ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ଓଡ଼ିଆ ବରପୁତ୍ରଙ୍କ ଓ ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ହେବ ଗବେଷଣା । ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ଓଡ଼ିଶା ଇତିହାସକୁ ନେଇ ଗବେଷଣା ହୋଇନି, ଯାହାକି ଦୁର୍ଭାଗ୍ୟଜନକ । ଇଂରେଜଙ୍କ ଲିଖିତ ଇତିହାସ ଆମେ ଜାଣିଛୁ । 'ଓଡ଼ିଶାର ଏକ ପ୍ରମୁଖ ରାସ୍ତାକୁ ଜୟୀ ରାଜଗୁରୁଙ୍କ ନାଁରେ ନାମିତ କରାଯିବ । ଏନେଇ ଶିକ୍ଷା ବିଭାଗ, ସଂସ୍କୃତି ବିଭାଗ ସହ ଆଲୋଚନା କରାଯିବ । ବରପୁତ୍ରଙ୍କ ସହ ଯୋଡ଼ି ହୋଇଥିବା ଜାଗାକୁ ଐତିହ୍ୟ ସଂରକ୍ଷଣ କରିବା ଭଳି ସାଇତା ରଖାଯିବ । ଏଥି ସହ ଶିକ୍ଷା ବିଭାଗକୁ ଅନୁରୋଧ କରାଯିବ ବିଶ୍ବବିଦ୍ୟାଳୟର ଏକ ଚେୟାର ବରପୁତ୍ରଙ୍କ ନାଁରେ ପ୍ରତିଷ୍ଠା କରି ଗବେଷଣା କରିବ