ଭୁବନେଶ୍ୱର: ସରକାରୀ ଘର ପାଇଁ ପିସି ମାଗୁଛନ୍ତି ବାବୁ । ଏହି ପିସି ଦେଇ ନପାରି ଖୋର୍ଦ୍ଧା ନିରାକାରପୁରର ଜଣେ ଯୁବକ ଆତ୍ମହତ୍ୟା ମଧ୍ୟ କରିଛନ୍ତି । ଅନ୍ୟପଟେ ଗୋଟିଏ ପରେ ଗୋଟିଏ କୁମାରୀ ମାତୃତ୍ୱର ଖବର ସାମ୍ନାକୁ ଆସୁଛି । ଗଣଦୁଷ୍କର୍ମରେ ଶିକାର ହୋଇ ଜୀବନ ହାରିଥିବା ବେବିନା ନ୍ୟାୟ ପାଇ ପାରୁନି । ତେବେ ଏମିତି ତମାମ ଅବ୍ୟବସ୍ଥା ଭିତରେ ପେଶି ହେଉଛନ୍ତି ରାଜ୍ୟବାସୀ । ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ସୋସିଆଲ ମିଡିଆ ମାଧ୍ୟମରେ ଖୁବ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅତୀତରେ ଅଞ୍ଜନା ମିଶ୍ର ମାମଲାରେ ରାଜ୍ୟର ଜନମତ ଏପରି ତୀବ୍ର ହୋଇଥିଲା ଯେ ସରକାରରେ ପରିବର୍ତ୍ତନ ଆସିଥିଲା । ଆଜି ବି ରାଜ୍ୟରେ ମହିଳା ଅସୁରକ୍ଷିତ ଓ ଅପମାନିତ । ସାରା ରାଜ୍ୟରେ ବିଜେଡି ସରକାର ବିରୋଧରେ ଅସନ୍ତୋଷର ନିଆଁ କୁହୁଳୁଛି । ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି ଧର୍ମେନ୍ଦ୍ର ।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲି ଅବ୍ୟବସ୍ଥା ବିଷୟରେ ବୁଝିଛି । ଗତ କିଛି ଦିନ ଭିତର କିଛି ଘଟଣା ରାଜ୍ୟର ଲୋକଙ୍କୁ ଆନ୍ଦୋଳିତ କରୁଛି । ରାଜ୍ୟ ସରକାରଙ୍କ ବିରୋଧରେ ଲୋକମାନଙ୍କ ମନରେ ନିଆଁ କୁହୁଳୁଛି । ପିସି ନଦେଇ ପାରିବାରୁ ଖୋର୍ଦ୍ଧାର ଲକ୍ଷ୍ମୀଧର ବେହେରା ଆତ୍ମହତ୍ୟା କରିଛନ୍ତି । ରାଜ୍ୟରେ ସରକାରୀ ଆବାସିକ ବିଦ୍ୟାଳୟରେ ଝିଅମାନେ ଗର୍ଭବତୀ ହେବା ଓ ସନ୍ତାନ ପ୍ରସବ ଘଟଣା ସାଧାରଣ ଓଡିଆ ମାନଙ୍କ ପରି ମୋତେ ବ୍ୟସ୍ତ ଓ ବିବ୍ରତ କରୁଛି ବୋଲି ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ମୁଖ୍ୟମନ୍ତ୍ରୀଙ୍କ ଘରୁ ମାତ୍ର ୫୦ କିଲୋମିଟର ଦୂରର ବିଏ ପାସ୍ କରି ଚାଷ କରୁଥିବା ଲକ୍ଷ୍ମୀଧର ବେହେରା ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ଲକ୍ଷ୍ମୀଧର ଏକ ଭିଡିଓ ଜାରି କରିଥିଲେ । ଯେଉଁଥିରେ ସରକାରଙ୍କ ଯୋଜନାରେ ପକ୍କାଘର ଟିଏ ମିଳିବା ପାଇଁ ବ୍ଲକର ଅଧିକାରୀ ମାନେ ୧୫ ରୁ ୨୦ ହଜାର ଟଙ୍କା ଲାଞ୍ଚ ମାଗୁଥିବାର ଅଭିଯୋଗ ଏହି ଭିଡିଓରେ ଥିଲା । ନବୀନ ସରକାର, ବିଜେଡି ଓ ସ୍ଥାନୀୟ ସରପଞ୍ଚଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁନଥିବା ଏହି ଭାଇରାଲ୍ ଭିଡିଓ ମାଧ୍ୟମରେ ଲକ୍ଷ୍ମୀଧର କହିଥିଲେ ବୋଲି ଟ୍ୱିଟରରେ ଲେଖିଛନ୍ତି ଶ୍ରୀ ପ୍ରଧାନ ।
ଓଡିଶା ସରକାର ଥ୍ରୀ-ଟିର ବ୍ୟବହାର କେମିତି କରୁଛନ୍ତି ଜଣାନାହିଁ । ଲକ୍ଷ୍ମୀଧରଙ୍କ ଭିଡିଓ ସରକାରଙ୍କ ନଜରକୁ ଆସିଲା ନାହିଁ । ମାତ୍ର ତାଙ୍କର ମୃତ୍ୟୁପରେ ପକ୍କାଘରର କାର୍ଯ୍ୟାଦେଶ ଧରି ସରକାରୀ କର୍ମଚାରୀ ମାନେ ଲକ୍ଷ୍ମୀଧରଙ୍କ ଘରେ ପହଁଚିଲେ । ସରକାରୀ ଯୋଜନାର ଲାଭ ପାଇବା ପାଇଁ କଣ ଓଡିଶାର ସାଧାରଣ ଗରିବ ଲୋକଙ୍କ ପରିବାର ମୁଖିଆଙ୍କ ମୃତ୍ୟୁକୁ ଅପେକ୍ଷା କରିବାକୁ ପଡିବ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।
ଓଡିଶା ସରକାର ଥ୍ରୀ-ଟି ର କଣ ବ୍ୟବହାର କରୁଛନ୍ତି ଜଣାନାହିଁ । ଲକ୍ଷ୍ମୀଧରଙ୍କ ଭିଡିଓ ସରକାରଙ୍କ ନଜରକୁ ଆସିଲା ନାହିଁ । ମାତ୍ର ତାଙ୍କର ମୃତ୍ୟୁପରେ ପକ୍କାଘରର କାର୍ଯ୍ୟାଦେଶ ଧରି ସରକାରୀ କର୍ମଚାରୀ ମାନେ ଲକ୍ଷ୍ମୀଧରଙ୍କ ଘରେ ପହଁଚିଲେ ।
— Dharmendra Pradhan (@dpradhanbjp) January 19, 2019
ପିସିରେ ପେଶି ହୋଇ ଜନତା ବହୁ କଷ୍ଟ ଅନୁଭବ କରୁଛନ୍ତି । ଏଥିରୁ ରାଜ୍ୟ ସରକାର କିଛି ଶିଖିପାରୁ ନାହାନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅତିଆପଣାର ଖୋର୍ଦ୍ଧାର ବିଧାୟକ କଟା ଘାରେ ଚୂନ ଦେବାପାଇଁ ପଛାଇନାହାନ୍ତି । ଏହି ପିସି କାରଣରୁ ଆତ୍ମହତ୍ୟାକୁ ସ୍ୱୀକାର କରିବା ବଦଳରେ ଓଡିଶାର ଲକ୍ଷ୍ମୀଧରଙ୍କ ନିଚ୍ଛକ ନିଷ୍ଠୁର ସତ୍ୟକୁ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ କରିଥିବା ଲୋକଙ୍କୁ ଡରାଇ ଧମକାଇ ଓ ପୋଲିସ ଲଗାଇ ଦମନ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
<
/p>ଗତ କିଛିଦିନ ଧରି ଓଡିଶାର ବିଭିନ୍ନ ସ୍ଥାନ ବୁଲୁଛି ଓ ଜନସାଧାରଣଙ୍କ ସହ ସିଧାସିଧା କଥା ହେଉଛି । ଗତ କିଛି ଦିନ ଭିତରର କିଛି ଘଟଣା ରାଜ୍ୟର ଜନମାନସକୁ ଆନ୍ଦୋଳିତ କରୁଛି । ରାଜ୍ୟ ସରକାରଙ୍କ ବିରୋଧରେ ଲୋକମାନଙ୍କ ମନରେ ନିଆଁ କୁହୁଳିବା ପରି ଜନବିରୋଧ ତୀବ୍ର ହେଉଛି ।
