ଘର
ଓଡ଼ିଶା
ନବୀନଙ୍କ ହାତରୁ କ୍ଷମତା ଯିବା ପରେ ବାଉଳି ହେଉଛନ୍ତି ବିଜେଡି ନେତା
ନବୀନଙ୍କ ହାତରୁ କ୍ଷମତା ଯିବା ପରେ ବାଉଳି ହେଉଛନ୍ତି ବିଜେଡି ନେତା
by Rashmita Mishra
NEWS HIGHLIGHTS
-
- ବଢୁଛି ବଜେଡି-ବିଜେପି ବାକ୍ ଯୁଦ୍ଧ
- ନବୀନଙ୍କ ହାତରୁ କ୍ଷମତା ଯିବା ପରେ ବାଉଳି ହେଉଛନ୍ତି ବିଜେଡି ନେତା
- ବିଜେଡି ନେତାଙ୍କ ବୟାନକୁ ଜୋରଦାର୍ କାଉଣ୍ଟର କଲା ବିଜେପି
- ସରକାର ଗଠନ କରିବା ବିବୃତ୍ତିକୁ କଟାକ୍ଷ କଲେ କେନ୍ଦ୍ର ମନ୍ତ୍ରୀ
- ନିଜ ହତାଶା ଲୁଚାଇବାକୁ ବିଜେଡି ଏଭଳି କହୁଥିବା କହିଲେ ଜୁଏଲ ଓରାମ
- କର୍ମୀଙ୍କ ମନୋବଳ ବଢାଇବା ଲାଗି ବିଜେଡି ମିଥ୍ୟା ଆସ୍ଫଳନ କରୁଥିବା କହିଲେ ମନ୍ତ୍ରୀ
- ଜୟ ନାରାୟଣ କହିଲେ ଆଇସିୟୁରେ ଅଛି ବିଜେଡି, ଆୟୁଷ ବହୁତ କମ୍
- କେତେ ଦିନ ବା ବଞ୍ଚିବ ଆଉ ଯେ କଂଗ୍ରେସ ସହ ମିଶି ସରକାର କରିବ
- ନାହାନ୍ତି ନେତୃତ୍ବ, କେବେ ପ୍ୟାରୀ ତ କେବେ ପାଣ୍ଡିଆନ୍ ଙ୍କ ଲିଜ୍ ରେ ଚାଲିଥିଲା ଦଳ
ଅର୍ଗସ ବ୍ୟୁରୋ: ଦେବାଶିଷ ସାମନ୍ତରାୟ, ମୁନ୍ନା ଖାନ୍ ଙ୍କ ପରେ ଅତନୁ ସବ୍ୟସାଚୀ ନାୟକଙ୍କ ସରକାର ଗଠନର ବୟାନ ରାଜ୍ୟ ରାଜନୀତିରେ ନୂଆ କମ୍ପନ ସୃଷ୍ଟି କରିଛି । ବିଜେପି ଓ କଂଗ୍ରେସରୁ ନେତା ନେଇ ସରକାର ଗଠନ କରିବାର ବିଜେଡି ନେତାଙ୍କ ବୟାନକୁ ଜୋରଦାର କାଉଣ୍ଟର କରିଛି ବିଜେପି । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ବିଜେଡି ନେତାଙ୍କୁ କଟାକ୍ଷ କରି କହିଛନ୍ତି ନିଜ ହତାଶା ଭାବ ଲୁଚାଇବାକୁ ଏଭଳି କହୁଛି ବିଜେଡି । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି କର୍ମୀଙ୍କ ମନୋବଳ ବଢାଇବା ଲାଗି ବିଜେଡିର ଏହା କେବଳ ମିଥ୍ୟା ଆସ୍ଫଳନ । ତେବେ ଜୋରଦାର୍ କାଉଣ୍ଟର କରି ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି ଆଇସିୟୁରେ ଅଛି ବିଜେଡି, ଆୟୁଷ ବହୁତ କମ୍ । କେତେ ଦିନ ବା ବଞ୍ଚିବ ଆଉ ଯେ କଂଗ୍ରେସ ସହ ମିଶି ସରକାର କରିବ । କେବେ ପ୍ୟାରୀ ତ କେବେ ପାଣ୍ଡିଆନ୍ ଙ୍କ ଲିଜ୍ ରେ ଚାଲିଥିଲା ଦଳ । ତେଣୁ ବିଜେଡିରେ ନେତୃତ୍ବଙ୍କ ଘୋର ଅଭାବ ରହିଥିବା କହିଛନ୍ତି ଜୟ ନାରାୟଣ । ଶୁଣନ୍ତୁ କଣ କହିଥିଲେ ଦେବାଶିଷ ସାମନ୍ତରାୟ, ମୁନ୍ନା ଖାନ୍ ଓ ଅତନୁ ସବ୍ୟସାଚୀ ନାୟକ ଆଉ କଣ ଜବାବ ରଖିଛନ୍ତି ବିଜେପି ନେତା
ସେପଟେ ଜବାବ ଦେଇ ବିଜେଡି କହିଛି ସମୟ କହିବ ଆଗକୁ କଣ ହେବ । ୪ ମାସ ମଧ୍ୟରେ କିଏ ଆଇସିୟୁ କୁ ଯାଇଛି ତାହା ଓଡ଼ିଶାର ଲୋକେ ଦେଖୁଛନ୍ତି ଆଗକୁ ତାହାର ବିଚାର କରିବେ । ବିଜେଡି-ବିଜେପି ର ଏପରି ବାକ୍ ଯୁଦ୍ଧ ଭିତରେ ବି ବିଜେପି କ୍ୟାମ୍ପରେ ବିଜେଡି ନେତାଙ୍କ ସୁଅ ବନ୍ଦ ହେଉନି । ଯାହାକୁ ନେଇ କହୁଯାଉଛି ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି ଆକଳନ ସତ ହେବାକୁ ଯାଉଛି ।
ବିଜେଡିର ନେତୃତ୍ବ ପ୍ରତି ନେତାଙ୍କ ଭରଷା ତୁଟିଲାଣି । ନବୀନଙ୍କ ହାତରୁ ପାଣ୍ଡିଆନ୍ ଙ୍କ ହାତକୁ ଦଳର କମାଣ୍ଡ ଚାଲିଯିବାକୁ ଆଉ ଚୁପ ରହି ସହିଯିବା ମୁଡରେ ନାହାନ୍ତି ନେତା । ମୁହଁ ଖୋଲି ବର୍ଷୁଛନ୍ତି ଦଳର ବରିଷ୍ଠ ଓ ଅଭିଜ୍ଞ ନେତାମାନେ । ନିର୍ବାଚନ ପରାଜୟ ପରେ ଜଣେ ପରେ ଜଣେ ନେତା ବିଜେଡି ଶିବିରି ଛାଡି ବିଜେପି କ୍ୟାମ୍ପରେ ବି ହେଉଛନ୍ତି ସାମିଲ । ଏଭଳି ସ୍ଥିତିରେ କିଛି ନେତାଙ୍କ ଏପରି ମିଥ୍ୟା ଆସ୍ଫଳନ କେବଳ କର୍ମୀଙ୍କ ମନୋବଳ ବଡାଇବା ଲାଗି ବୋଲି ଚର୍ଚ୍ଚା ହେଉଛି ।