ଡ୍ରରେ ଥିବା ପଚିଶ ହଜାର ଟଙ୍କା ମଧ୍ୟ ଚୋର ନେଇ ଥିବା ଅଭିଯୋଗ ହୋଇଛି। ତେବେ ରରୁଆଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ଆସି ଅଧିକ ତଦନ୍ତ କରିବେ ବୋଲି ସୂଚନା ମିଳିଛି।
ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲାର ରରୁଆଁ ଥାନା ଅନ୍ତର୍ଗତ ଶୁକୃଳି ବଜାର ମୁଖ୍ୟ ରାସ୍ତାରେ ଥିବା ତାରିଣୀ ମୋବାଇଲ ଦୋକାନରୁ ଗତ କାଲି ବିଳମ୍ବିତ ରାତିରେ 25 ରୁ 26 ଦୋକନର ଶଟର ତାଡ଼ି ଲକ୍ଷାଧିକ ଟଙ୍କାର ମୋବାଇଲ୍ ଚୋରି କରି ନେଇଛନ୍ତି ଚୋର।
ଡ୍ରରେ ଥିବା ପଚିଶ ହଜାର ଟଙ୍କା ମଧ୍ୟ ଚୋର ନେଇ ଥିବା ଅଭିଯୋଗ ହୋଇଛି। ତେବେ ରରୁଆଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ଆସି ଅଧିକ ତଦନ୍ତ କରିବେ ବୋଲି ସୂଚନା ମିଳିଛି।
ଅର୍ଗସ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ସଂକଳ୍ପ ସପ୍ତାହର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯକ୍ରମରେ ଦେଶର ବିଭିନ୍ନ ରାଜ୍ୟ ର ଅନେକ ଜିଲ୍ଳାର ସ୍ଥାନୀୟ କଳାକାର ଏବଂ ସାମାଜିକ କାର୍ଯ୍ୟରେ ଜଡିତ ବ୍ୟକ୍ତି ଏକତ୍ରିତ ହୋଇଥିଲେ। ଯେଉଁ ସ୍ଥାନରେ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ଏବଂ ବିଶ୍ୱ ନେତା ମାନେ ଯୋଗ ଦେଉଛନ୍ତି।
ସେହି ସ୍ଥାନରେ ତୃଣମୂଳ ସ୍ତରର ଲୋକମାନେ ଏକାଠି ହେବା ଏକ ଗୈାରବର ବିଷୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ଏହି ସ୍ତରର ଲୋକମାନଙ୍କର ଦେଶ ଗଠନ ଦିଗରେ ଭାଗିଦାରୀକୁ ସୁଦୃଢ କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସଂକଳ୍ପ ସପ୍ତାହ ରେ ଭାରତ ମଣ୍ଡପମରେ ବଡ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା।
ଅଧିକ ପଢ଼ନ୍ତୁ ଦେଶ ଖବର:
ପୁରୀ: ଆମ୍ବୁଲାନ୍ସରେ ପ୍ରସବ କରାଇଲେ ସ୍ଵେଚ୍ଛାସେବୀ। ଶୁଣିଲେନି ମେଡିକାଲ ସହାୟ କର୍ମୀ। ବଡଦାଣ୍ଡ ପାଖ ମାଳିଯାଗା ପାଖରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ମାନସିକ ଭିନ୍ନକ୍ଷମ ମହିଳା ଜନ୍ମ ଦେଲେ ଏକ ଶିଶୁ କନ୍ୟା। ଆମ୍ବୁଲାନ୍ସରେ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ବେଳେ ତାଙ୍କୁ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି ସ୍ୱେଚ୍ଛାସେବୀ। ମହିଳା ଜଣଙ୍କ ଏକ ଆଶ୍ରୟ ସ୍ଥଳୀରେ ରହୁଥିବା ବେଳେ ଗତକାଲି ତାଙ୍କୁ ପ୍ରଶବ ଯନ୍ତ୍ରଣା ହୋଇଥିଲା।ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜ଼ିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।
ହସ୍ପିଟାଲ ପରିସରରେ କର୍ମଚାରୀଙ୍କ ଅବହେଳା ପାଇଁ ଆମ୍ବୁଲାନ୍ସରେ ସେ ଏକ ଶିଶୁ କନ୍ୟାକୁ ଜନ୍ମଦେଇଥିଲେ। ଯାହା ଫଳରେ ହସ୍ପିଟାଲ ପରିସରରେ ଦେଖା ଦେଇଥିଲା ଉତେଜନା। ସ୍ଵେଚ୍ଛାସେବୀ ଦୀର୍ଘ ସମୟ ପର୍ଯ୍ୟନ୍ତ ମହିଳା ଓ ତାଙ୍କ ଶିଶୁ କନ୍ୟାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆମ୍ବୁଲାନସ ଭିତରେ ଧରିକି ବସିଥିବା ଦେଖିବାକୁ ମିଳିଥିଲା। ସେପଟେ ଘଟଣା ସମ୍ପର୍କରେ CDMOଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଗୃହ ବାହାରେ ଓ ଭିତରେ ନିଜକୁ ଅସୁରକ୍ଷିତ କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଯିଏ ନବ ଦାସଙ୍କ ଭଳି କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଷଡ଼ଯନ୍ତ୍ର କରି ମାରି ଦେଇପାରେ, ସେଭଳି ମୁଖ୍ୟମନ୍ତ୍ରୀଙ୍କୁଠୁ କଣ ଆଶା କରାଯାଏ । ଆଜି ଆମ ଘର ଆଗରେ ସମ୍ବଲପୁରରେ ବିକ୍ଷୋଭ କରାଯାଉଛି । ଆଜି ମୁଁ ଅସୁରକ୍ଷିତ । ମୁଖ୍ୟମନ୍ତ୍ରୀ, 5T ସଚିବ ଓ ପ୍ରଣବ ପ୍ରକାଶ ଦାସଙ୍କ ଫୋନଙ୍କୁ ଟ୍ରାକିଂ କରାଯାଉ । ଉତ୍ତରପ୍ରଦେଶର କେଉଁ ମାଫିଆଙ୍କ ସହ କଥା ହେଉଛନ୍ତି । ସେମାନେ କାହାକୁ କଣ ନିର୍ଦ୍ଦେଶ ଦେଉଛନ୍ତି ଜଣାପଡ଼ିବ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।
ଅଧିକ ପଢ଼ନ୍ତୁ ଓଡିଶା ଖବର: