ଏହା ଧୀରେ ଧୀରେ ଗତିର ଦିଗ ପରିବର୍ତ୍ତନ କରି ଉତ୍ତରଉତ୍ତର-ପୂର୍ବ ଦିଗରେ ଗତି କରିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହା ଏକ ଅତି ଭୀଷଣ ବାତ୍ୟା ଭାବେ 14 ତାରିଖ ମଧ୍ୟାହ୍ନ ସମୟରେ ଦକ୍ଷିଣପୂର୍ବ ବାଙ୍ଗଲାଦେଶ ଏବଂ ଉତ୍ତର ମିଆଁମାର ଉପକୂଳକୁ କକ୍ସ ବଜାର (ବାଙ୍ଗଲାଦେଶ) ଏବଂ କ୍ୟାୟପିୟୁ (ମିଆଁମାର) ମଧ୍ୟରେ ମିଆଁମାରର ସ୍ୱଇଟେ ନିକଟରେ ସ୍ଥାୟୀ ପବନ ଘଣ୍ଟାପ୍ରତି 150 ରୁ 160 ସର୍ବାଧିକ 175 କିମି ସହ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି l

ଭୁବନେଶ୍ୱର: ଦକ୍ଷିଣପୂର୍ବ ତତ୍ ସଂଲଗ୍ନ କେନ୍ଦ୍ରୀୟ ବୋଙ୍ଗୋପସାଗର ଅଞ୍ଚଳରେ ଅତି ଭିଷଣ ବାତ୍ୟାରେ ପରିଣତ ହେଲା ମୋକା । ଏହା ଆଜି ସକାଳ 5.30 ର ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତ 6 ଘଣ୍ଟାରେ ଘଣ୍ଟାପ୍ରତି ବେଗ 9 କିମି ହାରରେ ଉତ୍ତର ଆଡକୁ ଗତି କରୁଛି । ତଥା 13.2 ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ 88.1 ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ରହିବା ସହ ପୋର୍ଟବ୍ଲେୟାର ଠାରୁ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ 520 କିମି , ବାଙ୍ଗଲାଦେଶର କକ୍ସ ବଜାର ଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ 1010 କିମି, ଏବଂ ମିଆଁମାରର ସ୍ୱଇଟେ ଠାରୁ ସମାନ ଦିଗରେ 930 କିମି ଦୂରରେ ସକ୍ରିୟ ରହିଛି l

ଅର୍ଗସ ବ୍ୟୁରୋ: ବାଲେଶ୍ବରର ବାହାନଗାରେ ଗତ ଶୁକ୍ରବାର ଘଟିଥିଲା ଭୟଙ୍କର ଟ୍ରେନ ଦୁର୍ଘଟଣା। ଯାହାକୁ ନେଇ ସାରା ଦେଶରେ ଶୋକର ଛାୟା। ଏହି ଦୁର୍ଘଟଣାକୁ ଭାରତର ସବୁଠାରୁ ବଡ଼ ରେଳ ଦୁର୍ଘଟଣା। ବାଲେଶ୍ବର ଟ୍ରେନ ଦୁର୍ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି। ଟ୍ରେନ ଦୁର୍ଘଟଣାରେ ୨୭୫ଜଣଙ୍କର ମୃତ୍ୟୁ ହୋଇଛି। ବହୁତ ପିଲା ମା' ବାପାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। ସେମାନେ କେମିତି ପାଠ ପଢ଼ି ବଡ଼ ମଣିଷ ହେବେ। ଏହାର ସମାଧାନ କରିଛନ୍ତି ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ। ଏଥିପାଇଁ ଆଦାନୀ ଗ୍ରୁପ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି।
ଅଧିକ ଖବର ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ଼ ଘୋଷଣା
ଅନାଥ ପିଲାଙ୍କ ପାଠପଢ଼ା ଦାୟିତ୍ଵ ନେବ ଆଦାନୀ ଗ୍ରୁପ୍। ବାପାମା' ତଥା ଅଭିଭାବକଙ୍କୁ ହରାଇଥିବା ପିଲା ସୁବିଧା ପାଇବେ। ଘୋଷଣା କଲେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ।

