ଘର
ଓଡ଼ିଶା
ଦୁର୍ଗାଙ୍କ ବିଦାୟ ପରେ ଧରାବତରଣ କରିବେ ମା' ଧନାଦାତ୍ରୀ
ଦୁର୍ଗାଙ୍କ ବିଦାୟ ପରେ ଧରାବତରଣ କରିବେ ମା' ଧନାଦାତ୍ରୀ
by Smruti Parija
ଢେଙ୍କାନାଳ: ସରିଲା ଦୂର୍ଗତିନାସିନୀ ମା ଦୂର୍ଗାଙ୍କ ପୂଜା । ଦୂର୍ଗାଙ୍କ ବିଦାୟ ପରେ ଧରାବତରଣ କରିବେ ମା' ଧନାଦାତ୍ରୀ । ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହେଲାଣି ଢ଼େଙ୍କାନାଳ ସହର । ସହର ସାରା ଖେଳି ଗଲାଣି ଗଜଲକ୍ଷ୍ମୀ ପୂଜାର ମହକ । ଚଳିତ ଥର ଧୁମ୍ ଧାମରେ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜାକୁ ନେଇ ଉତ୍କଣ୍ଠା ଓ ଉତ୍ସାହର ସହ ଅପେକ୍ଷାରେ ଢେ଼ଙ୍କାନାଳବାସୀ । ସୁଉଚ୍ଚ ତୋରଣ ସାଂଗକୁ ରଙ୍ଗୀନ ଆଲୋକ ମାଳାରେ ଝଳସିବ ପୁରା ସହର । ପୂଜାର ପ୍ରସ୍ତୁତି ନେଇ ଲାଗି ପଡିଲେଣି କର୍ମକର୍ତ୍ତା । ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ ମା'ଙ୍କ ଆରାଧନା । ମୋଟ ୩୮ ଟି ପୂଜା ମଣ୍ଡପରେ ବୈଦିକ ରୀତିନୀତିରେ ପୂଜା ପାଇବେ ମା' ଧନଦାତ୍ରୀ ।
ଢ଼େଙ୍କାନାଳର ଗଜଲକ୍ଷ୍ମୀ ପୂଜାର ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ ପ୍ରସିଦ୍ଧି ଲାଭ କରିଛି । ଚଳିତ ଥର ଆଡମ୍ବର ସହ ଧୁମଧାମରେରେ ପାଳିତ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏ ନେଇ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଯାହାକୁ ନେଇ ବେଶ ଖୁସି ଅଛନ୍ତି ଢ଼େଙ୍କାନାଳବାସୀ ।
ପୂର୍ବ ବର୍ଷ ଭଳି ମୀନା ବଜାର, ରାତିରେ ମେଢ଼ ବୁଲା, ଚଟ ପଟା ଖାଦ୍ୟ ସାଙ୍ଗକୁ ରାମ ଦୋଳି, ମୌତ କା କୁଆ ର ମଜା ନେଇପାରିବେ ଶ୍ରଦ୍ଧାଳୁ । ହସ୍ତ କଳା,ହସ୍ତ ଶିଳ୍ପକୁ ଦୁଷ୍ଟି ଆଗରେ ରଖାଯାଇ ଏଥର ମହିଷା ପାଟ ପଡିଆରେ ପଲିଶ୍ରୀ ମେଳାର ଆୟୋଜନ କରାଯାଉଛି । ଦୁଇ ଶହରୁ ଉର୍ଦ୍ଧ୍ବ ଷ୍ଟଲ୍ କରାଯିବାର ସୂଚନା ରହିଛି । କିଛି ପୂଜା ମଣ୍ଡପ ଚଳିତ ଥର ହୀରକ ଜୟନ୍ତୀ ପାଳନ କରୁଥିବାରୁ କମିଟି ଗୁଡିକ ପକ୍ଷରୁ ସ୍ଵତ୍ତନ୍ତ୍ର ସାଂସ୍କତିକ କାର୍ଯ୍ୟକ୍ରମର ଆଯୋୟୋନ କରାଯାଉଛି ।
ଆହୁରି ପଢନ୍ତୁ ଓଡିଶା ଖବର...