ଅନ୍ୟପଟେ ରାଜ୍ୟରେ ଆଜିଠୁ ଖୋଲିଲା ସ୍କୁଲ । ସ୍କୁଲକୁ ଫେରିଛନ୍ତି ଅଷ୍ଟମରୁ ଦଶମ ଶ୍ରେଣୀର ପିଲା । ଅନୁରୂପ ଭାବେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଗୁଡିକରେ ମଧ୍ୟ ଆଜିଠୁ ପାଠ ପଢା ଆରମ୍ଭ ହୋଇଛି । ଗତ ୨ ବର୍ଷରୁ ଅଧିକ ସମୟ ଧରି ଛାତ୍ରଛାତ୍ରୀ କ୍ଲାସ ରୁମ ପାଠପଢାରୁ ବଞ୍ଚିତ ହୋଇଥିଲେ ।
ସ୍କୁଲ ଖୋଲିବାର ପ୍ରଥମ ଦିନରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ପିଲାମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଶ୍ରେଣୀ ଗୃହକୁ ସ୍କୁଲକୁ ପ୍ରବେଶ ପିଲାମାନଙ୍କ ଥର୍ମାଲ ସ୍କାନିଂ କରାଯାଇଥିଲା । ଏହାସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି । ସେପଟେ ସ୍କୁଲ ଖୋଲିବାର ପ୍ରଥମ ଦିନରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଗୋପର ନିଗମାନନ୍ଦ ସ୍କୁଲରେ ପହଞ୍ଚି ପିଲାମାନଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା 14 ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ ।