ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢିଚାଲିଛି । ଏମିତି ଏକ ମୂହୂର୍ତ୍ତରେ ରାଜ୍ୟବାସୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶାରେ ପହଞ୍ଚିଲା କୋରୋନା ଔଷଧ ରେମ୍ଡେସିଭିର୍ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଉକ୍ତ ଔଷଧ ହସ୍ପିଟାଲରେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି ।
ସୂଚନାନୁସାରେ, ରାଜ୍ୟରେ ଆଜି ଆଉ ୨୪୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଜି ସକାଳ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯କୁ ବୃଦ୍ଧି ପାଇଛି । ଆଜି ରାଜ୍ୟରେ କୋରୋନାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି ।
ଅନ୍ୟପକ୍ଷରେ କୋରୋନା ମୁକାବିଲା ପାଇଁ ଜୁଲାଇ ୧ରୁ ସେରୋଲୋଜିକାଲ ସର୍ଭେ ଆରମ୍ଭ ହେବ । ଭୁବନେଶ୍ୱର ସହର, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସର୍ଭେ ହେବ । କଟକଟ ଜିଲ୍ଲା ବଡ଼ମ୍ବା-ନରସିଂହପୁରରେ ମଧ୍ୟ ସର୍ଭେ କରାଯିବ । ପୁରୀରେ ଗତ ଶନିବାର ଠାରୁ ସର୍ଭେ ଆରମ୍ଭ ହୋଇଯାଇଥିବା ସ୍ୱାସ୍ଥ୍ୟ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
