ବାଲେଶ୍ବର ଜିଲ୍ଲା ଫକିର ମୋହନ ମେଡିକାଲ କଲେଜରେ ବାରମ୍ବାର ନର୍ସ ଓ ଡାକ୍ତରଙ୍କ ନାଁରେ ଚିକିତ୍ସାରେ ଅବହେଳା ଅଭିଯୋଗ ବାରମ୍ବାର ଆସୁଛି। ଆଜି ସେହିପରି ଏକ ଘଟଣା ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଘଟିଥିଲା। ଜଣେ ମହିଳା ଗର୍ଭପାତ କରିବାପରେ ଯନ୍ତ୍ରଣା ପାଇଥିଲେ । ତାଙ୍କୁ ନର୍ସ ସାଲାଇନ୍ ଦେଇଥିଲେ । ହେଲେ ସାଲାଇନ୍ ସରି ଯିବାପରେ ରୋଗୀଙ୍କ ସଂପର୍କୀୟ ବାରମ୍ବାର ନର୍ସଙ୍କୁ ନେହୁରା ହେବାପରେ ମଧ୍ୟ ଦାୟୀତ୍ବରେ ଥିବା ନର୍ସ ଜଣଙ୍କ ରୋଗୀଙ୍କ ସଂପର୍କୀୟଙ୍କ କଥା ଶୁଣିନଥିଲେ । ଯାହାଫଳରେ ଉକ୍ତ ମହିଳାଙ୍କର ସକାଳେ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଏନେଇ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ । ହେଲେ କେହି ଶୁଣି ନ ଥିଲେ। ଆଜି ହଠାତ୍ ଜିଲ୍ଲାପାଳ ମେଡିକାଲ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ସଜନୀଙ୍କ ସ୍ଵାମୀ ଓ ମା’ ଜିଲ୍ଲାପାଳଙ୍କୁ ଭେଟି ତାଙ୍କୁ ନ୍ୟାୟ ପାଇଁ ନେହୁରା ହୋଇଥିଲେ । ଜିଲ୍ଲାପାଳ ତୁରନ୍ତ ଘଟଣାସ୍ଥଳକୁ ସିଡିଏମଓଙ୍କୁ ଡାକି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ନର୍ସ ଜଣକ ଅବହେଳା କରିଥିବା ତଦନ୍ତରୁ ଜଣାପଡ଼ିଛି। ତୁରନ୍ତ ତାଙ୍କୁ ନିଲମ୍ବନ କରାଯିବ ବୋଲି ସିଡିଏମଓ କହିଛନ୍ତି।
ଅଭିଯୋଗ ଅନୁଯାୟୀ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକର ସାହାଡା ଗାଁର ସୁକୁମାର ମଣ୍ଡଳଙ୍କ ସ୍ତ୍ରୀ ସଜନୀ ମଣ୍ଡଳ ଗର୍ଭ ଯନ୍ତ୍ରଣା ଅନୁଭବ କରିବାପରେ ବାଲେଶ୍ଵର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ ରାତିରେ ତାଙ୍କର ସର୍ଜରୀ କରାଯାଇ ଥିଲା। ସେ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ହେଲେ ଆଜି ସକାଳୁ ସାଲାଇନ୍ ସରି ଯିବାପରେ ମହିଳାଙ୍କ ସ୍ୱାମୀ ଓ ମା ବାରମ୍ବାର ନର୍ସଙ୍କୁ ଡାକିଥିଲେ । ହେଲେ ସେ ଶୁଣିନଥିଲେ। ଶେଷରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ନର୍ସଙ୍କ ଏହି ଚରମ ଅବହେଳାକୁ ଦାୟୀ କରିଥିଲେ ପରିବାର ଲୋକେ । କର୍ତ୍ତବ୍ୟରେ ଅବହେଳା କରିଥିବା ନର୍ସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି ।