ଅର୍ଗସ ବ୍ୟୁରୋ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ତାଙ୍କୁ କିଏ ବା ନଜାଣେ। ହେଲେ ତାଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର। କାହିଁକି ନା ଅଲ୍ଲୁଙ୍କ ନାମରେ ମାମଲା ରୁଜୁ ହୋଇଛି। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ଅଲ୍ଲୁ ଅର୍ଜୁନ କରିଛନ୍ତି କଣ ? ଯେଉଁଥି ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଲ୍ଲୁଙ୍କର ଅନେକ ଫ୍ୟାନ ଫଲୋଅର୍ସ ଅଛନ୍ତି । ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଶନିବାର ଅଲ୍ଲୁ ଅର୍ଜୁନ ଆନ୍ଧ୍ରପ୍ରଦେଶର ନନ୍ଦୟାଲ ସ୍ଥିତ ତାଙ୍କ MLA ସାଙ୍ଗ ଘରକୁ ନିର୍ବାଚନ ପାଇଁ ସମର୍ଥନ ଜଣାଇବାକୁ ଯାଇଥିଲେ । ତେବେ YSRCP ପାଇଁ ପ୍ରଚାର କରିଥିବାରୁ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଆଚାର ସଂହିତା ଉଲ୍ଲଙ୍ଘନ କରିଥିବା ନେଇ ଏକ ମାମଲା ରୁଜୁ କରାଯାଇଛି ।
ଏଥିମଧ୍ୟରେ ଅଲୁ ଅର୍ଜୁନ ପ୍ରଚାରର ଶେଷ ଦିନରେ ନନ୍ଦୟାଲ ସ୍ଥିତ ତାଙ୍କ ଘନିଷ୍ଠ ବନ୍ଧୁ ତଥା YSRCP ରବି ଚନ୍ଦ୍ର କିଶୋର ରେଡ୍ଡୀଙ୍କ ଘରକୁ ଯାଇଥିଲେ । ସେଠାରେ ଅଲ୍ଲୁ ଅର୍ଜୁନଙ୍କୁ ଦେଖି ପ୍ରଶଂସକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ପରେ ବଡିଗାର୍ଡ଼ଙ୍କ ସାହାଯ୍ୟରେ ତାଙ୍କୁ ସୁରକ୍ଷିତ ରବି ଚନ୍ଦ୍ରଙ୍କ ଘର ବାଲକୋନୀକୁ ନିଆଯାଇଥିଲା । ପରେ ଅଲ୍ଲୁ ଅର୍ଜୁନ, ରବି ଚନ୍ଦ୍ର ଏବଂ ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀ ବାଲକୋନୀରେ ପ୍ରଶଂସକଙ୍କୁ ଭେଟିଥିଲେ । ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଆସନ ପାଇଁ ମେ ୧୩ରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: