ମନ୍ଦାର ଫୁଲ, ଇଟିମାଳ ଫୁଲ ସାଙ୍ଗକୁ ଗୁଳା ହଳଦୀ ଏବଂ ପାଣି ହଳଦୀ ଦେଇ ଶୁଭଖୁଣ୍ଟିକୁ ପୂଜା କରାଯାଏ । ଯେଉଁ ମହିଳା ଭକ୍ତମାନେ ମା’ ଙ୍କ ପୂଜାର୍ଚ୍ଚନା କରନ୍ତି ସେମାନଙ୍କ କହିବାନୁଯାୟୀ ମା’ ବୁଢ଼ୀ ସାଆନ୍ତାଣୀଙ୍କ ପ୍ରିୟ କୁଆଡେ ହଳଦୀ, ମନ୍ଦାର ଆଉ ତା ସାଙ୍ଗକୁ ଇଟିମାଳ ଫୁଲ । ତେଣୁ ମା ବୁଢ଼ୀ ସାଆନ୍ତାଣୀ ପ୍ରତି ଦୁଇବର୍ଷରେ ସେ ତାଙ୍କ ଶାଶୁ ଘରୁ ନିଜ ବାପ ଘରକୁ ଆସିଥାନ୍ତି ।
ବାପ ଘରର ପରମ୍ପରା ମା’ଙ୍କ ପାଇଁ ଅନନ୍ୟ । ପିଲାଦିନୁ ମା ବୁଢ଼ୀ ସାଆନ୍ତାଣୀଙ୍କ ପ୍ରିୟ ହଳଦୀ । ତେଣୁ ତାଙ୍କ ଶୁଭଖୁଣ୍ଟିରେ ସେ ନିଜେ ମଧ୍ୟ ଥାନ୍ତି । ତେଣୁ ତାଙ୍କ ପାଦକୁ ହଳଦୀ ପାଣିରେ ଧୋଇଦେଉ । ତାଙ୍କ ନିକଟରେ ହଳଦୀ ଲେପ ଦେଉ । ପିଲାଦିନୁ ମା’ ଙ୍କ ପ୍ରୟ ଇଟିମାଳ ଫୁଲ । ସେଥିପାଇଁ ଆମେ ମାଆଙ୍କ ପାଇଁ ଇଟିମାଳ ଖୋଜିକି ଆଣୁ ବୋଲି କହିଛନ୍ତି ମହିଳା ଭକ୍ତ ।
ଏହା ମଧ୍ୟ ବିଶ୍ୱାସ ରହିଛି ଯେ, ଶୁଭଖୁଣ୍ଟି ଆସିଲା ଦିନଠୁ ମାଆଙ୍କ ଯାତ୍ରା ଆରମ୍ଭରୁ ଶେଷ ଯାଏଁ ମାଆଙ୍କୁ ଏସବୁ ଜିନିଷ ଦରକାର ହୁଏ । ଯଦି କିଛି ଅଭାବ ପଡେ ତେବେ ମା ନିଜେ ଆମକୁ କହିଦେଲା ଭଳି ମନେ ହୁଏ । ତେଣୁ ଆମେ ମାଆଙ୍କ ନିକଟକୁ ମଧ୍ୟ ଆସିବାକୁ ସ୍ଥିର ମନେ କରୁ । ଆଉ ଏସବୁର ପୂଜାର୍ଚ୍ଚନା ସାଙ୍ଗକୁ ମାଆଙ୍କ ପ୍ରିୟ ପୂଜାର୍ଚ୍ଚନାର ଗୋଟି ଗୋଟି ଉପକରଣ କଥା ଅତି ସୁନ୍ଦର ଭାବେ ବଖାଣିଛନ୍ତି ।
ବରିଷ୍ଠ ଉପସ୍ଥାପକ ହୃଷିକେଶ ପାଣିଗ୍ରାହୀ । ଏହାସହ କେବଳ ଯେ ମହିଳା ମାନେ ପୂଜା କରନ୍ତି ତାହା ନୁହେଁ,ଦେଶୀ ବେହେରା ସାହିରେ ଶୁଭଖୁଣ୍ଟି ଦେଇ ଯେକୌଣସି ବର୍ଗର ଲୋକମାନେ ଯାଆନ୍ତି । ମା ଙ୍କ ଶୁଭଖୁଣ୍ଟି ନିକଟରେ ନତମସ୍ତକ ହୋଇ ମୁଣ୍ଡିଆ ମାରି ଆଶୀର୍ବାଦ ଲାଭ କରନ୍ତି ।
ଲଗ୍ନ ମୁତାବକ ଏପ୍ରିଲ 4 ତାରିଖରୁ ମେ 1 ତାରିଖ ଯାଏଁ ମାଆଙ୍କ ଯାତ୍ରା ଅନୁଷ୍ଠିତ ହେବ । ଯେଉଁ ଦିନକୁ ଅପେକ୍ଷା କରି ରହିଛନ୍ତି ଶ୍ରଦ୍ଧାଳୁ ।
ଆହୁରି ପଢନ୍ତୁ ଓଡିଶା ଖବର...