ଆଉ ଠିକ ଏହି ସମୟରେ ପୋଲିସ ପଞ୍ଝା ରୁ ଜିତୁ ବଞ୍ଚିବା ପାଇଁ ବଙ୍କୁଆଲ କୁଆଖାଇ ନଦୀ ଆଡକୁ ଆଡ଼କୁ ଗାଡି ନେଇଯିବା ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ପୋଲିସ ଅଧିକାରୀଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ ଜିତୁ । ପରେ ନିଜକୁ ରକ୍ଷା କରିବାକୁ ଯାଇ ଖାରବେଳନଗର ଥାନାର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ପାଲଟା ଗୁଳି ଚାଳନା କରିଥିଲେ । ଆଉ ଏହି ଏନକାଉଣ୍ଟରରେ ଅଭିଯୁକ୍ତ ଜିତୁ ପଲେଇ ଗୁରୁତର ଭାବେ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛି । ପରେ ତାକୁ କଟକ ବଡ଼ ମେଡିକାଲ ଚିକିତ୍ସା ପାଇଁ ପଠାଯାଇଛି ବୋଲି ପୋଲିସ ସୂଚନା ଦେଇଛି ।
ଜିତୁ ନାଁରେ ରହିଛି 35 ରୁ ଅଧିକ ଅପରାଧୀକ ମାମଲା । ନିକଟରେ ଜଣେ ଜୁଏଲାରୀ ଦୋକାନୀ ମାଲିକଙ୍କ ହାତ ହାଣି ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ ଜିତୁ । 2011 ମସିହାରେ ଜଣେ ମାଷ୍ଟ୍ରର କ୍ୟାଣ୍ଟିଂନ ଛକରେ ଜଣେ ହାବିଲଦାର ଗୁଳି କରି ଫେରାର ଥିଲା । ପରକୀରାପ୍ରୀତିରୁ ସୁନା ଦୋକାନୀ ପ୍ରେମିକକୁ ରାସ୍ତାରୁ ହଟେଇବା ପାଇଁ ସ୍ୱାମୀ ଭାଗିରଥି ସ୍ୱାଇଁ ଜିତୁ ପଲେଇକୁ ଦେଇଥିଲେ ସୁପାରୀ । ଆଉ 2 ଲକ୍ଷ ଟଙ୍କାକୁ ନେଇ ହେଇଥିଲା ଏହି ଡିଲ ।2022ରେ ନିଆଳି ରେ ବାଲିଘାଟ ଲିଜ କୁ କେନ୍ଦ୍ର କରି ସମିତସଭ୍ୟଙ୍କୁ ପୁଅ କୁ ଜିତୁ ପଲେଇ କରିଥିଲା ଗୁଳି ମାଡ଼ । ଖାରବେଳନଗରରେ ଗହଣା ଦୋକାନୀଙ୍କୁ ଜିତୁ କରିଥିଲା ବୋମା ମାଡ଼ ।
ଅନ୍ୟପଟେ ଏହି ଜିତୁ ପଳେଇ ସହ ଯୋଡି ହୋଇଥିବା ଭାଗିରଥି ସ୍ୱାଇଁ ବ ତୋଫାନ ରାଉତ୍ତ ଙ୍କୁ ପୋଲିସ ଏହି ଘଟଣାରେ ଗିରଫ କରିଛି । ଜିତୁ ପଲେଇ ନାଁରେ ଅନୁଗୁଳ, କଟକ, ଖୋର୍ଦ୍ଧା ଓ ଅନ୍ୟ ଜିଲ୍ଲା ଗୁଡିକରେ 35 ରୁ ଅଧିକ କେଶ ରହିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: