ରାଗିକି କହିଥିଲେ, ଆପଣମାନେ ୱେଲ୍ ସ୍କ୍ରିପ୍ଟେଡ ମୁଭି ଚଳାଇଛନ୍ତି । ଗଣମାଧ୍ୟମ ନିରପେକ୍ଷ ରହୁନି ବୋଲି ସେ ଅଭିଯୋଗ କରିଛନ୍ତି । ଅକ୍ଷୟ ପରିଜାଙ୍କ ଠାରୁ ମୁଁ ଟଙ୍କାଟେ ନେଇନି । କୁଆଡ଼େ ଗଲେ ଶୋ-କଲ୍ଡ ଭିକ୍ଟିମ୍ ? ମୋତେ ଆରେଷ୍ଟ କଲେ, ମୋ ପରିବାରକୁ ନଜର ବନ୍ଦୀ ରଖାଗଲା । ମୋତେ ଫସାଇ ଦିଆଯାଇଛି । କିଏ ମୋତେ ଫସାଇଛନ୍ତି, ତାହାର ତଦନ୍ତ ଗଣମାଧ୍ୟମ କରୁ ବୋଲି କହିଛନ୍ତି ଅର୍ଚ୍ଚନା ।
କୋର୍ଟରେ କାନ୍ଦିଲେ ଅର୍ଚ୍ଚନା

ଭୁବନେଶ୍ୱର: କୋର୍ଟରେ କାନ୍ଦିଲେ ଅର୍ଚ୍ଚନା । କହିଲେ ମୁଁ କିଛି କହିବାକୁ ଚାଁହୁଛି । ଆଜି ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ । ଝାରପଡ଼ା ଜେଲରୁ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ କୋର୍ଟକୁ ଅଣାଯାଇଛି । ଏହି ସମୟରେ ସେ ଗଣମାଧ୍ୟମର ପ୍ରଶ୍ନ ଶୁଣି ଚିହିଁକି ଉଠିଥିଲେ ।
Download Argus News App
