ପ୍ରଥମ ପର୍ଯ୍ୟାୟରେ ଆଜିଠୁ ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀ ପାଠପଢା ଆରମ୍ଭ ହୋଇଛି । ଅଷ୍ଟମ ଶ୍ରେଣୀ କ୍ଲାସ ୧୦ଟାରୁ ଗୋଟାଏ ଯାଏ ହେଉଥିବା ବେଳେ ନବମରୁ ଦ୍ଵାଦଶ ୧୦ଟାରୁ ୪ଟା ଯାଏ ହେବ। କରୋନା ମହାମାରୀ ପାଇଁ ସ୍କୁଲ ବନ୍ଦ ଥିଲା ବେଳେ ଆଜିଠୁ ପାଠପଢା ଆରମ୍ଭ ହୋଇଛି।
୧୪ ଫେବ୍ରୁଆରୀରୁ କେଜିରୁ ସପ୍ତମରୁ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ପିଲାମାନେ ନିଜ ଇଛାରେ ଅନଲାଇନ ବା ଅଫଲାଇନ କ୍ଲାସ କରିପାରିବେ। ଆବଶ୍ୟକ ହେଲେ ଖରାଛୁଟିର ଅବଧି କମିବ। ସମସ୍ତ ସ୍କୁଲ ଓ କଲେଜ କୋଭିଡ୍ ଗାଇଡଲାଇନ ମାନି କ୍ଲାସ କରିବ ।