କିନ୍ତୁ ତା ପୂର୍ବରୁ କଡ଼ବ ଗାଁର ମାଗୁଣି ନାୟକ ଏବଂ ତାଙ୍କ ପୁଅଙ୍କୁ ମାନବବାଦ ସଂଗଠନର କର୍ମକର୍ତ୍ତା ଘରୁ ଡାକିନେଇଥିଲେ । କରଡ଼ଗାଡ଼ିଆ କୋଠଘରେ ନିର୍ଧୁମ ମାଡ଼ ମାରିଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସଙ୍ଗଠନ କର୍ମକର୍ତାଙ୍କ ଭୟରେ ମାଗୁଣି ଏବଂ ତାଙ୍କ ପୁଅ ଥାନାରେ ଅଭିଯୋଗ କରିନଥିବା ଜଣାପଡିଛି । ସେପଟେ ଘଟଣା ପଛରେ ମାନବବାଦ ସଂଗଠନର ମୁଖ୍ୟ ଓକିଲ ମାନସ ଦାସ ରହିଥିବା କହିଛନ୍ତି । ସେପଟେ ଘଟଣା ସମ୍ପର୍କରେ ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥୀ କହିଛନ୍ତି ଭାଇରଲ ଭିଡ଼ିଓ ସମ୍ପର୍କରେ କୌଣକି ରିପୋର୍ଟ ଆମପାଖକୁ ଆସିନି । ତେବେ ଘଟଣାର ତଦନ୍ତ କରି ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।