ପୂର୍ବରୁ ଏହି ଦୁଇ ଭଉଣୀ ମୂଲ ଲାଗୁଥିଲେ ଏକ କାଗଜ ପ୍ଲେଟ ଫ୍ୟାକ୍ଟ୍ରିରେ କାମ କରି ସ୍ୱଳ୍ପ ମଜୁରୀ ପାଉଥିଲା ଏବଂ ବଡ଼ କଷ୍ଟରେ ନିଜ ପରିବାର ପ୍ରତିପୋଷଣ କରୁଥିଲେ ।ଦିନେ ଗ୍ରାମର ସିଆରପି ଭାବେ କାମ କରୁଥିବା ମୀରା ନାହାକ ଏହି ଦୁଇ ଭଉଣୀଙ୍କୁ ଏହି ଯୋଜନା ବିଷୟରେ କହିଥିଲେ ଏବଂ ପରବର୍ତୀ ସମୟରେ ଏହି ଦୁଇ ଭଉଣୀ ଭୁବନେଶ୍ୱରରେ ତିନି ମାସ ଟ୍ରେନିଂ ନେବା ପରେ ତାମିଲନାଡୁ ଚେଙ୍ଗାପଲ୍ଲୀରେ ପ୍ଲେସମେଣ୍ଟ ମିଳିଥିଲା ସେଠାରେ ଏକ କପଡା ସିଲେଇ କମ୍ପାନୀରେ କାମ କରି ଖାଇବା ପିଇବା ରହିବା ସୁବିଧା ସହ ଦୁଇ ଭଉଣୀ ମିଶିକି ମାସିକ ୨୦ହଜାର ଟଙ୍କା ରୋଜଗାର କରୁଛନ୍ତି ଆଉ ଏବେ ଘର ତୋଳିବା ସହ ଖୁସିରେ ଚଳୁଥିବା କହିଛନ୍ତି ।
ବର୍ଷେ ପାଖାପାଖି ଚାକିରୀ କରିବା ସହ ଏବେ ଛୁଟିରେ ଘରକୁ ଆସିଛନ୍ତି । ଆଉ ଜୋରସରରେ ଲାଗିପଡିଛନ୍ତି ବାପା ମାଙ୍କୁ ଘର କାମରେ ସହଯୋଗ କରିବାରେ ଘର ପ୍ରାୟତଃ ଏବେ ଛାତ ଲେବେଲରେ ପଳେଇଆସିଲାଣି ଆଉ କିଛି ଦିନ ପରେ ଛାତ ମଧ୍ୟ ପଡିବ ସେଥି ପାଇଁ ବାଲି ଗୋଡି ସିମେଣ୍ଟ ଆସି ମଧ୍ୟ ଘର ସାମ୍ନାରେ ଗଦା ହେଲାଣି । ରିତୁ ଏବଂ ମିଲିଙ୍କ ମାଆ କୁହନ୍ତି ଏହି ସବୁ ସମ୍ଭବପର ହୋଇପାରିଛି ଏହି କେନ୍ଦ୍ର ସରକାରଙ୍କ ଏହି ଯୋଜନା ଏବଂ ଦୁଇ ଭଉଣୀଙ୍କ ପରିଶ୍ରମ ପାଇଁ । ତେବେ ଦେଶ ଏବଂ ଆମ ରାଜ୍ୟରେ ଅନେକ ଯୁବପିଢି ଏହି ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ମାଧ୍ୟମରେ ରୋଜଗାର ପାଇଥିବା ବେଳେ ଏହି ଦୁଇ ଭଉଣୀ ସେଥି ମଧ୍ୟରୁ ଜଣେ ।
ନିକଟରେ ବିଧାନସଭାରେ ରଖାଯାଇଥିବା ତଥ୍ୟ ଅନୁସାରେ ଆମ ରାଜ୍ୟରେ ଏହି ଯୋଜନାରେ ୨ଲକ୍ଷ୧୫ହଜାର ୫୯୩ ଜଣ ଯୁବକ ଯୁବତୀ ବିଭିନ୍ନ ଟ୍ରେଡ଼ରେ ତାଲିମ ପାଇଛନ୍ତି ସେମାନଙ୍କ ମଧ୍ୟରୁ ୧ଲକ୍ଷ ୪୯ ହଜାର ୬୦୩ ଜଣ ବିଭିନ୍ନ ବେସରକାରୀ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି ଯାହା ଦର୍ଶାଉଛି କେନ୍ଦ୍ର ସରକାରଙ୍କ ଏହି ଯୋଜନା ଓଡ଼ିଶାରେ ବେସ ସଫଳ ରୂପାୟନ ପାଇଛି । ତେବେ ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ଏହି ଯୋଜନା ଏବେ ବରଦାନ ସଦୃଶ ପାଲଟିଥିବା ବେଳେ ଆଗକୁ ଏଥିରେ ଆହୁରି ଅନେକ ଯୁବକଯୁବତୀ କୁଶଳୀ ହେବେ ବୋଲି ଆଶା କରାଯାଉଛି ।
ଅଧିକ ପଢନ୍ତୁ ଓଡିଶା ଖବର