ଉନ୍ନତମାନର ଚିକିତ୍ସା ଅଭାବରୁ ଅନେକ ଲୋକ କରୋନାରେ ମୃତ୍ୟୁ ବରଣ କରୁଛନ୍ତି । ଏସମସ୍ତ ଜିଲ୍ଲାକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇ କରୋନା ମହାମାରୀ ବିରୁଦ୍ଧରେ ଦୃଢ ପଦକ୍ଷେପ ନେବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି । ସେହିପରି ବିଜେପି କାର୍ଯ୍ୟକର୍ତାମାନେ ଏଭଳି ଘଡିସନ୍ଧି ମୂହୁର୍ତରେ ଟୀକାକରଣ କାର୍ଯ୍ୟରେ ଜନସାଧାରଣଙ୍କୁ ସହଯୋଗ କରିବା, ମାସ୍କ ଓ ସାନିଟାଇଜର ବଂଟନ କରିବା, ପ୍ଲାଜମା ଡୋନେଟ କରିବା, ହସ୍ପିଟାଲରେ ଅସହାୟ ରୋଗୀଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଶ୍ରୀ ମହାନ୍ତି ଦଳର ସମସ୍ତ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି ।
କରୋନା ସମୟରେ ସର୍ତକ ରହିବା ସହ ମାସ୍କ ବ୍ୟବହରା କରିବା, ସାନିଟାଇଜର, ସାବୁନ ଓ ହ୍ୟାଣ୍ଡୱାସରେ ହାତକୁ ବାରମ୍ବାର ସଫା କରିବା, ଦୂରତା ବଜାୟ ରଖି କରୋନା ମହାମାରୀ ବିରୁଦ୍ଧରେ ଲଢେଇ କରିବା ପାଇଁ ଶ୍ରୀ ମହାନ୍ତି ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ଏହି ଭିଡିଓ କନଫରେନ୍ସରେ ବିଜେପି ସାଂସଦ ଓ ବିଧାୟକ, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଡ. ଲେଖାଶ୍ରୀ ସାମନ୍ତସିଂହାର, ବରିଷ୍ଠ ନେତୃବୃନ୍ଦ, ରାଜ୍ୟ ଓ ଜିଲ୍ଲା ପଦାଧିକାରୀ, ଜିଲ୍ଲା ସଭାପତିଙ୍କ ସମେତ ବିଜେପିର ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ସାମିଲ ହୋଇଥିଲେ ।