ପୁଷ୍ଟିହୀନତା ବିରୋଧରେ ଲଢେଇ ପାଇଁ ମିଲେଟର ବ୍ୟବହାର ଓ ଉତ୍ପାଦନ ବୃଦ୍ଧି ଉପରେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି ମେଦି ସରକାର । ପୁଷ୍ଟିହୀନତା ବିରୋଧରେ ଲଢେଇ ପାଇଁ ପ୍ରଧାନମନ୍ତ୍ରୀ ମୋଦି ମନ୍ କୀ ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଅପିଲ କରିଥିଲେ । ସେପ୍ଟେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ମାସେବ୍ୟାପୀ ସମଗ୍ର ଦେଶରେ ପାଳନ ହୋଇଥିଲା ପୋଷଣ ମାସ । ସେହିପରି ଭାରତ ସରକାରଙ୍କ ପ୍ରସ୍ତାଵ କ୍ରମେ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ପାଳନ ପାଇଁ ଘୋଷଣା କରିଛି ମିଳିତ ଜାତିସଂଘ ।
ଏକଦା ମାଣ୍ଡିଆ ଉତ୍ପାଦନରେ ଦେଶର ଏକ ଅଗ୍ରଣୀ ରାଜ୍ୟ ଥିଲା ଓଡ଼ିଶା । ତେବେ ବଜାରର ଅଭାବ ସାଙ୍ଗକୁ ଅଭାବି ବିକ୍ରୀ ଯୋଗୁଁ ଏଥିରୁ ମୁହଁ ଫେରାଇ ନେଇଛନ୍ତି ଚାଷୀ । ପରିଣାମ ସ୍ବରୂପ ରାଜ୍ୟରେ ଗତ ୪୦ ବର୍ଷରେ ପ୍ରାୟ ୯୦ ପ୍ରତିଶତ ମାଣ୍ଡିଆ ଉତ୍ପାଦନ କମିଛି । ୧୯୮୦ ରେ ରାଜ୍ୟର ୩୬୨ ହେକ୍ଟର ଜମିରୁ ୧୯୭ ଟନ ମାଣ୍ଡିଆ ଉତ୍ପାଦିତ ହେଉଥିଲା । ତେବେ ୨୦୧୦ରେ ମାତ୍ର ୧୫.୭୫ ହେକ୍ଟର ଜମିରେ ଚାଷ ହୋଇ ଉତ୍ପାଦନ ହୋଇଥିଲା ୭.୨୮ ଟନ ମାଣ୍ଡିଆ । ୨୦୧୯ ରେ ୩୨.୮୭ ହେକ୍ଟର ଜମିରେ ଚାଷ ହୋଇ ୧୬.୯୯ ଟନ ମାଣ୍ଡିଆ ଉତ୍ପାଦିତ ହୋଇଥିଲା । ଏହାକୁ ନଜରରେ ରଖି ମାଣ୍ଡିଆ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ମିଲେଟ୍ ମିଶନ । ରାଜ୍ୟର ୧୫ ଟି ଜିଲ୍ଲାର ୮୧ଟି ବ୍ଲକ ରେ ଆରମ୍ଭ ହୋଇଥିଲା ଏହି ମିଶନ । ତେବେ ମିଲେଟ୍ ମିସନ ଚାଷୀଙ୍କୁ ମାଣ୍ଡିଆ ଚାଷ ପ୍ରତି କରିପାରଲାନି ଆଟ୍ରାକ୍ସନ ।