ଅଧିକ ପଢନ୍ତୁ: ରାସ୍ତା କାମରେ ଲାଗିଛି ଜାତୀୟ ପତାକା, ବିଭିନ୍ନ ମହଲରୁ ନିନ୍ଦା
ଇନ୍ଦ୍ରାବତୀ ନଦୀରେ ଏକ ପୋଲ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ହେଁ ଆଜି ଯାଏ ତାହା ପୂରଣ ହୋଇପାରିନି। ଅନ୍ୟ ପଟରେ ମୁଖ୍ୟରାସ୍ତା କଡ଼ର ବାଲିଯୋର୍ ନାଳ ଉପରେ ମଧ୍ୟ ଏକ ସ୍ଥାୟୀପୋଲ ନିର୍ମାଣ ପାଇଁ ଖମନପଡ଼ାବାସୀଙ୍କ ପକ୍ଷରୁ ବଡ଼ବଡ଼ ନେତାଙ୍କଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଗୁହାରୀ କରିଛନ୍ତି କିନ୍ତୁ ଫଳଶୂନ। ନିରାଶ ହୋଇ ଖମନପଡ଼ାବାସୀ ନିଜ ଉଦ୍ୟମରେ ଏକ ଅସ୍ଥାୟୀ କାଠପୋଲ ନିର୍ମାଣ କରିଥିବା ଦେଖିବାକୁ ମିଳିଛି।
ଗର୍ଭବତୀ ମହିଳା ହେଉ କିମ୍ବା ରୋଗୀଙ୍କୁ ଖଟିଆରେ ବୋହି ନଦୀପାର କରି ଆରପଟକୁ ନେବାକୁ ପଡିଥାଏ। ଗାଁରେ ବିଦ୍ୟାଳୟ ନ ଥିବା ଯୋଗୁଁ ବାଲିଯୋର୍ ଏବଂ ଚଞ୍ଚିରାଗାଡ଼ ନାଳ ଆରପଟରେ ଥିବା ବିଷମଗିରି ବିଦ୍ୟାଳୟକୁ ପାଠ ପଢିଯିବା ସାଧ୍ୟ ହୋଇ ନ ଥାଏ। ଫଳରେ ଗାଁର କୋମଳମତୀ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ତଥା ଅଭିଭାବକ। ବର୍ଷା ହେଲେ ବିଦ୍ୟାଳୟ ପାଠ ବନ୍ଦ। ପିଡିଏସ୍ ଚାଉଳ , ଭରା କିମ୍ବା କୌଣସି କାମ ନେଇ ତଳଝାପି ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାପାଇଁ ରାସ୍ତା ନ ଥିବା ଯୋଗୁଁ ବହୁ କଷ୍ଟ ଭୋଗିବାକୁ ପଡିଥାଏ। ଗାଁ ରେ ଗୋଟିଏ ନଳକୁପ ଥିବାରୁ ଖରା ଦିନରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଓଡ଼ିଶା ନ୍ୟୁଜ ଆହୁରି ପଢନ୍ତୁ