— Dharmendra Pradhan (@dpradhanbjp) January 19, 2019
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ବେବିନାକୁ ନ୍ୟାୟ ମିଳିଲାନାହିଁ । ସେତେବେଳର ମନ୍ତ୍ରୀ ପ୍ରଦୀପ ମହାରଥୀ ବେବିନା ମାମଲାରେ ୨-୨ ଥର ଇସ୍ତଫା ଦେଲେ । ଥରେ ୨୦୧୨ ମସିହାରେ ଇସ୍ତଫା ଦେବାପରେ ୨୦୧୪ ମସିହା ନିର୍ବାଚନରେ ବିଧାୟକ ଟିକେଟ୍ ମିଳିଲା ଓ ନବୀନ ବାବୁଙ୍କ ମହିଳା ସମ୍ମାନରେ ଦୋମୁହାଁ ନୀତି ଯୋଗୁଁ ପୁଣି ସସମ୍ମାନେ ମନ୍ତ୍ରୀ ପଦ ମିଳିଲା । ଲୋକଙ୍କ କ୍ରୋଧକୁ ସାମ୍ନା କରି ନ ପାରି ୨୦୧୯ ମସିହାରେ ପୁଣି ବେବିନା ମାମଲାରେ ମହାରଥୀଙ୍କୁ ଇସ୍ତଫା ଦେବାପାଇଁ ବାଧ୍ୟ କରାଗଲା ।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ରାଜ୍ୟରେ ଗତ କିଛିବର୍ଷ ଧରି ମହିଳା ବିଶେଷ ଭାବରେ କମ୍ ବୟସର ଝିଅ ମାନଙ୍କ ଉପରେ ଦୁଷ୍କର୍ମ ଘଟଣା ବଢି ଚାଲିଛି । ସରକାରୀ ଆବାସିକ ଆଦିବାସୀ ଆଶ୍ରମ ବିଦ୍ୟାଳୟରେ ଝିଅମାନେ ଗର୍ଭବତୀ ହେବା ଓ ପ୍ରସବ କରିବା ଭଳି ବାରମ୍ୱାର ଘଟଣା ଓଡିଆ ମାନଙ୍କୁ ଲଜ୍ଜିତ ଓ ଅପମାନିତ କରୁଛି । ମହିଳାଙ୍କ ପ୍ରତି ଏହା କି ପ୍ରକାର ସମ୍ମାନ ? ମହିଳାଙ୍କ ପ୍ରତି ରାଜ୍ୟର ବିଜେଡି ସରକାର ଏତେମାତ୍ରାରେ ସମ୍ବେଦନହୀନ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅର୍ଗସ ବ୍ୟୁରୋ : ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବିଜେଡିରୁ ବହିଷ୍କାର ପ୍ରସଙ୍ଗ । କାହିଁକି ଗିରଫ ହୋଇନାହାନ୍ତି ସୁଧାଂଶୁ ବୋଲି ପ୍ରଶ୍ନ କଲେ ବିଜେପି ବିଧାୟକ । ଭିଜିଲାନ୍ସ ତଦନ୍ତରେ ସୁଧାଂଶୁଙ୍କ ସମ୍ପୃକ୍ତି ବିଷୟରେ ସ୍ପଷ୍ଟ ହୋଇଛି । ସୁଧାଂଶୁଙ୍କ ଦ୍ବାରା ହୋଇଥିବା ମହାଠକେଇ ହେଉଛି ୨୦୧୭ରୁ ୨୦୨୦ ସମୟରେ । ଚାଷୀଙ୍କର କୋଟି କୋଟି ଟଙ୍କାର ସବସିଡି ହଡ଼ପ ନେଇ ଭିଜିଲାନ୍ସ ତଦନ୍ତରେ ସ୍ପଷ୍ଟ ହୋଇଛି । ସ୍ପଷ୍ଟ ହେବା ପରେ ବି କାହିଁକି ରାଜ୍ୟ ସରକାର ଦୀର୍ଘ ଦିନ ଧରି ଚୁପ୍ ବସିଥିଲେ ?
ଅଧିକ ପଢନ୍ତୁ ଓଡ଼ିଶା ଖବର
ଲୋକାୟୁକ୍ତଙ୍କ ରିପୋର୍ଟରେ ଅଭିଯୋଗ ପ୍ରମାଣିତ ପରେ ବି କାହିଁକି ଗିରଫ ହୋଇନାହାନ୍ତି ସୁଧାଂଶୁ ? କେବେ ଚାଷୀମାନେ ହରାଇଥିବା ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଫେରି ପାଇବେ ? । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରେସ୍ ରିଲିଜ୍ କେବେ ଆସିବ ବୋଲି ସେ ପ୍ରଶ୍ନ କରିଛନ୍ତି । ସ୍ଵଚ୍ଛ ଭାବମୂର୍ତ୍ତିର ନାଟକ ଆଉ ଲୋକେ ବିଶ୍ଵାସ କରୁନାହାନ୍ତି । ବିଜେଡିର ୪୦ ବିଧାୟକଙ୍କ ନାଁରେ ସଙ୍ଗିନ ଅପରାଧିକ ମାମଲା ରହିଛି । ସେମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶ୍ନ କରିଛନ୍ତି ମୁକେଶ ମହାଲିଙ୍ଗ ।
ସେପଟେ ରାଜ୍ୟରେ ଚାଲିଥିବା ଅଗଣତାନ୍ତ୍ରିକ ବ୍ୟବସ୍ଥାକୁ ପ୍ରଶ୍ନ କଲେ ମିଛ ମାମଲାରେ ଫସାଯିବ ବୋଲି ସେ କହିଛନ୍ତି । ଯେଉଁ ଗଣମାଧ୍ୟମ ଏହି ପ୍ରଶ୍ନ କରିବ ତାକୁ ମିଛ ମାମଲାରେ ଫସାଯିବ । ଜଣେ ସଚିବଙ୍କୁ ସମାଲୋଚନା କରିବାରୁ ମିଛ ମାମଲା ଓ କାର୍ଯ୍ୟାନୁଷ୍ଠାନ ହେଉଥିବା ସେ ଅଭିଯୋଗ କରିଛନ୍ତି । ଏହା ବିଜୁ ଜନତା ଦଳ ଭିତରେ ଥିବା ଅସହାୟତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।
ଅର୍ଗସ ବ୍ୟୁରୋ : ସେପ୍ଟେମ୍ବର ୨୩ରେ ବାରଣାସୀ କ୍ରିକେଟ୍ ଷ୍ଟାଡିୟମର ହେବ ଶିଳାନ୍ୟାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିବାର ରହିଛି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ସଚିନ୍ ତେନ୍ଦୁଲକର, ସୁନୀଲ ଗାଭାସ୍କର, କପିଲ ଦେବ, ରବି ଶାସ୍ତ୍ରିଙ୍କ ସମେତ ଅନେକ ଭେଟେରାନ୍ କ୍ରିକେଟର ସାମିଲ ହେବେ ।
ଅଧିକ ପଢନ୍ତୁ ଭାରତ ଖବର
୪୫୦କୋଟି ଟଙ୍କା ବ୍ୟୟରେ ଏହି ଷ୍ଟାଡିୟମଟି ନିର୍ମାଣ କାର୍ଯ୍ୟ ଜାରି ରହିଛି । ପ୍ରାୟ ୩୦ ହଜାର ଦର୍ଶକ ଏହି ଷ୍ଟାଡିୟମରେ ବସି ଖେଳ ଦେଖିପାରିବେ । ଏହି ଷ୍ଟାଡିୟମର ଥିମେଟିକ୍ ସ୍ଥାପତ୍ୟ ଭଗବାନ ଶିବଙ୍କଠାରୁ ପ୍ରେରଣା ଆଣୁଛି । ଯେଉଁଥିରେ କ୍ରେସେଣ୍ଟ୍ ଆକୃତିର ଛାତ କଭର, ଟ୍ରାଇଡେଣ୍ଟ୍ ଆକୃତିର ବନ୍ୟା-ଲାଇଟ୍, ଘାଟ ଷ୍ଟେପ୍ ଆଧାରିତ ବସିବା, ବିଲଭିପାଟ୍ରା ଆକୃତିର ଧାତବ ସିଟ୍ ପାଇଁ ଡିଜାଇନ୍ ପ୍ରସ୍ତୁତ କରାଯାଇଛି ।
