କେବଳ ଯେ ମସଲା ସାମଗ୍ରୀ ନୁହେଁ ଏହା ପୂର୍ବରୁ କଟକରେ ଅନ୍ୟାନ ସମାଗ୍ରୀରେ ବି ହୋଇଛି ନକଲି କାରବାର । ସେ ମଧ୍ୟରେ ରହିଛି ତେଲ, ସିମେଣ୍ଟ, ମୋବିଲ , ପୂଜା ପାଇଁ ବ୍ୟବହାର ନକଲି ଗଙ୍ଗାଜଳ, ଅଗୁର ଓ ମହୁ । ତେବେ ଆସନ୍ତୁ ନଜର ପକାଇବା ପୋଲିସ ହାତରେ କେବେ ଓ କେତେ ପରିମାଣର ଏଭଳି ନକଲି ସାମଗ୍ରୀ ଧରାପଡ଼ିଛି ।
ତାରିଖ -୨୬-୦୬-୨୦୧୮
ଜଗତପୁରରୁ ଠାବ ହୋଇଥିଲା ନକଲି ତେଲ କାରଖାନା। ଏହି କାରଖାନାରେ ଅସଲି ବ୍ରାଣ୍ଡ ପ୍ୟାକେଟରେ ନକଲି ତେଲ ରହିଥିଲା।
ତାରିଖ -୦୨-୦୮-୨୦୧୮
ସଦରଥାନା ଅନ୍ତର୍ଗତ ପିରବଜାର ଅଞ୍ଚଳରେ ଜବତ ହୋଇଥିଲା ନକଲି ସିମେଣ୍ଟ କାରଖାନା । ଅସଲି ସିମେଣ୍ଟ ପ୍ୟାକଟରେ ନକଲି ସିମେଣ୍ଟକୁ ମିଶ୍ରଣ କରାଯାଇ ପୁଣି ଥରେ ଏକ ନୂଆ ପ୍ୟାକେଟ ପ୍ରସ୍ତୁତ କରାଯାଇ ବଜାରରେ ବିକ୍ରି କରାଯାଉଥିଲା।
ତାରିଖ -୦୭-୧୦-୨୦୧୮
ଜଗତପୁର ଥାନା ଅନ୍ତର୍ଗତ ଭଇରିପୁର ଅଞ୍ଚଳରେ ଜବତ ହୋଇଥିଲା ନକଲି ଇଞ୍ଜିନ ତେଲ ବା ମୋବିଲ । ଆନ୍ଧ୍ରରୁ କମ ଦରରେ ତେଲ କିଣି ନାଲି ରଙ୍ଗ ସାଙ୍ଗକୁ ନଡିଆ ତେଲ ମିଶ୍ରଣ କରାଯାଉଥିଲା। ଏହା ମିଶ୍ରଣ କରାଯାଇ ଅସଲି ମୋବିଲ ଭଳି ରୂପ ଦେଇ ବଜାରରେ ବିକ୍ରି ହେଉଥିଲା।
ତାରିଖ -୨୮-୦୮-୨୦୧୯
କଟକ ସଦର ଥାନା ଅନ୍ତର୍ଗତ ବମ୍ପକୁଦରେ ଠାବ ହୋଇଥିଲା ନକଲି ତେଲ କାରଖାନା । ନାମିଦାମି କମ୍ପାନୀର ତେଲ କମ୍ପାନୀ ନାଁରେ ଅପମିଶ୍ରିତ ହୋଇ ବିକ୍ରି ହେଉଥିଲା । ଜବତ ହୋଇଥିଲା ୩୦ ହାଜାର ଲିଟରରୁ ଅଧିକ ନକଲି ତେଲ ।
ତାରିଖ - ୨୯-୦୮-୨୦୧୯
ବମ୍ପକୁଦ ଲିଙ୍କରେ ମାଲଗୋଦାମରୁ ଜବତ ହୋଇଥିଲା ହଜାର ହଜାର ଲିଟର ଭେଜାଲ ତେଲ ।
ତାରିଖ -୧୨-୦୯-୨୦୨୦
ମାଲଗୋଦାମ ଥାନାର ଯୋବ୍ରା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ପୂଜା ସାମଗ୍ରୀ ମହୁ, ଅଗୁରୁ, ଗଙ୍ଗାଜଳ, ବ୍ୟବହୃତ କେମିକାଲ, ଷ୍ଟିକର ଓ ଖାଲି ଡବା ଜବତ କରାଯାଇଥିଲା।
ତାରିଖ -୨୬-୦୯-୨୦୨୦
ଜଗତପୁର ଥାନା ଅନ୍ତର୍ଗତ ଆଇ.ବି ରୋଡରୁ ଜବତ ହୋଇଥିଲା ନକଲି ଟମାଟୋ ସସ୍। ସିଝା ଆଳୁ, ଶାଗ, ରଙ୍ଗ ଓ ସୁଗନ୍ଧିତ ରାସାୟନିକ ପଦାର୍ଥ ମିଶାଇ ପ୍ରସ୍ତୁତ ହେଉଥିଲା ଚିଲି ଓ ଟମାଟୋ ସସ୍ ।
ତାରିଖ -୧୧-୧୧-୨୦୨୦
ମାଲଗୋଦାମରୁ ଜବତ ହେଲା ୧୫ କୁଇଣ୍ଟାଲ ଅପମିଶ୍ରିତ ହଲଦୀ ଓ ଲଙ୍କା ଗୁଣ୍ଡ। ଚାଉଳ, ଡ୍ରେସ ପାଇଁ ବ୍ୟବହୃତ ହଳଦୀ ଓ ରଙ୍ଗ ଗୁଣ୍ଡରେ ପ୍ରସ୍ତୁତ ହେଉଥିଲା ମସଲା।
ତାରିଖ -୧୨-୧୧-୨୦୨୦
ପୁଣି ମାଲଗୋଦାମରେ ୩ଟି ଦୋକାନକୁ ପୋଲିସ ଚଡାଉ କରି ୫୦କୁଇଣ୍ଟାଲରୁ ଉର୍ଦ୍ଧ ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଥିଲା।
ତାରିଖ -୧୪-୧୧-୨୦୨୦
ଜଗତପୁର ଥାନା ଅନ୍ତର୍ଗତ ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରୁ ୫୦ କୁଇଣ୍ଟାଲର ହଲଦୀ, ଲଙ୍କା ଗୁଣ୍ଡ ସହିତ ବେନାମୀ ନକଲି ମସଲା ଜବତ ହୋଇଥିଲା।
ସେପଟେ ଏହି କାରବାରକୁ କଟକରୁ ମୂଳପୁଛ କରିବା ପାଇଁ କଟକ କମିଶନରେଟ ପୋଲିସର ପ୍ରୟାସ ଜାରି ରହିଥିବା କହିଛନ୍ତି କଟକ ଡିସିପି ପ୍ରତୀକ ସିଂ।