ବିଜେଡି ନେତା ମାସୁମ୍ ଖାଁ, ସଂରକ୍ଷିତ ଜଙ୍ଗଲକୁ ବେଆଇନ କବଜ୍ଜା କରି ରାସ୍ତା, ବଡ଼ ବଡ଼ ପୋଖରୀ, କୋଠା ଓ ଗୋଦାମ ଘର ନିର୍ମାଣ କରାଇଛନ୍ତି । ପୁରା ଏରିଆକୁ ତାର ବାଡ଼ ଘେରାଇ କରାଯାଇଛି ନିଷିଦ୍ଧାଞ୍ଚଳ । ମାଲକାନଗିରି ଜିଲ୍ଲା ମୋଟୁରେ ହୋଇଥିବା ଏ ଜମି କେଳେଙ୍କାରୀକୁ ନେଇ ସାଂଘାତିକ ଖୁଲାସା କରିଥିଲା ଅର୍ଗସ୍ । ଅଭିଯୋଗ ଅନୁସାରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହୋଇଛି ଲ୍ୟାଣ୍ଡ ଜିହାଦର ଭୟଙ୍କର ଷଡ଼ଯନ୍ତ୍ର । ଧର୍ମକୁ ଢାଲ କରି କେଳେଙ୍କାରୀ କରାଯାଇ ଏହାର ନାଁ ଦିଆଯାଇଛି ଇସଲାମନଗର ।
୩୨୬ ନମ୍ବର ଜାତୀୟ ରାଜପଥରୁ ମାତ୍ର ଦୁଇ ତିନି କିଲୋମିଟର ଦୂରରେ ହୋଇଛି ଏ ଜଙ୍ଗଲ ଜମି ଜବରଦଖଲ ଆଉ ବେଆଇନ ନିର୍ମାଣ। ଇସଲାମନଗର ନାଁରେ ଏ ଲ୍ୟାଣ୍ଡ ଜିହାଦ ପାଇଁ ବିଜେଡି ଶାସନ ସମୟରେ ଦିଆଯାଇଛି ଭରପୁର ପ୍ରୋତ୍ସାହନ ଓ ସହାୟତା । ଜବରଦଖଲ ଜମିକୁ ସଂଯୋଗ ହୋଇଥିବା ଏ ରାସ୍ତା ନରେଗା ଯୋଜନାରେ ନିର୍ମାଣ ହୋଇଛି। ବିଜେଡି ଶାସନରେ ମତ୍ସ୍ୟ ବିଭାଗର ସହାୟତାରେ ପୋଖରୀ ଖୋଳା ଯାଇଛି, ଜଳସେଚନ ପାଇଁ ସରକାରୀ ଟଙ୍କାରେ ଉଠାଜଳସେଚନ ପ୍ରକଳ୍ପ ବି ହୋଇଛି । ବିଜେଡି ନେତା ମାସୁମ୍ ଖାଁଙ୍କର ଏ କାରନାମା ସମ୍ପର୍କରେ ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଜଙ୍ଗଲ ଓ ରାଜସ୍ବ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ତଦନ୍ତ। ଏବେ ମାମଲାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍।