ଆମ ଦଳକୁ ଭୋଟ୍ ଦେଇଥିବା ପ୍ରତ୍ୟେକ ମତଦାତାଙ୍କୁ ଆନ୍ତରିକ ଧନ୍ୟବାଦ। ଗଣତନ୍ତ୍ରରେ ଜନତାଙ୍କ ରାୟକୁ ସମ୍ମାନ ଜଣାଇ ଆଗାମୀ ଦିନରେ ଦଳକୁ ଆହୁରି ସୁଦୃଢ଼ କରିବା ସହ ଜନକଲ୍ୟାଣ ଓ ଲୋକସମ୍ପର୍କ ମାଧ୍ୟମରେ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରିବୁ ।
ପଦ୍ମପୁର ଉପନିର୍ବାଚନର ଫଳାଫଳକୁ ସ୍ୱୀକାର କରୁଛୁ । ଆମ ଦଳକୁ ଭୋଟ୍ ଦେଇଥିବା ପ୍ରତ୍ୟେକ ମତଦାତାଙ୍କୁ ଆନ୍ତରିକ ଧନ୍ୟବାଦ। ଗଣତନ୍ତ୍ରରେ ଜନତାଙ୍କ ରାୟକୁ ସମ୍ମାନ ଜଣାଇ ଆଗାମୀ ଦିନରେ ଦଳକୁ ଆହୁରି ସୁଦୃଢ଼ କରିବା ସହ ଜନକଲ୍ୟାଣ ଓ ଲୋକସମ୍ପର୍କ ମାଧ୍ୟମରେ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରିବୁ । ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା । — Dharmendra Pradhan (@dpradhanbjp) December 8, 2022
42 ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ଜିତିଛନ୍ତି ବର୍ଷା । 23 ରାଉଣ୍ଡ ଶେଷ ସୁଦ୍ଧା ବର୍ଷାଙ୍କୁ 1,19,512 ଖଣ୍ଡ ଭୋଟ ମିଳିଛି । ସେହିପରି ବର୍ଷାଙ୍କୁ ମିଳିଛି 135 ଖଣ୍ଡ ପୋଷ୍ଟାଲ ବାଲାଟ ଭୋଟ୍ । ଇଭିଏମ ଓ ପୋଷ୍ଟାଲ ବାଲାଟ ମିଶାଇ ବର୍ଷାଙ୍କୁ 1,19,647 ଭୋଟ ମିଳିଛି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ 77, 541 ଖଣ୍ଡ ଭୋଟ ମିଳିଛି । କଂଗ୍ରେସର ସତ୍ୟଭୂଷଣ ସାହୁ ପାଇଛନ୍ତି ମୋଟ 3561 ଖଣ୍ଡ ଭୋଟ ।
ଅନ୍ୟପଟେ ପଦ୍ମପୁର ଉପ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ବିପୁଳ ସଂଖ୍ୟାରେ ବିଜୟ ପରେ ସେଲିବ୍ରେସନ କରୁଛି ବିଜେଡି ।
ରାଜନୀତି ଖବର ଆହୁରି ପଢନ୍ତୁ ।