29 ଜାନୁୟାରୀ, 2023 । ବ୍ରଜରାଜନଗର ଗାନ୍ଧି ଛକରେ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିଲା ଗୋପାଳ । ଘଟଣାକୁ 4 ମାସ ପୁରିବ। କ୍ରାଇମବ୍ରାଞ୍ଚ କରୁଛି ତଦନ୍ତ।ହେଲେ ମର୍ଡର ମୋଟିଭ୍ ନେଇ କ୍ରାଇମବ୍ରାଞ୍ଚ ପୁରା ଚୁପ । କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ସନ୍ଦେହରେ ସ୍ଥାନୀୟ ଲୋକେ।ସିବିଆଇ ତଦନ୍ତ ଦାବି କରୁଛନ୍ତି ନବଙ୍କ ସମର୍ଥକ।
ନବଙ୍କ ହତ୍ୟା ପଛରେ କଣ ଅଛି କାରଣ? ରାଜନୈତିକ ନା ବ୍ୟବସାୟିକ। ପାଇଖାନା ଟାଙ୍କି ଗପରୁ ଗୋପାଳକୁ ପାଗଳ ସଜାଇବାର ତତ୍ପରତା କ୍ରାଇମବ୍ରାଞ୍ଚକୁ କାଠ ଗଡାକୁ ଟାଣିଛି। ପୁଣି ମର୍ଡର ପଛରେ ଅପରାଧିକ ଷଡଯନ୍ତ୍ର ଜଳ ଜଳ ଦିଶୁଥିଲେ ବି କାହିଁକି ଲାଗିଲାନି 120 ବି ଦଫା ତାକୁ ନେଇ ବି ଉଠିଛି ପ୍ରଶ୍ନ। ଏସବୁ ଭିତରେ ଏଫ ବି ଆଇର ସହଯୋଗ ନିଆଯିବ ବୋଲି ବିଧାନସଭାରେ କହିଥିଲେ ଖୋଦ ମୁଖ୍ୟମନ୍ତ୍ରୀ।ଏବେ ପ୍ରଶ୍ନ କେବେ ଆସିବ ଏଫ ବି ଆଇ। ପ୍ରଶ୍ନ ପଚାରିଲେ ଏବେ ମନ୍ତ୍ରୀଙ୍କ ମୁହଁରେ ତୁଣ୍ଡି।
ନବଙ୍କ ହତ୍ୟା ପରେ ଭୁବନେଶ୍ବରରେ ଚିକିତ୍ସା ଡ୍ରାମା ହିଁ ଷଡଯନ୍ତ୍ରର ଦିଗକୁ ଇଙ୍ଗିତ କରିଥିଲା। ପରେ ପୋଲିସ ଡିଜିଙ୍କ ଜଗନ୍ନାଥ ଭରସା ବୟାନ ଓ ଦୀପାଳୀଙ୍କ ବିଧିର ବିଧାନ ବୟାନ ଷଡଯନ୍ତ୍ରର ସନ୍ଦେକୁ ବଢାଇଲା। ଏବେ ପ୍ରଶ୍ନ ନବଙ୍କ ଶହ ଶହ କୋଟିର ସାମ୍ରାଜ୍ୟକୁ ହାଇଜାକ୍ ପାଇଁ ଗୋପାଳକୁ ବନାଯାଇଥାଇଥିଲା କି ମୋହରା। 120 ଦିନ ଭିତରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଫାଇଲ ନ କଲେ ଗୋପାଳକୁ ମିଳିଯିବ ବେଲ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: