ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ମଙ୍ଗଳବାର ବଳଙ୍ଗା ଥାନାରେ ବୋମା ଫୁଟିଥିଲା ଆଉ ଆଜି ମାଧିପୁର ମତଦାନ କେନ୍ଦ୍ର ନିକଟରେ ବିସ୍ଫୋରଣ ହୋଇଛି । ମାଧିପୁର ଛକ ରାସ୍ତାରୁ ବୋମାର ଅଂଶ ଠାବ କରାଯାଇଛି । ତେବେ ବୋମାମାଡ଼ ପରେ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।
ଆସନ୍ତାକାଲି ପିପିଲି ଉପନିର୍ବାଚନ ପାଇଁ ମତଦାନ । ବୁଥ କେନ୍ଦ୍ରରେ ପହଁଞ୍ଚି ସାରିଛି ଇଭିଏମ୍ ମେସିନ୍। ମତଦାନ ପାଇଁ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ। କିନ୍ତୁ ପିପିଲି ବଜାରଠାରୁ ୩କିଲୋମିଟର ଦୂର ପିପିଲି-ଜଟଣୀ ରୋଡର ମାଧିପୁର ଛକରେ ବୋମାମାଡ଼ ହୋଇଛି । ଯାହାକୁ ନେଇ ଭୟରେ ପିପିଲୀବାସୀ । ପ୍ରଥମେ ପିପିଲି ବିଜେପି ଅଫିସରେ ବୋମାମାଡ଼ ହୋଇଥିଲା, ଏହାପରେ ବଳଙ୍ଗା ଥାନା ଆଉ ଏବେ ବର୍ତ୍ତିନି ମତଦାନକେନ୍ଦ୍ର ପାଖ ଅଞ୍ଚଳ ।