ଶ୍ରୀ ମହାପାତ୍ର ଡ.ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବଶି ବିଶ୍ୱଦ୍ୟାଳୟ, ସମସ୍ତିପୁର, ବିହାରର କୁଳାଧିପତି ତଥା ଉତ୍ତର ଓଡଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ.ପ୍ରୁଲ କୁମାର ମିଶ୍ରଙ୍କର ତତ୍ୱାବଧାନରେ ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସଦାଶିବ ପରିସର, ପୁରୀର ପ୍ରାଧ୍ୟାପକ ଡ.ରମାକାନ୍ତ ମିଶ୍ରଙ୍କ ସହ ତତ୍ୱାବଧାନରେ ‘ଶ୍ରୀଜୟଦେବକୃତ ଗୀତଗୋବିନ୍ଦର ସଂଗୀତ ଶାସ୍ତ୍ରୀୟ ଅଧ୍ୟୟନ’ ବିଷୟ ଉପରେ ଶୋଧ ପ୍ରବନ୍ଧଟି ପ୍ରସ୍ତୁତ କରିଛନ୍ତି ।
ଉକ୍ତ ଶୋଧ ପ୍ରବନ୍ଧଟି ଜାମିଆ ମିଲିଆ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗର ପ୍ରାଧ୍ୟାପକ ଡ. ଗିରୀଶ ଚନ୍ଦ୍ର ପନ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି । ସେ ବହୁ ସାମାଜିକ କାର୍ଯ୍ୟ ସହ ପ୍ରତ୍ୟେକ୍ଷ ଭାବରେ ଜଡିତ ଥିବାରୁ ଚାକିରୀ କାର୍ଯ୍ୟକାଳ ଭିତରେ ଗବେଷଣା କାର୍ଯ୍ୟ କରିବା ସମ୍ଭବ ହୋଇ ପାରିନଥିଲା । କିନ୍ତୁ ମହାମାରୀ ସମୟରେ ଉକ୍ତ ଶୋଧ ପ୍ରବନ୍ଧ ଲିଖନ କାର୍ଯ୍ୟଟି ସମ୍ପନ୍ନ ହୋଇପାରିଲା ।
ଶ୍ରୀ ମହାପାତ୍ରଙ୍କର ଜେଜେବାପା ୰ ପଣ୍ଡିତ ଅନନ୍ତ ମହାପାତ୍ର ହେଉଛନ୍ତି ତାଙ୍କର ପ୍ରେରଣା । ତାଙ୍କ ବାପା ଶ୍ରୀ ରାମକୃଷ୍ଣ ମହାପାତ୍ର ଏକାଧାରରେ ଜଣେ ଶିକ୍ଷକ, ଚିକିତ୍ସକ, ମଞ୍ଚ ନିର୍ଦ୍ଦେଶକ, କବି, ଲେଖକ ଓ ପ୍ରବଚକ ମଧ୍ୟ । ଉଭୟଙ୍କର ପ୍ରେରଣା ଓ ପାରିବାରିକ ସଂସ୍କାର ହିଁ ତାଙ୍କୁ ଏହି ସଳତା ପ୍ରଦାନ କରିଛି ବୋଲି ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର ମତବ୍ୟକ୍ତ କରିଛନ୍ତି ।