ପୁରୀ: ଆଜି ସକାଳୁ ଏକ ସ୍କୁଲ ମ୍ୟାଜିକ୍ ୧୭ଜଣ କୁନି କୁନି ଛୋଟ ପିଲାମାନଙ୍କୁ ନେଇ ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଛି । ସ୍ଥାନୀୟ ଅଞ୍ଚଳରୁ ନିକଟସ୍ଥ ଏକ ଘରୋଇ ଶିକ୍ଷାନୁଷ୍ଠାନ ବିବେକାନନ୍ଦ ସ୍କୁଲକୁ ଯାଉଥିବା ବେଳେ ଡ୍ରାଇଭରର ଅସାବଧାନତା ଯୋଗୁଁ ମ୍ୟାଜିକଟି ଭାରସାମ୍ଯ ହରାଇ କେନାଲ ଭିତରକୁ ଓଲଟି ପଡ଼ିଥିଲା ।
ହେଲେ କୌଣସି ଛାତ୍ରଛାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଅଳ୍ପକେ ଛାତ୍ରଛାତ୍ରୀମାନେ ବର୍ତ୍ତିଯାଇଥିବା ଜଣାପଡିଛି ।ଗାଡି ଚଳାଉ ଥିବା ବେଳେ ଡ୍ରାଇଭର ମୋବାଇଲରେ କଥା ହେଉଥିବାରୁ ଏପରି ଅଘଟଣ ଘଟିଲା ବୋଲି ସ୍ଥାନୀୟ ଲୋକଙ୍କଠାରୁ ସୁଚନା ମିଳିଛି।
ଅର୍ଗସ ବ୍ୟୁରୋ: ବଲିଉଡର ଭେଟେରାନ ଅଭିନେତ୍ରୀ ଓ୍ବାହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ଓ୍ବାହିଦା ସେ ସମୟରେ ଜଣେ ଲିଡିଂ ଅଭିନେତ୍ରୀ ଥିଲେ। ଫିଲ୍ମ ପ୍ୟାସା, କାଗଜ କେ ଫୁଲ, ଚୌଦବୀ କା ଚାନ୍ଦ ଏବଂ ଗାଇଡ ଭଳି ଫିଲ୍ମରେ ଲିଡ ରୋଲରେ କାମ କରିଥିଲେ।
I feel an immense sense of happiness and honour in announcing that Waheeda Rehman ji is being bestowed with the prestigious Dadasaheb Phalke Lifetime Achievement Award this year for her stellar contribution to Indian Cinema.
Waheeda ji has been critically acclaimed for her… — Anurag Thakur (@ianuragthakur) September 26, 2023
ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ଘୋଷଣା କରିଛନ୍ତି ଏବଂ ନିଜ ଖୁସି ଜାହିର କରିଛନ୍ତି। ଅନୁରାଗ ଲେଖିଛନ୍ତି ଚଳିତବର୍ଷ ଦାଦା ସାହେବ ଫାଲକେ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ଦିଆଯିବ କାରଣ ଓ୍ବାହିଦାଜୀଙ୍କର ବଲିଉଡ ତଥା ହିନ୍ଦୀ ସିନେମା ପ୍ରତି ଥିଲା ଅନନ୍ୟ ଯୋଗଦାନ। ମୁଁ ଏହି ପୁରସ୍କାରର ଘୋଷଣା କରିଥିବାରୁ ଅତ୍ୟନ୍ତ ଖୁସି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଭଦ୍ରକ : ମହିଳାଙ୍କୁ ଯୌତୁକ,ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଶେଷରେ ଜୀବନରୁ ମାରି ଦେଇଥିବା ଅଭିଯୋଗ ହୋଇଛି. ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନସ୍ଥ ଏରଡ଼ା ଗ୍ରାମରୁ. ଏହି ଗ୍ରାମର ଦେବାଶିଷ ବେହେରାଙ୍କ ଝିଅ ମଧୁସ୍ମିତା ପଗଡ଼ ଗ୍ରାମର ପ୍ରଭଞ୍ଜନ ଦାସ ମହାପାତ୍ର ଙ୍କୁ 3 ବର୍ଷ ତଳେ ବିବାହ କରିଥିଲେ. ବିବାହ ବେଳେ ଯୌତୁକ ଟଙ୍କା ଓ ସୁନା ଅଳଙ୍କାର ପ୍ରଦାନ କରିଥିଲେ କନ୍ୟା ପକ୍ଷ. ତେବେ ବିବାହର କିଛି ମାସ ପରେ ତାଙ୍କ ଶଶୁର ଘର ଲୋକ ଓ ପ୍ରଭଞ୍ଜନ ମିଶି ମଧୁସ୍ମିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ.ତେବେ ହଠାତ ମଧୁସ୍ମିତା ମୃତ୍ୟୁ ବରଣ କରିଥିବା ତାଙ୍କ ଘର ଲୋକଙ୍କୁ ଖବର ଦିଆଯାଇ ଥିଲା.
ଅଧିକ ପଢନ୍ତୁ : ଝିଅକୁ ମାନସିକ, ଶାରୀରିକ ନିର୍ଯାତନା ଦେଉଥିଲେ ଶାଶୁଘର
ଘର ଲୋକ ପହଞ୍ଚି ଦେଖନ୍ତି ଯେ ମଧୁସ୍ମିତାଙ୍କୁ ସୁପରି କଳ୍ପିତ ଭାବେ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି . ତାଙ୍କ ଦେହରେ ଦାଗ ରହିଛି କିନ୍ତୁ ଖଟ ଉପରେ ପଡିଛନ୍ତି. ତେଣୁ ସେମାନେ ସାବରଙ୍ଗ ପୋଲିସ ପାଖରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି. ମୃତ ମଧୁସ୍ମିତା ଙ୍କର ଗୋଟିଏ 2 ବର୍ଷର ପୁଅ ଥିବାରୁ ଏହି ଘଟଣା ଏବେ ସେଠାରେ ଏକ ଦୁଖଦଃ ପରିସ୍ଥିତି ସୃଷ୍ଟି କରିଛି. ତେବେ ମୃତ ମଧୁସ୍ମିତା ଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସ ତଦନ୍ତ ପରେ ଜଣା ପଡିବ. ଅନ୍ୟପଟେ ସାବରଙ୍ଗ ପୋଲିସ ମୃତ ମଧୁସ୍ମିତା ଙ୍କ ସ୍ୱାମୀ ଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ବୋଲି ସାବରଙ୍ଗ ପୋଲିସ ପକ୍ଷରୁ ସୂଚନା ମିଳିଛି.