ଧୀରେ ଧୀରେ କମିବ ବର୍ଷାର ପରିମାଣ । ବର୍ତ୍ତମାନ ଏହାର ସ୍ଥିତି ଉତ୍ତର ଓଡ଼ିଶା, ଛତିଶଗଡ଼ର ଉତ୍ତର ଭାଗରେ ରହୁଛି । ଶେଷ ୬ ଘଣ୍ଟାରେ ଏହା ଘଣ୍ଟାପ୍ରତି ୨୧ କିଲୋମିଟର ବେଗରେ ଆଗକୁ ବଢୁଛି । ସେପଟେ ରାଜ୍ୟର ୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।
ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଯାଜପୁର, ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ । ଝାରସୁଗୁଡ଼ାର ଉତ୍ତର-ପଶ୍ଚିମର ୫୦ କିଲୋମିଟର ଦୂରରେ ରହିଛି ଅବପାତ । ଆଗକୁ ଏହା ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଦେଇ ଏହା ଗତିକରିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ।