ଗୁଡ଼, ବିରି, ନଡ଼ିଆ ଆଦିରେ ପୁର ତିଆରି ହେଉଥିବା ବେଳେ ଅରୁଆ ଚାଉଳରେ ଗଜ ପ୍ରସ୍ତୁତ ହୁଏ। ସବୁଠାରୁ ବଡ କଥା ହେଉଛି ଆଧୁନିକ ସମୟରେ ବି କେବଳ ଢିଙ୍କିରେ ଚାଉଳ କୁଟି ତାକୁ ଚଲାଯାଇ ପ୍ରସ୍ତୁତ କରାଯାଏ ଗଜ ପାିଇଁ ଚୁନା। ଢିଙ୍କିକୁ ପୂଜା କରାଯାଇ ଢିଙ୍କି କୁଟା ଆରମ୍ଭ ହୁଏ। ଗ୍ୟାସ କିମ୍ବା ଇଲେକ୍ଟ୍ରି ନୁହେଁ କେବଳ କାଠ ଚୁଲିରେ ହିଁ ଅଥାର ହାଣ୍ଡି ବସାଇ ଗଜ ପ୍ରସ୍ତୁତ ହୁଏ। ଯେଉଁ ଘରେ ଚୁଲି ଥାଏ, ସେ ଘରକୁ ଭଲରେ ଲିପାପୋଛା କରାଯାଇଥାଏ। କେବଳ ପୂଜକ ପରିବାର ବ୍ୟତୀତ ଅନ୍ୟ କାହାରିକୁ ସେ ଘର ଭିତରକୁ ଯିବାକୁ ଅନୁମତି ନଥାଏ ।
ଲୋକକଥା ରହିଛି ବାବା ଧବଳେଶ୍ବରଙ୍କ ମହିମାରୁ କଳା ବଳଦ ଧଳା ହୋଇଯାଇଥିଲା। ସେଥିପାଇଁ ଗଜ ଭୋଗର ଉପରଟା ଧଳା ଏବଂ ଭିତର ଦେଖିବାକୁ ପୂରା କଳା। ବୁଧବାର ମଧ୍ୟରତ୍ରରୁ ଧବଳେଶ୍ବରରେ ବଡ଼ ଓଷା ନୀତି ଆରମ୍ଭ ହେବ। ଗୁରୁବାର ଭୋରୁ ଭକ୍ତଙ୍କୁ ଗଜ ଭୋଗ ବଣ୍ଟନ ଲାଗି ବ୍ୟବସ୍ଥା ହୋଇଛି। ଏହି ପ୍ରସିଦ୍ଧ ଗଜ ଭୋଗ ପାଇବାଲାଗି ସେଦିନ ହଜାର ହଜାର ଭକ୍ତଙ୍କର ଭିଡ ଲାଗିବ ବାବା ଧବଳେଶ୍ବରଙ୍କ ପୀଠରେ।