ହାତୀଟି ମହୁଲପଡ଼ା ଗ୍ରାମ ନିକଟ ପୋଖରୀ ଆର ପାଖରେ ମରି ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ବନ ବିଭାଗକୁ ଖବର ଦେଇଥିଲେ, ଖବର ପାଇ ବନବିଭାଗ ପହଁଚି ତଦନ୍ତ ଆରମ୍ଭ ଜାରି ରଖିଛି। ଏହା ପୂର୍ବରୁ ମଧ୍ୟ ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସୁଛି, ହେଲେ ଏନେଇ କୌଣସି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ମହୁଲପଡ଼ା ଜଙ୍ଗଲରେ ଏକ ହାତୀଛୁଆର ମୃତ ଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ଅର୍ଗସ ବ୍ୟୁରୋ: ପୁଣି ଏକ ହାତୀ ଛୁଆର ମୃତଦେହ ଠାବ। ଢ଼େଙ୍କାନାଳ ବନଖଣ୍ଡ ମହୁଲପଡ଼ା ଜଙ୍ଗଲରେ ଏକ ହାତୀଛୁଆର ମୃତ ଦେହ ଠାବ ହୋଇଛି । ହାତୀଟିର ମୃତ୍ୟୁ କିଭଳି ହୋଇଛି ତାର କାରଣ ଅସ୍ପଷ୍ଟ ରହିଛି। ହାତୀଟିର ବୟସ ୫ ରୁ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।ଢ଼େଙ୍କାନାଳ ବନବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି।
Download Argus News App
