ଓଡ଼ିଶା ରାଜ୍ୟ ସମବାୟ ବ୍ୟାଂକ ପରିଚାଳନା ନିର୍ଦ୍ଦେଶକ ଥିବା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଗୋପବନ୍ଧୁ ଶତପଥୀଙ୍କ ପୁନଃ ନିଯୁକ୍ତିକୁ ଅବୈଧ ଘୋଷଣା କରିଛନ୍ତି ମାନ୍ୟବର ହାଇକୋର୍ଟ । ଶ୍ରୀ ଶତପଥୀ ସରକାରୀ ଚାକିରୀରୁ ଅବସର ନେବା ପରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ରିଜର୍ଭ ବ୍ୟାଂକ ଅଫ୍ ଇଣ୍ଡିଆର ବିନା ଅନୁମତିରେ ଗତ ୦୨/୦୩/୨୦୨୨ରେ ତାଙ୍କୁ ବ୍ୟାଂକର ପରିଚାଳନା ନିର୍ଦ୍ଦେଶକ ଭାବେ ପୁନଃ ନିଯୁକ୍ତି କରିଥିଲେ, ଯାହାକି ରାଜ୍ୟ ସମବାୟ ଆଇନ ସମ୍ମତ ନୁହେଁ । ପ୍ରକାଶ ଥାଉକି, ଶ୍ରୀ ଶତପଥୀଙ୍କ ସମୟରେ ରାଜ୍ୟରେ ବହୁ ସମବାୟ ବ୍ୟାଂକ ଦୁର୍ନୀତି ହୋଇଥିଲା । ସାଧାରଣ ପ୍ରଶାସନ ବିଭାଗର ମୁଖ୍ୟ ହେଉଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ଏବଂ ନିଜ ଶାସନ କାଳରେ ହୋଇଥିବା ବିଭିନ୍ନ ସମବାୟ ବ୍ୟାଂକ ଦୁର୍ନୀତିକୁ ଲୁଚାଇବା ପାଇଁ ସେହି ସମବାୟ ବ୍ୟାଂକ ଦୁର୍ନୀତିରେ ଅଭିଯୁକ୍ତଙ୍କୁ ଦାୟୀତ୍ୱ ଦେବାର ଚକ୍ରାନ୍ତ କରୁଥିଲେ ରାଜ୍ୟ ସରକାର । ଏହା ଦ୍ୱାରା ନିଜ ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ କଳା କନା ଘୋଡାଇ ରଖିବାର ପ୍ରୟାସ କରାଯାଇଥିଲା ବୋଲି ଶ୍ରୀ ଦାଶ କହିଛନ୍ତି ।
ସୁନ୍ଦରଗଡ ସମବାୟ ବ୍ୟାଂକଠାରୁ ଆରମ୍ଭ କରି ବିଭିନ୍ନ ସମବାୟ ଦୁର୍ନୀତିରେ ସଂପୃକ୍ତିର ଅଭିଯୋଗ ଥିବା ଶ୍ରୀ ଶତପଥୀଙ୍କ ଭଳି ଜଣେ ଅଭିଯୁକ୍ତଙ୍କୁ ଅନୈତିକ ଭାବେ ନିଯୁକ୍ତି ଦେବା ପଛରେ ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସରକାରର ମନ୍ଦ ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଇଛି । ‘ଆଇନ୍ ତା ବାଟରେ ଯିବ’ ବୋଲି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ କେବଳ ଏକ ଧୁଆଁବାଣ । ‘ଚୋର ହାତରେ ଚାବି’ ଭଳି ଜଣେ ଅଭିଯୁକ୍ତଙ୍କ ହାତରେ ଭଣ୍ଡାର ଘରର ଚାବି ଦେଇ ଦୁର୍ନୀତି ଓ ଭ୍ରଷ୍ଟାଚାରୀ ବିଜେଡି ସରକାରର ଅସଲି ମୁଖା ମୁଖ୍ୟମନ୍ତ୍ରୀ ନିଜେ ଖୋଲି ଦେଇଛନ୍ତି ବୋଲି ଶ୍ରୀ ଦାଶ କହିଛନ୍ତି ।
ରାଜନୀତି ଖବର ଆହୁରି ପଢନ୍ତୁ ।