କିନ୍ତୁ ସେଠାରେ ଇଟାଭାଟି ମାଲିକ ଦାଦନ ଶ୍ରମିକଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେବା ସହ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ସହ ଅନ୍ୟ ତିନି ଜଣ ଯୁବକୁ ମାଡ ମାରି ଅପହରଣ କରିଥିବା ସୂଚନା ମିଳିଛି । ଦୁଇ ଦିନହେଲା ତିନି ଜଣ ଯୁବକକୁ ମାଲିକ ମାଡ ମାରିବା ସହ ଅପହରଣ କରି ଅନ୍ୟତ୍ର ସ୍ଥାନରେ ରଖିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି ।
ପୁଣି ସାମ୍ନାକୁ ଆସିଲା ସଙ୍ଗୀନ ଅଭିଯୋଗ

ଅର୍ଗସ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ଦାଦନ ନିର୍ଯାତନାର ସଙ୍ଗୀନ ଅଭିଯୋଗ। ତେଲେଙ୍ଗନାର ଇଟା ଭାଟିରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳ ଖରମୁଡ଼ା ଗାଁର ୧୦ ଜଣ, ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳର ଚିଙ୍ଗେରପାଲି ୩ ଜଣ, ଆଗଲପୁର ବ୍ଲକ ବାବୁପାଲି ଗ୍ରାମର ୯ ଜଣ ଦାଦନ ଶ୍ରମିକ ତେଲେଙ୍ଗାନାକୁ ଇଟା ଗଢିବା ପାଇଁ ଯାଇଥିଲେ ।
Download Argus News App
