ବାକି ଦାବି ଗୁଡିକ ପାଇଁ ସରକାର ସମୟ ମାଗିଥିବା କହିଛି ମାଲିକ ସଂଘ । ମାର୍ଚ୍ଚ 31 ସୁଦ୍ଧା ଦାବି ପୁରଣ ନହେଲେ ଆନ୍ଦୋଳନକୁ ଓଲ୍ହାଇବ ସଂଘ । ସ୍କ୍ରାପିଂ ପଲିସିକୁ 15 ରୁ 20 ବର୍ଷକୁ ବଢାଇବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଦିନ ସମୟରେ ସ୍ଲିପର କୋଚ ଚଳାଇବା ଏବଂ ଟ୍ରାନ୍ସଫର ଅଫ ପରମିଟ ଭଳି ଦାବି ପୂରଣ ହୋଇଛି । ଆସନ୍ତାକାଲି ଠୁ ବସ ପୁଣି ସ୍ବାଭାବିକ ଚାଲିବ ବୋଲି ଘରୋଇ ସଂଘ ପକ୍ଷରୁ କୁହାଯାଇଛି ।
ସ୍ଥତଗିତ ହେଲା ଘରୋଇ ବସ ଧର୍ମଘଟ

ଅର୍ଗସ ବ୍ୟୁରୋ : ଆସନ୍ତାକାଲି ରାଜ୍ୟବ୍ୟାପୀ ହେବାକୁ ଥିବା ଘରୋଇ ବସ ଧର୍ମଘଟ ସ୍ଥଗିତ । ବସ ଧର୍ମଘଟକୁ ସ୍ଥଗିତ ରଖିଲେ ଘରୋଇ ବସ ମାଲିକ ସଂଘ । ଭିନ୍ନ ଭିନ୍ନ 10 ଦଫା ଦାବି ନେଇ ଜାନୁଆରୀ 17 ରେ ରାଜ୍ୟବ୍ୟାପୀ ବସ ଧର୍ମଘଟର ଡାକରା ଦିଆଯାଇଥିଲା । ଏହାପରେ ଦାବିକୁ ନେଇ ସରକାରଙ୍କ ସହ ଆଲୋଚନା ପରେ 3 ଟି ଦାବି ପ୍ରାଥମିକ ପର୍ଯ୍ୟାୟରେ ପୁରଣ ହୋଇଛି ।
Download Argus News App