ଅର୍ଗସ ବ୍ୟୁରୋ : ୧୪ ଦିନ ପରେ ଚନ୍ଦ୍ରପୃଷ୍ଠରେ ଆସନ୍ତାକାଲି ଆସିବାକୁ ଯାଉଛି ସକାଳ । ଭାରତୀୟ ବୈଜ୍ଞାନିକଙ୍କ ମନରେ ନୂଆ ଆଶାର ସଞ୍ଚାର । ଆସନ୍ତାକାଲିର ସୂର୍ଯ୍ୟୋଦୟ ସହ ବିକ୍ରମ ଓ ପ୍ରଜ୍ଞାନ ନିଦରୁ ଉଠିବେ ବୋଲି ଆଶା ପ୍ରକାଶ କରିଛି ଇସ୍ରୋ । ଶିବ ଶକ୍ତି ପଏଣ୍ଟରେ ଆସିବାକୁ ଥିବା ସକାଳ ଭାରତ ମନରେ ଭରି ରହିଛି ଅନେକ ଆଶା । ଏହି ନୂଆ ସକାଳ ସହ ସ୍ଲିପ ମୋଡରୁ ଉଠିବେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ । ପୁଣି ଥରେ ଲ୍ୟାଣ୍ଡର ଓ ବିକ୍ରମ କେମିତି କାମ କରିବେ ସେ ନେଇ ଉଦ୍ୟମ କରିବ ଇସ୍ରୋ । ବିକ୍ରମ ଲାଣ୍ଡରର ରିସିଭର୍ ଅନ୍ ଥିଲେ ମଧ୍ୟ ପ୍ରବଳ ଥଣ୍ଡା ଓ ଅନ୍ଧାର ଯୋଗୁଁ ଏହାର ସବୁ ଯନ୍ତ୍ରାଂଶ ବନ୍ଦ ରହିଛି ।
ଅଧିକ ପଢନ୍ତୁ : ଚନ୍ଦ୍ରର ଦକ୍ଷିଣ ମେରୁରେ ପୁଣି ଥରେ ହେବାକୁ ଯାଉଛି ସକାଳ
ସୂର୍ଯ୍ୟଙ୍କଠାରୁ ଶକ୍ତି ଆହରଣ କରି ପୁଣି ବିକ୍ରମ ଓ ପ୍ରଜ୍ଞାନ ସକ୍ରିୟ ହେବେ ବୋଲି ଆଶା କରାଯାଉଛି । ଯଦି କୌଣସି କାରଣରୁ ଏହା ସମ୍ଭବ ନ ହୁଏ, ତେବେ ବିକ୍ରମ ଓ ପ୍ରଜ୍ଞାନ ସବୁଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଭାରତର ‘ମହାକାଶ ଦୂତ’ ଭାବେ ପଡିରହିବେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଅଗଷ୍ଟ ୨୩ ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଇତିହାସ ରଚିଥିଲା । ଅବତରଣର କିଛି ଘଣ୍ଟା ପରେ ବିକ୍ରମରୁ ଅଲଗା ହୋଇ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ବିଚରଣ କରିବା ସହ ଇସ୍ରୋକୁ ବିଭିନ୍ନ ପ୍ରକାର ତଥ୍ୟ ଓ ଫଟୋ ପଠାଇଥିଲା ।
ଉଭୟ ଲ୍ୟାଣ୍ଡର ଓ ରୋଭର ସୂର୍ଯ୍ୟଙ୍କ କିରଣରୁ ଶକ୍ତି ସଂଗ୍ରହ କରି କାର୍ଯ୍ୟ ସମ୍ପାଦନ କରୁଥିଲେ । ତେବେ ଚନ୍ଦ୍ରରେ ରାତି ହେବା ଫଳରେ ସେପ୍ଟେମ୍ବର ୪ରେ ଉଭୟ ବିକ୍ରମ ଓ ପ୍ରଜ୍ଞାନକୁ ଇସ୍ରୋ ପକ୍ଷରୁ ସ୍ଲିପ୍ ମୋଡ୍ରେ ରଖାଯାଇଥିଲା । ଏହି ୧୪ ଦିନ ଚନ୍ଦ୍ରର ଦକ୍ଷିଣ ମେରୁରେ ତାପମାତ୍ରା ମାଇନସ୍ ୨୫୦ ଡିଗ୍ରୀ ଥିବା ବେଳେ ବିକ୍ରମ ଓ ପ୍ରଜ୍ଞାନ ପୁନଃ କାର୍ଯ୍ୟ କରିବା ଏତେଟା ସହଜ ନୁହେଁ । ତେବେ ଯଦି ଇସ୍ରୋ ଲ୍ୟାଣ୍ଡର ଓ ରୋଭରକୁ ସକ୍ରିୟ କରିବାରେ ସଫଳ ହୁଏ ତେବେ ଏହା ଭାରତ ପାଇଁ ବଡ଼ ସଫଳତା ହେବ ।