ଅର୍ଗସ ବ୍ୟୁରୋ: ଗ୍ୟାସ ବୋଝେଇ ଗାଡିରୁ ଗ୍ୟାସ ଲିକ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ସପ୍ତଶତୀ ମନ୍ଦିର ଅଞ୍ଚଳରେ ଏକ ଗ୍ୟାସ ବୋଝେଇ ଗାଡୁରୁ ଗ୍ୟାସ ଲିକ ହୋଇଥିବା ସୂଚନା ରହିଛି। ସଙ୍ଗେ ସଙ୍ଗେ ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ତେବେ ଗ୍ୟାସ ଲିକ ପାଇଁ ପ୍ରବଳ ଟ୍ରାଫିକ ଜାମ ମଧ୍ୟ ହୋଇଥିଲା । ଖରାକୁ ଅସହ୍ୟ ହେଉଛି ଟ୍ରାଫିକ ଜାମ ।ଟ୍ରାଫିକ ରେ ଫସି ରହିଛି ଅନେକ ଗାଡ॥ ଏହାସହ ଅନେକ ଲୋକ। ଯିବା ଆସିବା ମୁସ୍କିଲ ହୋଇପଡିଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:

ମୟୂରଭଞ୍ଜ: ବଞ୍ଚିବାକୁ ରାହା ଖୋଜୁଛନ୍ତି ସୁନ୍ଦର ମାର୍ଣ୍ଡିଙ୍କ ପରିବାର। ୨୨ ଟିକିଆ ହାତୀ ପଲ ସମ୍ପୁର୍ଣ୍ଣ ଘର ଭାଙ୍ଗିଦେଲା। ତିନି ଘଣ୍ଟା ମୃତୁସହ ସଙ୍ଘର୍ଷ କରିଛନ୍ତି ବଞ୍ଚିବା ପାଇଁ ସୁନ୍ଦର ମାର୍ଣ୍ଡିଙ୍କ ପରିବାର। କିଭଳି ଭାଵରେ ହାତୀପଲ ନିଜର ଆକ୍ରୋଶ ଦେଖାଇଛନ୍ତି । ଏ ଘର ଏକ ପରିବାରର ରୋଜଗାର ଥିଲା, ମୁଣ୍ଡ ଗୁଞ୍ଜିବା ପାଇଁ ବାସସ୍ଥାନ ଥିଲା କିନ୍ତୁ ୨୨ ଟିକିଆ ହାତୀପଲ ଏକ ପରିବାରର ମେରୁଦଣ୍ଡ ଭାଙ୍ଗିଦେଲେ । ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ଏହି ପରିବାର । ଏ ଚିତ୍ର ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଭାଲିଆଡ଼ିହା ପଞ୍ଚାୟତ ରାମନଗର ସୁନ୍ଦର ମାର୍ଣ୍ଡିଙ୍କ ପରିବାର।
ଘର ଦୁଇଟି ସମ୍ପୁର୍ଣ୍ଣ ଭାଙ୍ଗି ଯିବାରୁ ବର୍ତ୍ତମାନ ସମ୍ପୁର୍ଣ୍ଣ ବାସହାରା ହୋଇଯାଇଛନ୍ତି। ବର୍ଷକର ଉପାର୍ଜନ ଅର୍ଥ ଧାନ ଚାଉଳ ସମ୍ପୁର୍ଣ୍ଣ ଖାଇଦେଇଛନ୍ତି ହାତୀପଲ । ବର୍ତ୍ତମାନ ଗଛମୂଳେ ଜରି ପାଲ ଆଶ୍ରୟ ସ୍ଥଳ ପାଲଟିଛି। ଛିଡା ଶାଢ଼ୀ କାନ୍ଥ ପାଲଟିଛି ।କଣ କରିବେ କେତେବେଳେ ଆଉଥରେ ହାତୀପଲ ଆଶି ମାରିଦେବ କହିହେବନି , ସୁନ୍ଦର ମାର୍ଣ୍ଡିଙ୍କ ପରିବାର ବଞ୍ଚିବାର ରାହା ଖୋଜୁଛନ୍ତି । ବନବିଭାଗ ହାତିଙ୍କ ଗତିପଥ ଜାଣିବାରେ ବିଫଳ ହୋଇଛି। କେତେ ଧନଜୀବନ କ୍ଷତି ହେଲେ ବନବିଭାଗ ର ଚେତା ପଶିବ।
କଣ କରୁଥିଲେ ଦୀର୍ଘ ତିନିଘଣ୍ଟା ବନବିଭାଗ, କେବଳ ଭଗବାନ ହିଁ ଭରସା ଥିଲା ପରିବାରର । କେବେ ବନବିଭାଗ ତତ୍ପର ହେବ। କେବେ ଲୋକଙ୍କୁ ସୁରକ୍ଷା ଦେବ ବନବିଭାଗ ତାକୁହିଁ ଅପେକ୍ଷା।
ଅଧିକ ପଢନ୍ତୁ ଓଡ଼ିଶା ଖବର
