ମଣ୍ଟୁ ଛୁରିଆଙ୍କ ଗୀତର ତାଳେ ତାଳେ ଝୁମୁଛନ୍ତି ଦର୍ଶକ। ବିଭିନ୍ନ ଡ୍ୟାନ୍ସ ଗ୍ରୁପ ମାନଙ୍କର ଡ୍ୟାନ୍ସରେ ମତୁଆଲ ହେଉଛନ୍ତି ଦର୍ଶକ। ତୃତୀୟ ସନ୍ଧ୍ୟାରେ ଜଣାଶୁଣା ସିଙ୍ଗର ରିତୁରାଜ ମହାନ୍ତି ଗୀତରେ ଝୁମିଥିଲେ ଭଦ୍ରକ ଜିଲ୍ଲାର ଦର୍ଶକ। କେବଳ ଭଦ୍ରକ ଜିଲ୍ଲା ନୁହେଁ ଜିଲ୍ଲା ବାହାରୁ ମଧ୍ୟ ଅନେକ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳୁଛି। ମେଲୋଡି ସାଙ୍ଗକୁ ବିଭିନ୍ନ ଷ୍ଟଲ ବୁଲିବା ସହ ବିଭିନ୍ନ ଜିନିଷ କିଣା କିଣି କରି ଘରକୁ ନେଉଛନ୍ତି ଦର୍ଶକ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।
ମନ ମୋହୁଛି ଭଦ୍ରକ ଜିଲ୍ଲା ସାଂସ୍କୃତିକ ମହୋତ୍ସବ ଭଦ୍ରାୟଣୀ

ଅର୍ଗସ ବ୍ୟୁରୋ : ଗତ 25 ତାରିଖରୁ ଆରମ୍ଭ ହୋଇଥିବା ଏହି ସାଂସ୍କୃତିକ ମହୋତ୍ସବରେ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ଜମୁଛି ଦର୍ଶକ ଙ୍କ ଭିଡ଼। ହଜାର ହଜାର ଦର୍ଶକ ମାନେ ଆସୁଛନ୍ତି ମହୋତ୍ସବର ମଜା ଉଠଉଛନ୍ତି। ଦ୍ୱିତୀୟ ସନ୍ଧ୍ୟାରେ ଜଲିଉଡର ଜଣା ଶୁଣା ସିଙ୍ଗର ମାନେ ଗୀତ ଗାଇ ଲୋକ ମାନଙ୍କ ମନ କିଣିଛନ୍ତି।
Download Argus News App
