ଅର୍ଗସ ବ୍ୟୁରୋ: ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ..ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ କରିବେ ଝାଡ଼ଖଣ୍ଡବାସୀ ... ବୁଥ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା ହୋଇଛି କଡ଼ାକଡ଼ି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମୋଟ 81ରୁ 43ଟି ବିଧାନସଭା ଆସନରେ 685 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ସଢେଇକଳା, ରାଞ୍ଚି, ଜାମସେଦପୁର ପୂର୍ବ ଓ ପଶ୍ଚିମ ସହ ଜଗନ୍ନାଥପୁର ଆସନ ଉପରେ ସମସ୍ତଙ୍କ ନଜର ରହିଛି । ମୋଟ 2 କୋଟି 6 ଲକ୍ଷ ଭୋଟରଙ୍କ ମଧ୍ୟରେ 1 କୋଟି 31 ଲକ୍ଷ ପୁରୁଷ ଓ 1 କୋଟି 29 ଲକ୍ଷ ମହିଳା ଭୋଟରଙ୍କ ମନ ଜିଣିବାକୁ ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟ କରିଛନ୍ତି ଜୋରଦାର ପ୍ରୟାସ । ପ୍ରଥମ ପର୍ଯ୍ୟାୟ ପରେ ନଭେମ୍ବର 20ରେ ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯାୟ ସହ ମହାରାଷ୍ଟ୍ରର ସମସ୍ତ 288 ଆସନରେ ହେବାକୁ ଯାଉଛି ମତଦାନ । ନଭେମ୍ବର 23ରେ ଉଭୟ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣା ଉପରେ ଦେଶବାସୀଙ୍କ ନଜର ରହିଛି ।