ଆହୁରି ପଢନ୍ତୁ ଓଡିଶା ଖବର...
ଢେଙ୍କାନାଳ: ଢ଼େଙ୍କାନାଳ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ସଂଜପଡା ଗ୍ରାମରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଛି । ହାତୀଟିର ବୟସ ଦୁଇରୁ ତିନି ମାସ ହେବ ବୋଲି ଜଣାପଡିଛି । ହାତୀ ଆତଙ୍କ ମଧ୍ୟରେ ଦଳା ଚକଟା ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବନ ବିଭାଗ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଅଣ ଜଳସେଚିତ ଅଞ୍ଚଳରେ ଚାଷ ଏବଂ ଚାଷୀର ଉନ୍ନତି ପାଇଁ ରାଜ୍ୟରେ ପ୍ରଣୟନ ହୋଇଛି ଉଠା ଜଳସେଚନ ଯୋଜନା । ହେଲେ ବିଭାଗୀୟ ଉଦାସୀନତା ଯୋଗୁଁ ଏହି ଯୋଜନା ବାଟବଣା ହେଉଛି । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଦୁର୍ଗମ ଅଞ୍ଚଳରେ। ଆଶା ଥିଲା ଉଠା ଜଳସେଚନ ହେବା ପରେ ଚାଷୀଙ୍କ ଜଳ ସମସ୍ୟା ଦୂର ହେବ। କିନ୍ତୁ ନିରାଶା ହେବାକୁ ପଡିଲା। ନବରଙ୍ଗପୁର ଝରିଗାଁ ବ୍ଲକ ଅନ୍ତର୍ଗତ ଭାରଣ୍ଡୀପାରl ଗାଁରେ ପାଖାପାଖି 10ଜଣ ଚାଷୀଙ୍କ ଜମିରେ କରାଯାଇଥିବା ଧାନ ଚାଷ ଏବେ ପାଣି ନଥିବା ହେତୁ ନଷ୍ଟ ହୋଇଯାଉଛି। ନବରଙ୍ଗପୁର ଝରିଗାଁରେ ପାଣି ଅଭାବରୁ ଲକ୍ଷାଧିକ ଟଙ୍କା କ୍ଷତି ସହିବେ ଚାଷୀ। ଚାଷୀଙ୍କୁ ଆଶା ଦେଖାଇ ଧୋକା ଦେଇଥିବା କହିଛନ୍ତି ସ୍ଥାନୀୟ ଚାଷୀ।
ନବରଙ୍ଗପୁର ଜିଲ୍ଲାରେ ଜମିକୁ ଉଠା ଜଳ ସେଚନରେ ଜଳ ସଂଯୋଗ ପାଇଁ ଦୁଇଟି ଗ୍ରୁପରେ ଅନ ଲାଇନରେ ହୋଇଥିଲା ଫର୍ମଫିଲପ। ସେ ମଧ୍ୟରୁ ଭାରଣ୍ଡିପରାର ପlଞ୍ଚ ଜଣ ଚାଷୀଙ୍କ ଜମିରେ ବୋରୱେଲ ଖୋଳା ଯାଇଥିଲା। ଅନ୍ୟମାନଙ୍କ ମଧ୍ୟରୁ ଜଣଙ୍କର ରିଜେକ୍ଟ ହୋଇ ଥିବା ବେଳେ ଅନ୍ୟଚାରି ଜଣଙ୍କ ଖୋଲା ଯାଇ ନ ଥିବା କହିଛନ୍ତି ଚାଷୀ । ସେହିପରି ଭରଣ୍ଡୀପରାର ଅନ୍ୟ ଏକ ଚାଷୀ ଗ୍ରୁପର ଚାରିଜଣ ୨୦୨୦ ମସିହାରେ ଡିପ ବୋରୱେଲ ପାଇଁ ଆବେଦନ କରିଥିଲେ । ମାତ୍ର ଆଜି ମଧ୍ୟ ବୋରୱେଲ ଖୋଳା ଯାଇନି।
2020ବର୍ଷରେ ବୋରୱେଲ ପାଇ ଉପକୃତ ହେଉଥିବା ଚାଷୀ ମାନେ ମଧ୍ୟ ନିଜ ଜମିରେ ପାଣି ନ ପାଇ ଫସଲ ପୋଡି ଯାଉ ଥିବାକୁ ନେଇ ଅଭିଯୋଗ କରୁଛନ୍ତି l ଜମିରେ ଖୁଣ୍ଟ ପୋତି ତାର ମଧ୍ୟ ଟାଣିଦିଆଯାଇଛି, ଟ୍ରାନ୍ସଫର୍ମେର ଵି ଲଗାଯାଇଛି କିନ୍ତୁ ଆଜି ଯାଏଁ ବିଦ୍ୟୁତ ସଂଯୋଗ ହୋଇ ନାହିଁ। ଏପଟେ ଚାଷୀ ମାନେ ଧାନ ଫସଲ କରିଥିବା ବେଳେ ଅଣବୃଷ୍ଟି ପାଲଟିଛି ଚିନ୍ତାର କାରଣ। ସରକାରଙ୍କ ଉଠା ଜଳ ସେଚନ ବିଭାଜନ ଦ୍ଵାରା ଗଭୀର ନଳକୂପ ଯୋଜନାରେ ଉପକୃତ ହେବା ପାଇଁ ଅଶାରଖିଥିବା ଚାଷୀ ଆବେଦନ କରିବାର ବର୍ଷ ବର୍ଷ ପରେ ମଧ୍ୟ ଗଭୀର ନଳକୂପ ଖୋଳା ହେଇ ପାରୁନି। ଏପେଟେ ଯେଉଁମାନଙ୍କୁ ଯୋଜନାରେ ସାମିଲ କରାଯାଇଛି ସେମାମନେ ମଧ୍ୟ ପାଣି ପାଇବାରୁ ବଞ୍ଚିତ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: