ ଇ-କମର୍ସ ମାର୍କେଟରେ ଯଦି କିଛି ବଡ କରିବାର ଅଛି ହ୍ବାଟସଆପ ଗ୍ରୁପ କି ସୋସିଆଲ ମିଡିଆ ଚକରରେ ନପଡି ନିଜର ଇ କମର୍ସ ୱେବସାଇଟ କରିବାକୁ ପଡିବ।
ଆଉ ୨୦୧୫ରେ ସିଏ ନିଜର ଇ-କମର୍ସ ପ୍ଲାଟଫର୍ମ ଲଞ୍ଚ କଲେ ଯାହାର ନାମ ସିଏ ମିଶୋ ରଖିଲେ। ମିଶୋ ଆରମ୍ଭରୁ ସ୍ଲୋ ଥିଲା କିନ୍ତୁ ଧୀରେ ଧୀରେ ତାର ରଫତାର ଦ୍ରୁତ ଗତିରେ ବଢିଲା। କାରଣ ପ୍ରଥମ ଆର୍ଥିକ ବର୍ଷରେ ମିଶୋର ରେଭେନ୍ୟୁ ମାତ୍ର ₹ 1 କୋଟି ₹ 21 ଲକ୍ଷ ଥିଲାବେଳେ କିନ୍ତୁ ଏପ୍ରିଲ୍ 2021 ରେ ୟୁନିକର୍ଣ୍ଣର ମାନ୍ୟତା ହାସଲ କରିଥିଲା | ବର୍ତ୍ତମାନ ମିଶୋରେ ମାସିକ 12 କୋଟି ସକ୍ରିୟ ଗ୍ରାହକ ଅଛନ୍ତି। ଆମାଜନ ଏବଂ ଫ୍ଲିପକାର୍ଟକୁ ପଛରେ ପକାଇ ମିଶୋ ବର୍ତ୍ତମାନ ଭାରତର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଇ କମର୍ସ ପ୍ଲାଟଫର୍ମ ହୋଇଯାଇଛି। ଆଉ ଏସବୁ ସଞ୍ଜୀବ ଏବଂ ଭିଦିତଙ୍କର ଗୋଟେ ନିଷ୍ପତ୍ତି ପାଇଁ ସମ୍ଭବ ହୋଇପାରିଲା
ଏବେ ପ୍ରଶ୍ନ ହେଉଛି ଫ୍ଲିପକାର୍ଟ ଏବଂ ଆମାଜନ ଯାହା କରିପାରଲାନି ତାହା ମିଶୋ କେମିତି ହେଲା? ମିଶୋର ୫ଟି ୟୁନିକ୍ ଷ୍ଟାଟର୍ଜୀ ପାଇଁ ଏହା ସମ୍ଭବ ହୋଇପାରିଛି।
ମିଶୋର ଏହି ସଫଳତା ପଛରେ ସବୁଠାରୁ ବଡ଼ କାରଣ ହେଉଛି ଶୂନ ପ୍ରତିଶତ କମିଶନ ପଲିସି। ମିଶୋ ନିଜ ସେଲରସଙ୍କଠାରୁ କୌଣସି କମିଶନ ଚାର୍ଜ କରେନାହିଁ ଯେଉଁଠି ଫ୍ଲିପକାର୍ଟ ଏବଂ ଆମାଜନ ପ୍ରତ୍ୟେକ ପ୍ରଡକ୍ଟରେ ବହୁତ ଅଧିକ କମିଶନ ଚାର୍ଜ କରନ୍ତି। ଆମାଜନ ପ୍ରାୟ 30 ପ୍ରତିଶତ ଏବଂ ଫ୍ଲିପକାର୍ଟ ପ୍ରାୟ ଚାଳିଶ ପ୍ରତିଶତ କମିଶନ ଚାର୍ଜ କରିଥାଏ। ଏହି କାରଣରୁ ମିଶୋ ଆସିବା ପୂର୍ବରୁ ଲକ୍ଷ ଲକ୍ଷ ଛୋଟ ବ୍ୟବସାୟୀ ଚାହିଁକି ମଧ୍ୟ ଅନଲାଇନ୍ ସେଲିଙ୍ଗ କରିପାରୁନଥିଲେ। ଏହି ସମସ୍ୟାର ସମାଧାନ କରିବା ପାଇଁ ସଞ୍ଜୀବ ଏବଂ ବିଦିତ ମିଶୋକୁ ଶୂନ ପ୍ରତିଶତ କମିଶନରେ ଲଞ୍ଚ କରିଥିଲେ ଯାହାଦ୍ବାରା ଛୋଟ ସେଲର୍ସ ବି ଇକମର୍ସ ବିଜନେସରେ ଆସିପାରିବେ। ଏହି କାରଣରୁ ଆଜି ଅଧିକାଂଶ ବିକ୍ରେତା ଫ୍ଲିପକାର୍ଟ ଏବଂ ଆମାଜନ ବଦଳରେ ମିଶୋରେ ବିକ୍ରି କରିବାକୁ ପସନ୍ଦ କରନ୍ତି ।
ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯଦି ମିଶୋ ସେଲରସଙ୍କଠୁ କୌଣସି କମିଶନ କି ଫିସ ନିଏନାହିଁ ତାହେଲେ ଟଙ୍କା କେମିତି ରୋଜଗାର କରେ? ଆପଣଙ୍କୁ ଜଣାଇଦେବୁ କି ମିଶୋ ଅଧିକାଂଶ ଭାବରେ ବିଜ୍ଞାପନରୁ ରେଭେନ୍ୟୁ ଜେନେରେଟ କରିଥାଏ। ଏବେ ଜିରୋ କମିଶନର ଫାଇଦା ଦେଖି ସେଲର୍ସ ତ ପଳାଇଆସିଲେ କିନ୍ତୁ କଷ୍ଟମରଙ୍କ ବିଷୟରେ କଣ? ଗ୍ରାହକମାନେ ମିଶୋକୁ ଆସିବାର ଏକମାତ୍ର ମୁଖ୍ୟ କାରଣ ହେଉଛି ଏଠାରେ ସବୁ ଶସ୍ତାରେ ମିଳେ। ଏକ ରିପୋର୍ଟ ଅନୁଯାୟୀ, ଅନ୍ୟ ଇ-କମର୍ସ ପ୍ଲାଟଫର୍ମ ତୁଳନାରେ ମିଶୋର ପ୍ରଡକ୍ଟସ 30% ଶସ୍ତା ଅଟେ ଏବଂ ଏହା ମିଶୋର ସଫଳତା ପଛର ଦ୍ୱିତୀୟ ବଡ଼ କାରଣ। ଏବେ ଆପଣ ଭାବୁଥିବେ ମିଶୋର ପ୍ରଡକ୍ଟ ଏତେ ଶସ୍ତା କାହିଁକି?
ବାସ୍ତବରେ ଶସ୍ତା ପ୍ରଡକ୍ଟର କାରଣ ବି ଜିରୋ ପରସେଣ୍ଟ କମିଶନ ପଲିସି। ଧରିନିଅନ୍ତୁ ଏକ ପ୍ରଡକ୍ଟର ମୂଲ୍ୟ ହେଉଛି ୨୦୦ ଟଙ୍କା , ଯଦି ଆପଣ ସେଥିରେ ୧୦୦ ଟଙ୍କା ମାର୍ଜିନ ରଖି ୩୦୦ ଟଙ୍କାରେ ଫ୍ଲିପକାର୍ଟରେ ବିକିବେ ତାହେଲେ ଆପଣଙ୍କର loss ହୋଇଯିବ କାରଣ ୪୦% ମାନେ ୧୨୦ ଟଙ୍କା ଫ୍ଲିପକାର୍ଟ ରଖିଦେବ ଆଉ ବାକି ରହିଲା ୧୮୦ ଟଙ୍କା ଯାହାକି ଉକ୍ତ ପ୍ରଡକ୍ଟର କଷ୍ଟ ବି ନୁହେଁ, କିନ୍ତୁ ସମାନ ପ୍ରଡକ୍ଟକୁ ଯଦି ଆପଣ ମିଶୋରେ ବିକ୍ରିକଲେ ସେଠାରେ କୌଣସି ବି କମିଶନ ଦେବାକୁ ପଡିବ ନାହିଁ। ଯଦି ପ୍ରଡକ୍ଟର ମୂଲ୍ୟ ୩୫୦ ବି ରଖୁଛନ୍ତି ତାହେଲେ ୭୦ ଟଙ୍କା ସିପିଙ୍ଗ ଏବଂ ୩୦ ଟଙ୍କା ରିଟର୍ନ ଇତ୍ୟାଦିରେ କାଟି ମଧ୍ୟ ଆରାମରେ ୫୦ ଟଙ୍କା ବଞ୍ଚିଯିବ। ଏହି କାରଣ ହେଉଛି ଆମାଜନ ଏବଂ ଫ୍ଲିପକାର୍ଟରେ ଉପଲବ୍ଧ ଅନେକ ସମାନ ପ୍ରଡକ୍ଟ ମିଶୋରେ ୧୦୦ ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ସସ୍ତା ହୋଇଥାଏ।
ମିଶୋର ଏହି ସଫଳତା ପଛରେ ତୃତୀୟ କାରଣ ହେଉଛି Faster Settlements . ମିଶୋରେ କେବଳ ଗ୍ରାହକ ବୃଦ୍ଧି ପାଉନାହାଁନ୍ତି ବରଂ ସେଲର୍ସ ମଧ୍ୟ ଏହି ପ୍ଲାଟଫର୍ମକୁ ଅଧିକରୁ ଅଧିକ ବ୍ୟବହାର କରୁଛନ୍ତି। ମିଶୋରେ ବର୍ତ୍ତମାନ 15 ଲକ୍ଷରୁ ଅଧିକ ସେଲର୍ସ ଅଛନ୍ତି, ଯେଉଁଥିରୁ କେବଳ ଗତ ବର୍ଷ ୭ ଲକ୍ଷ ନୂଆ ସେଲର୍ସ ଆର୍ଡ ହୋଇଛନ୍ତି ଯାହାକି ବହୁତ ବଡ ନମ୍ବର କାରଣ ସେହି ସମାନ ବର୍ଷ ଉଭୟ ଆମାଜନ ଏବଂ ଫ୍ଲିପକାର୍ଟର ମିଶି ସମୁଦାୟ ୩ ଲକ୍ଷ ନୂଆ ସେଲର ଆର୍ଡ ହୋଇଥିଲେ ଯାହା ମିଶୋର ଅଧାରୁ ବି କମ୍।
ଏହାର ତୃତୀୟ ବଡ କାରଣ ହେଉଛି ମିଶୋର Payment Cycle। ଆମାଜନର ପେମେଣ୍ଟ ସାଇକେଲ ୧୪ ଦିନର ଅଟେ ମାନେ ଆମାଜନ କୌଣସି ବି ପ୍ରଡକ୍ଟ ବିକିବା ପରେ ନିଜ ସେଲରକୁ ୧୪ ଦିନରେ ଥରେ ପେମେଣ୍ଟ ଦିଏ। ସେଥିରେ ବି କ୍ଲିଅରାନ୍ସ ପାଇଁ ୫ ରୁ ୭ ଦିନ ଟାଇମ ଲାଗେ। ମାନେ ଆମାଜନର ସେଲରକୁ ପାଖାପାଖି ୨୧ ଦିନ ପରେ ପଇସା ମିଳେ। କିନ୍ତୁ ମିଶୋ ନିଜ ସେଲରସଙ୍କୁ ଆରମ୍ଭରୁ ହିଁ ସାତ ଦିନ ମଧ୍ୟରେ ପେମେଣ୍ଟ କରିଆସୁଛି।
ମିଶୋର ସଫଳତାର ଚତୁର୍ଥ ବଡ କାରଣ ହେଉଛି No Private Label ଅର୍ଥାତ୍ ମିଶୋ କେବେ ବି ନିଜର ଲାଭ ପାଇଁ ବିକ୍ରେତାମାନଙ୍କ ମଧ୍ୟରେ ଭେଦଭାବ କରେନାହିଁ କିନ୍ତୁ ଯଦି ଆମେ ଆମାଜନ ଏବଂ ଫ୍ଲିପକାର୍ଟକୁ ଦେଖିବା ତାହେଲେ ସେମାନଙ୍କୁ ନିଜ ବିକ୍ରେତାମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେଖିବାକୁ ମିଳେ। ଏମିତିକି ଫ୍ଲିପକାର୍ଟ ତ ନିଜ ସେଲରସଙ୍କୁ ୩ ଟି ବିଭାଗରେ ବିଭକ୍ତ କରେ ବ୍ରୋଞ୍ଜ , ସିଲଭର ଏବଂ ଗୋଲ୍ଡ। ବଡ ସେଲର ଏହି ବେନିଫିଟର ଫାଇଦା ଉଠାଇକି ଆଗକୁ ବଢନ୍ତି କିନ୍ତୁ ଛୋଟ ସେଲରସ ଯାହାକୁ ବାସ୍ତବରେ ଏହି ବେନିଫିଟସର ଆବଶ୍ୟକତା ଥାଏ ତାଙ୍କୁ ମିଳେନାହିଁ। ଆମାଜନ ମଧ୍ୟ ସେଲରଙ୍କ ପ୍ରଡକ୍ଟ ଠାରୁ ଅଧିକ ନିଜ ବ୍ରାଣ୍ଡକୁ ପ୍ରାଧାନ୍ୟ ଦିଏ।
ମିଶୋର ସଫଳତାର ପଞ୍ଚମ ବଡ କାରଣ ହେଉଛି Low Cost Delivery. ମିଶୋର ସିପିଙ୍ଗ ଚାର୍ଜ ବାକି ଇ କମର୍ସ ୱେବସାଇଟଙ୍କ ତୁଳନାରେ ବହୁତ କମ ଅଟେ। ଏହା ଉଭୟ ଗ୍ରାହକ ଏବଂ ବିକ୍ରେତା ଦୁଇଜଣଙ୍କ ଉପରେ ଲାଗୁ ଥାଏ। ନିକଟରେ ମିଶୋ ଏହାର ଲଜିଷ୍ଟିକ୍ ମୂଲ୍ୟ 5% ହ୍ରାସ କରିଛି ଏବଂ ଆଗକୁ ଏହି କଷ୍ଟ ଆହୁରି କମିବ ବୋଲି ଘୋଷଣା କରିଛି। କିନ୍ତୁ ପ୍ରଶ୍ନ ହେଉଛି କିପରି? ମିଶୋ ପ୍ରତିଦିନ 30 ଲକ୍ଷ ଅର୍ଡର ସିପ୍ କରିଥାଏ। ଭାରତର ଆଉଟସୋର୍ସଡ ଇ-କମର୍ସ ଲଜିଷ୍ଟିକ୍ ବଜାରରେ ମିଶୋର ସବୁଠାରୁ ବଡ ସେୟାର ରହିଛି।
ମିଶୋ ଦାବି କରିଛି ଯେ 2023 ମସିହାରେ ଏହାର 20 ହଜାର ସେଲରଙ୍କର ୧୦ ଗୁଣ ଅଭିବୃଦ୍ଧି ଏବଂ 75 ହଜାର ବିକ୍ରେତା double digit growth (ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି) ହାସଲ କରିଛନ୍ତି। କେବଳ ଏତିକି ନୁହେଁ, 10 ହଜାର ମିସୋ ସେଲରସ କେବଳ ଗୋଟିଏ ବର୍ଷ ମଧ୍ୟରେ ₹ 1 କୋଟି ମାର୍କ ମଧ୍ୟ ଅତିକ୍ରମ କରିଛନ୍ତି। ଯଦି ମିଶୋର ଏହିଭଳି ଗ୍ରୋଥ୍ ଲାଗିରହେ ତାହେଲେ ସେ ଦିନ ବେଶୀ ଦୂରରେ ନାହିଁ ଯେବେ ମିଶୋ ଭାରତର ସବୁଠାରୁ ବଡ ଇ-କମର୍ସ ବ୍ରାଣ୍ଡ ହୋଇଯିବ।
ଅଧିକ ପଢନ୍ତୁ ଭାରତ ଖବର