ରବିଦ୍ରଙ୍କ ଶରୀରରେ କ୍ଷତ ଚିହ୍ନ ଥିବାରୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଗତ 13 ତାରିଖରେ ରବିନ୍ଦ୍ରଙ୍କ ଶାଳି ବାହାଘର ଥିବାରୁ ସେ ଭୁବନେଶ୍ବର ଆସିବାର ଥିଲା । କିନ୍ତୁ କୌଣସି କାରଣରୁ ସେ ଆସିପାରିନଥିଲେ।
ଅନ୍ୟପଟେ ଚାରିଦିନ ହେଲା ରବିନ୍ଦ୍ରଙ୍କ ସହ ପରିବାର ଲୋକ ଯୋଗାଯୋଗ କରି ପାରି ନଥିଲେ। ଏନେଇ ଥାନାରେ ଏତଲା ଦିଆଯାଇଛି। ଏହାସହ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ଯେ ଆମ ପୁଅକୁ ସେଠାରେ କିଏ ପିଟିପିଟି ମାରିଦେଇଛନ୍ତି।ହେଲେ କିଏ ମାରିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।