ବିଗତ ୧୨ ବର୍ଷ ହେବ ଏହି ଦିନ ଦେଶ ବ୍ୟାପୀ ପାଳନ କରାଯାଇ ଆସୁଅଛି ।ଏହିଦିନ କନ୍ୟା ସନ୍ତାନ ମାନଙ୍କୁ ସୁରକ୍ଷା ଦେବା, ପୁତ୍ର ଓ କନ୍ୟା ସନ୍ତାନ ମଧ୍ୟରେ ଥିବା ହାରକୁ କମାଇବା ଆଦି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ସରକାର ତଥା ସ୍ୱେଚ୍ଛାଚାରୀ ସଂଗଠନ ମାନଙ୍କ ତରଫରୁ ସଚେତନତା ଓ ମନୋରଞ୍ଜନର ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜ ନକରାଯାଇଥାଏ ।ଏହି ପରିପ୍ରେକ୍ଷୀରେ ଆଜି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦା ପ୍ରୟାସ ହଲ ଠାରେ 'ଜାତୀୟ ଶିଶୁକନ୍ୟା ଦିବସ'ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀ ଦୌଲତ ଚନ୍ଦ୍ର କର ଏହାକୁ ଉଦଘାଟନ କରିବା ସହ ଶିଶୁକନ୍ୟା ଦୀବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବ୍ୟକ୍ତବ୍ୟ ରଖିଥିଲେ ।
ଏହାସହ ଏଠାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସହ ଜନଶିକ୍ଷଣ ସଂସ୍ଥାନ ଦ୍ୱାରା ପ୍ରଶିକ୍ଷିତ ହିତାଧିକାରୀମାନେ ବାଳିକା ଦିବସ ପାଳନରେ ମତାମତ ଦେଇଥିଲେ ।ଆଜି ସାରା ଦେଶରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ଉପେକ୍ଷିତ କନ୍ୟା ସନ୍ତାନଙ୍କ ପ୍ରତି ଅସମାନତା ଦୂର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଉଛି।