Mangala Alati | ଭକ୍ତଟି ମହାପ୍ରଭୁଙ୍କ ପାଖରେ ନିଜକୁ ସମର୍ପିତ କରିଥାଏ
ପୋଖରୀରେ ବୁଡ଼ି ଜଣେ ଶିଶୁ ମୃତ, ଜଣେ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କଣ୍ଟାପଡା ଗାଁରେ ଅଘଟଣ । ଖେଳୁଥିବା ବେଳେ ପୋଖରୀରେ ପଡି ଜଣେ ୩ ବର୍ଷର ଶିଶୁ କନ୍ୟା ମୃତ୍ୟୁବରଣ କରିଛନ୍ତି । ଏହାସହ ଆଉ ଜଣେ ୩ ବର୍ଷର ଶିଶୁ ପୁତ୍ର ଗୁରୁତର ହୋଇଛନ୍ତି । ମୃତ ଶିଶୁ କନ୍ୟା ଜଣକ ଏହି ଗାଁର ରାଜ କିଶୋର ବେହେରାଙ୍କ ଝିଅ ମୋନାଲିସା ପ୍ରିୟଦର୍ଶିନୀ ।
ଗୁରୁତର ଅବସ୍ଥାରେ ଅନ୍ୟ ଜଣେ ଶିଶୁ ସଂଜୟ ବେହେରାଙ୍କ ୩ ବର୍ଷର ପୁଅ ଶାଶ୍ୱତ ବେହେରାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟେ ଘର ନିକଟସ୍ଥ ପୋଖରୀ ବନ୍ଧକୁ ଯାଇ ଖେଳୁଥିବା ବେଳେ ପୋଖରୀକୁ ଖସି ପଡ଼ିଥିଲେ । ଶିଶୁ କନ୍ୟାଟିର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।
Download Argus News App
