
ସମ୍ବଲପୁର: ଆଉ କିଛି ଦିନ ପରେ ଚଳିତ ବିଧାନସଭା ନିର୍ବାଚନ ପାଇଁ ନୋଟିଫିକେସନ ଲାଗୁହୋଇଯିବ । ଏଥିପାଇଁ ଏବେଠୁ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ଆଉ ଏଥିରୁ ବାଦ ପଡିନି ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ।

ଅଗାମୀ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ପୂର୍ବରୁ ସମ୍ବଲପୁର ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁଛି । ୨୦୦୯ ମସିହାରେ ପ୍ରଥମ କରି ଗଠନ ହୋଇଥିଲା ଏହି ନିର୍ବାଚନ ମଣ୍ଡଳୀ । ୨୦୦୯ରେ ରେଙ୍ଗାଲି ଏକ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଭାବେ ଗଠନ ହେଲା ଓ ଏହା SC ସିଟ ଭାବେ ସଂରକ୍ଷୀତ ହେଲା। ଏଥର କିନ୍ତୁ ନିର୍ବାଚନର ଲଢ଼େଇର ରୂପ ରେଖ କଣ ରହିବ ସ୍ପଷ୍ଟ ହୋଇନଥିଲେ ମଧ୍ୟ ମୁଖ୍ୟତଃ ଶାସକ ବିଜେଡି ଓ ବିଜେପି ମଧ୍ୟରେ କଡା ମୁକାବିଲା ହେବ ବୋଲି ଜନତା କହୁଛନ୍ତି । ତେବେ ବିଜେପିର ଆଶାୟୀ ପ୍ରାର୍ଥୀ ଭାବେ ନାଉରୀ ନାଏକ ହିଁ ରହିବେ ବୋଲି ଲୋକେ ଚର୍ଚ୍ଚା କରୁଥିବା ବେଳେ ରାଜନୈତିକ ବିସ୍ଲେଶକ ମାନେ ମଧ୍ୟ ବର୍ତମାନ ପରିସ୍ଥିତିରେ ବିଜେପି ତରଫରୁ ନାଉରୀ ନାଏକଙ୍କ ଟିକେଟ ଫାଇନାଲ ବୋଲି କହୁଛନ୍ତି । ଆଉ ଏଥର ସ୍ଥାନୀୟ ଶିଳ୍ପ ଅନୁଷ୍ଠାନରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ନମିଳିବା, ପ୍ରଦୂଷଣ, ଜଳସେଚନ, କୃଷକ ସମସ୍ୟା, ସଡକ ଆଦିକୁ ନିର୍ବାଚନୀ ପ୍ରସଙ୍ଗ କରି ବିଜେପି ନିର୍ବାଚନ ମଇଦାନକୁ ଓହ୍ଲେଇବ ବୋଲି କହିଛି ।

ଏପଟେ କିନ୍ତୁ ବିଜେଡିର ଆଶାୟୀ ପ୍ରାର୍ଥୀ କିଏ ହେବ ତାହା ସବୁଠାରୁ ବଡ଼ ସସପେନ୍ସ। କାରଣ ବର୍ତମାନର ବିଜେଡି ବିଧାୟକ ରମେଶ ପଟୁଆ ବିଧାୟକ ହେବା ଦିନଠୁ ହିଁ ଜାତି ପ୍ରମାଣପତ୍ର ମାମଲାରେ ଛନ୍ଦି ହୋଇଛନ୍ତି । ଆଉ ସେ ମୁଖ୍ୟତଃ ସ୍ଥାନୀୟ ପ୍ରଭାବଶାଳୀ ବିଜେଡି ନେତା ଏମବି-ପ୍ୟାରିରାଜ ଯାହାଙ୍କର ବର୍ତମାନ କିଛି ଦିନ ତଳେ ମୃତ୍ୟୁ ହୋଉସାରିଛି । ତାଙ୍କ ପ୍ରଭାବରେ ଟିକେଟ ପାଇଥିଲେ ଓ ତାଙ୍କ ଦ୍ୱାରା ପରିଚାଳିତ ହେଉଥିବାର ଚର୍ଚ୍ଚା ହୁଏ । ଏଭଳି ପରିସ୍ଥିତିରେ ବର୍ତମାନ ତାଙ୍କର ଟିକେଟ ପାଇବା ଆଶା କ୍ଷୀଣ ହୋଇଛି । ଏପଟେ କିନ୍ତୁ ସ୍ଥାନୀୟ ଯୁବ ନେତା ଦିଲ୍ଲୀପ ଦୁରିଆ ଅନ୍ୟ ଏକ ପ୍ରମୁଖ ଟିକେଟ ଦବିଦାର ଭାବେ ଉଭା ହୋଇଛନ୍ତି। ଆଉ ତାଙ୍କର ସମ୍ପର୍କ ପ୍ରତାପ ଦେବଙ୍କ ସହ ଭଲ ଥିବାରୁ ପ୍ରତାପଙ୍କ ଲବିରେ ସେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ବିଜେଡି ଟିକେଟର ପ୍ରବଳ ଦାବିଦର ବୋଲି ଚର୍ଚ୍ଚା ଜୋର ଧରିଛି। ।
କିନ୍ତୁ ବିଜେଡି ନବୀନଙ୍କ ସ୍ୱଛ ନିର୍ମଳ ଭାବମୂର୍ତି ଓ ଉନ୍ନୟନମୂଳକ ଯୋଜନା ଓ ସ୍ଥାନୀୟ ଉନ୍ନତୀକରଣକୁ ଆଧାର କରି ନିର୍ବାଚନ ଲଢ଼ିବ ବୋଲି କହିଛି । ଅନ୍ୟପଟେ କଂଗ୍ରେସ ତରଫରୁ ପୂର୍ବତନ ବିଧାୟକ ଦୁର୍ଯ୍ୟାଧନ ଗରଡିଆଙ୍କୁ ହିଁ ଟିକେଟ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଛି । ଆଉ କଂଗ୍ରେସ ମୁଖ୍ୟତଃ କୃଷକ ସମସ୍ୟା ଓ ଋଣ ଛାଡକୁ ମୁଦ୍ଦା କରିବ ବୋଲି କହିଛି । ତେବେ ସ୍ଥାନୀୟ ଜନସାଧାରଣ କହିବା ଅନୁସାରେ ଯେ କୌଣସି ଦଳ ହେଉନା କାହିଁକି ଏମିତି ବିଧାୟକ ଦରକାର ଯିଏ ଅନ୍ୟ କାହାଦ୍ୱାରା ପରିଚାଳିତ ହେଉନଥିବ।
