ସୂଚନାନୁସାରେ, ମାନସ ଥିଲେ ଜଣେ କ୍ୟାମେରା ମ୍ୟାନ। ୱେବ ପୋର୍ଟାଲ ମାଲିକାଣୀ ଜଣକ ମାନସଙ୍କୁ ଅଶ୍ଳିଳ ଫିଲ୍ମର ଶୁଟିଂ ପାଇଁ ଲଗାଇଥିବା ଜଣାପଡ଼ିଛି ।କ୍ୟାମେରାମ୍ୟାନ୍ ମାନସଙ୍କ ପାଖରେ କିଛି ଭିଡିଓ କ୍ଲିପ୍ ରହିଯାଇଥିଲା । କ୍ଲିପକୁ ଫେରାଇବା ପାଇଁ ବାରମ୍ବାର ତାଗିଦ କରୁଥିଲେ ୱେବ ପୋର୍ଟାଲ ମାଲିକାଣୀ । ସୂଚନା ଅନୁସାରେ କୁଆଡ଼େ ମାନସ ସ୍ୱାଇଁ ଏହି କାମ ଛାଡ଼ି ଘରକୁ ପଳାଇ ଆସିଥିଲେ । ଏହାପରେ ଚାରି ପାଂଚ ଜଣ ଲୋକଙ୍କୁ ନେଇ ମାଲିକାଣୀ ତାଙ୍କୁ ଖୋଜାଖୋଜି କରିଥିଲେ । ପରେ ଜଣାପଡ଼ିଥିଲା ସେ ଚାନ୍ଦାବାଲି ନିକଟରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଛନ୍ତି । ପରେ ମାନସକୁ ଉଠାଇ ଆଣି ମାରିଦେଇଥିଲେ। ତେବେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ତେବେ ମାଲିକାଣି ଏବେବି ଫେରାର ଅଛନ୍ତି। ତାଙ୍କୁ ଖୋଜୁଛି ପୋଲିସ।
କ୍ୟାମେରାମ୍ୟାନ ହତ୍ୟା ଘଟଣା, ଅର୍ଗସ ହାତରେ ଏକ୍ସକ୍ଲୁସିଭ୍ ଚିତ୍ର

ଅର୍ଗସ ବ୍ୟୁରୋ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ହତ୍ୟା ଘଟଣା। ଅର୍ଗସ ହାତରେ ଲାଗିଲା ଏକ୍ସକ୍ଲୁସିଭ ଫଟୋ। ନ୍ୟୁଜ ପୋର୍ଟାଲ ନାଁରେ ଚାଲିଥିଲା ସେକ୍ସ କାରବାର। ଅଫିସକୁ ଆସୁଥିଲେ ବଡ଼ ବଡ଼ ରାଜନେତା ଓ ପ୍ରଶାସନିକ ଅଧିକାରୀ। ପୋର୍ଟାଲରେ ତିଆରି ହେଉଥିଲା ବ୍ଲୁ ଫିଲ୍ମ। ଘଟଣାକୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
Download Argus News App
