୨- ଭୁବନେଶ୍ବର ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ସାଂଘାତିକ ଅଭିଯୋଗ ଆଣିଲେ ପରିବାର । ମୃତକ ହେଉଛନ୍ତି ସୁମନ୍ତ ପଣ୍ଡା । ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ ।
୩- ଆଜି ଦିନିକିଆ ଝାଡଖଣ୍ଡ ଗସ୍ତରେ ଯି
ବେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ଧରିବେ ପ୍ରଚାର ମଙ୍ଗ, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ। ମାରାଥନ ସଭା ଓ ରୋଡ ଶୋ କରିବାର ରହିଛି କାର୍ଯ୍ୟକ୍ରମ।
୪- ବଦଳିବ ନର୍ସିଂ ଅଫିସରଙ୍କ ଡ୍ରେସ୍ କୋଡ୍ । ନର୍ସିଂ ଅଫିସର ଓ ବରିଷ୍ଠ ନର୍ସିଂ ଅଫିସର ମାନଙ୍କ ସ୍ବତନ୍ତ୍ର ଡ୍ରେସ୍ କୋଡ୍ କରାଯାଇଛି । ଡ୍ରେସ୍ କୋଡ୍ ପାଇଁ ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ କରାଯାଇଥିଲା ଦାବି ।
୫- ରାତି ଅଧରେ ବ୍ୟାଙ୍କ ଲୁଟିଲେ ଦୁର୍ବୁତ୍ତ...ଗ୍ୟାସ କଟରରେ ଝରକା ତାଡ଼ି ନେଇଗଲେ ଲକ୍ଷାଧିକ ଟଙ୍କା...ବାଲେଶ୍ବର ଜିଲ୍ଲା ବାଲିଆପାଳରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ହୋଇଛି ଲୁଟ୍ ।
୬- ରୁଷିଆ-ୟୁକ୍ରେନ୍ ଯୁଦ୍ଧର ପରିସମାପ୍ତି ପାଇଁ ଉଦ୍ୟମ .... ରୁଷିଆର ରାଷ୍ଟ୍ରପତିଙ୍କ ସହ କଥା ହେଲେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ... ଯୁଦ୍ଧକୁ ଅଧିକ ଆଗକୁ ନ ବଢାଇବାକୁ କହିଲେ ଆମେରିକା ରାଷ୍ଟ୍ରପତି ।
୭-ଦୁଇ ଦିନିଆ ଭାରତ ଗସ୍ତରେ ଋଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ୍ ମଣ୍ଟୁରୋଭ ...ଭାରତ ଏବଂ ଋଷର ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ୍ କରିବାକୁ ବିଭିନ୍ନ ବୈଠକରେ ଦେବେ ଯୋଗ ।
୮- ପୂର୍ବ କ୍ୟୁବାରେ ଭୂକମ୍ପ ଝଟକା। ଗତକାଲି ବିଳମ୍ବିତ ରାତିରେ ଏହି ଭୂକମ୍ପ ହୋଇଛି । ଯାହାର ତୀବ୍ରତା ଥିଲା ୬.୮ । ଅନେକ ଘର ଓ ବିଦ୍ୟୁତ ତାର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ।
୯- ଆଜି କାର୍ତ୍ତିକ ମାସର ଶେଷ ସୋମବାର, ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି ଧବଳେଶ୍ୱର । ପୀଠରେ ଲାଗିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ।
୧୦- ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ ଯୋଗ ଦେବାକୁ ମନା କରିଛି। ଭାରତ ସରକାରଙ୍କ ପକ୍ଷରୁ ଅନୁମତି ମିଳି ନଥିବା ଦର୍ଶାଇ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ନ ଯିବାର ନିଷ୍ପତ୍ତି ନେଇ ଆଇସିସିକୁ ମେଲ କରିଛି ।