ଘର
ଓଡ଼ିଶା
ପଞ୍ଚୁକ ବ୍ରତ: ଶ୍ରୀକ୍ଷେତ୍ର ଓ ଧବଳେଶ୍ଵରରେ ଭକ୍ତଙ୍କ ଭିଡ଼
ପଞ୍ଚୁକ ବ୍ରତ: ଶ୍ରୀକ୍ଷେତ୍ର ଓ ଧବଳେଶ୍ଵରରେ ଭକ୍ତଙ୍କ ଭିଡ଼
by Sarbeswar Mohapatra
ଅର୍ଗସ ବ୍ୟୁରୋ: ମହାପଞ୍ଚୁକ ବ୍ରତ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ । ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ୱରେ ୩୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଅଛନ୍ତି । କେବଳ ଶ୍ରୀମନ୍ଦିର ସିଂହଦ୍ଵାରରେ ପ୍ରବେଶ ଓ ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି ।
ସେପଟେ ପଞ୍ଚୁକ ପାଇଁ ଚଳଚଞ୍ଚଳ ଧବଳେଶ୍ଵର ପୀଠ । ଚନ୍ଦ୍ରଚୂଡ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । ରାତି ୩ଟାରେ ଦ୍ଵାର ଫିଟା ହୋଇ ୧୦୮ ଗରା ଜଳରେ ବାବାଙ୍କ ମହାସ୍ନାନ କରାଯାଇଥିଲା । ପରେ ମଇଲମ, ମଙ୍ଗଳ ଆଳତୀ ପରେ ବାବାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ୬୦ ଟି ସିସିଟିଭି କ୍ୟାମେରାରେ ଧବଳେଶ୍ଵର ପୀଠକୁ ନିୟନ୍ତ୍ରଣ କରୁଛି ପୋଲିସ ପ୍ରଶାସନ। ଏଥିପାଇଁ ପ୍ରଶାସନ ତଥା ପୂଜକ ସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।