ତେବେ ଚାଷୀଙ୍କ ସମସ୍ୟା ରାଜ୍ୟରେ ଏକ ବଡ ସମସ୍ୟା ହୋଇ ଛିଡା ହୋଇଛି । କେବେ ଏହି ସମସ୍ୟାର ସମାଧାନ ହେବ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ରାତି ସାରା ଯୋଗାଣା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ସମ୍ୱଲପୁର: ରାତି ସାରା ଯୋଗାଣା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା । କୁଚିଣ୍ତା ଉପଖଣ୍ଡ ବାମର ବ୍ଲକର ଚାଷୀ ଧାନ ବିକ୍ରି କରିବାର ୩ ମାସ ପରେ ମଧ୍ୟ ଟଙ୍କା ମିଳିନାହିଁ । ଏହାକୁ ନେଇ ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାମରା ବ୍ଲକର ଚାଷୀ ଗତକାଲିଠୁ ଧାରଣରେ ବସିଛନ୍ତି । ୨୪ ଘଣ୍ଟା ପରେ ମଧ୍ୟ ଏବେ ସୁଦ୍ଧା କୌଣସି ଅଧିକାରୀ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିନାହାଁନ୍ତି ।
Download Argus News App
